Masthead

କ୍ରାଶ ହେଲା ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦକ୍ଷିଣ ଆମେରିକୀୟ ଦେଶ ବୋଲିଭିଆରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ରାଜଧାନୀ ଲା ପାଜ ନିକଟସ୍ଥ ଏଲ ଅଲ୍ଟୋ ସହରରେ ଏକ ବୋଲିଭିଆନ ବାୟୁସେନା ହର୍କୁଲେସ C-130 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୧୫ ଜଣ ଲୋକ ପ୍ରାଣ ହରାଇଛନ୍ତି ଏବଂ ୩୦ ରୁ ଅଧିକ ଆହତ ହୋଇଛନ୍ତି। ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଛି। ଏହି ଘଟଣାର ଅନେକ ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି।  ନୂଆ କରି ଛପା ନୋଟ୍ ନେଇ ଯାଉଥିଲା ହରକ୍ୟୁଲେସ ସି-୧୩୦ ବିମାନ ।

ମଝି ଆକାଶରେ ଜଳି ଉଠିଲା ପ୍ଲେନ୍ । ଏଥିରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି । ନୋଟ୍ ଗୋଟାଇବାକୁ ଲୋକଙ୍କ ଭିଡ଼ ଲାଗିଛି । ଖରାପ ପାଗ କାରଣରୁ ବିମାନ କ୍ରାସ ହୋଇଥିବା ସୂଚନା ମିଳିଛି । ​​​​​​ ଏଲ୍‌ ଅଲଟୋ ସହରରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାର ଭିଡିଓ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି । ଲୋକଙ୍କୁ ଉଦ୍ଧାର କରିବା ବଦଳରେ ବିଛାଡି ହୋଇ ପଡିଥିବା ନୋଟ୍‌ ଗୋଟାଇବାକୁ ଲୋକ୍ ଧାଁ ଦୌଡ଼ କରୁଥିବା ଭିଡ଼ିଓରେ ଦେଖିବାକୁ ମିଳିଛି ।

ରିପୋର୍ଟ ଅନୁସାରେ, ବିମାନଟି ଏଲ୍ ଅଲଟୋ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିଲା । ଖରାପ ପାଗ କିମ୍ବା ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହି ନିୟନ୍ତ୍ରଣ ହରାଇ ନିକଟସ୍ଥ ମୁଖ୍ୟ ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତାରେ ଖସି ପଡିବା ପରେ ବିମାନଟି ଏକାଧିକ ଗାଡିକୁ ଧକ୍କା  ଦେଇଥିଲା । ଏ ନେଇ ଅନେକ ଗାଡ଼ି ସମ୍ପୂର୍ଣ୍ଣ ଗୁଣ୍ଡ ହୋଇଯାଇଥିଲା । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ସେଥିରେ ନିଆଁ ଲାଗି ଯାଇଥିଲା । ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଛନ୍ତି । ଦୁର୍ଘଟଣା ପରେ ଏକ ଅଜବ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ବିମାନରେ ଥିବା କୋଟି କୋଟି ନୂଆ ଛପା ଟଙ୍କା ବିଛାଡି ହୋଇ ପଡିଥିଲା । ସୋସିଆଲ ମିଡିଆ ଭିଡିଓରେ ଦେଖିବାକୁ ମିଳିଛି କି ଶହ ଶହ ଲୋକ ଲୋକଙ୍କ ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରିବା ପରିବର୍ତ୍ତେ ଭଗ୍ନାବଶେଷ ଭିତରେ ପଡିଥିବା ଟଙ୍କା ଗୋଟାଇବାକୁ ଧାଇଁ ଆସୁଛନ୍ତି । ପରସ୍ଥିତି ଏପରି ହେଲା ଯେ ଭିଡ଼ ନୟନ୍ତ୍ରଣ କରିବାକୁ ପୁଲିସ୍ ଏବଂ ସ୍ଥଆନୀୟ କର୍ତ୍ତୃପକ୍ଷ ପାଣି ମାଡ଼ କରିଥିଲେ । ବଲିଭିଆ କେନ୍ଦ୍ରୀୟ ବ୍ୟାଙ୍କ ନିଶ୍ଚିନ୍ତ କରିଛି କି ବିମାନଟି ଦେଶର ଆଭ୍ୟନ୍ତରୀଣ ଅଞ୍ଚଳକୁ ନୂଆ ଛପା ଯାଇଥିବା ନୋଟ୍ ନେଇଯାଉଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ 🔴 ବିହାରରେ ଆଜିଠୁ ସମ୍ରାଟ ସରକାର 🔴 ମୃତ୍ୟୁର ୨ ଦିନ ପରେ ବି ଶବକୁ ମିଳୁନି ଶ୍ମଶାନ 🔴 ବରଯାତ୍ରୀ ଗାଡ଼ି ଦୁର୍ଘଟଣା, ଜଣେ ମୃତ 🔴 ପଶ୍ଚିମରେ ଅସମ୍ଭାଳ ତାତି 🔴 ଆଜି ପବିତ୍ର ପଣା ସଂକ୍ରାନ୍ତି 🔴 ୪୫ ଡିଗ୍ରୀ ଛୁଇଁପାରେ ତାତି 🔴 ସାଲାରୀ ବଢାଇବାକୁ ଦାବି, ପୁଲିସ୍-ଶ୍ରମିକ ମୁହାଁମୁହିଁ 🔴 ହର୍ମୁଜ ଉପରେ ବଢିଲା ସଙ୍କଟ 🔴 ଆଜି ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର 🔴 ଗରମ, ଗୁଳୁଗୁଳିରୁ ନିସ୍ତାର ନାହିଁ