Masthead

ରାଜ୍ୟସଭା ପାଇଁ ଆଜି ନାମାଙ୍କନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟସଭା ପାଇଁ ଆଜି ନାମାଙ୍କନ। ଓଡ଼ିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରେ ଖାଲି ପଡ଼ିଥିବା ରାଜ୍ୟ ସଭା ଆସନ ପାଇଁ ଗୁରୁବାର ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ। ଓଡ଼ିଶାରୁ ଏଥର ୪ ପ୍ରାର୍ଥୀ ରାଜ୍ୟ ସଭାକୁ ଯିବେ।  ପ୍ରଥମ ଓ ଦ୍ଵିତୀୟ ଆସନ ପାଇଁ ବିଜେପିର ମନମୋହନ ସାମଲ ଓ ସୁଜିତ କୁମାର ପ୍ରାର୍ଥୀ ହୋଇଛନ୍ତି।  ସେହିପରି ତୃତୀୟ ଆସନ ପାଇଁ ବିଜେଡିର ସଂତୃପ୍ତ ମିଶ୍ର ପ୍ରାର୍ଥୀ ହୋଇଛନ୍ତି। ହେଲେ ଚତୁର୍ଥ ଆସନରେ ରୋଚକ ଲଢେଇ ହେବ।

ଦତ୍ତେଶ୍ଵର ହୋତା ଓ ଦିଲ୍ଲୀପ ରାୟଙ୍କ ଭିତରେ ବରାବର ଲଢେଇ ହେବ। ବିଜେଡି ଓ କଂଗ୍ରେସର କମନ୍ କ୍ୟାଣ୍ଡିଡେଟ୍ ଦତ୍ତେଶ୍ଵର ହୋଇଥିବା ବେଳେ ବିଜେପି ସମର୍ଥିତ ସ୍ଵାଧୀନ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ।  ଚତୁର୍ଥ ଆସନ ପାଇଁ ରୋଚକ ଲଢେଇ ହେବ। କାରଣ ବରିଷ୍ଠ ରାଜନେତା ଦିଲ୍ଲୀପ ରାୟ ସ୍ବାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭା ନିର୍ବାଚନ ଲଢିବେ। ଡାକ୍ତର ଦତ୍ତେଶ୍ଵର ହୋତା ଏବଂ ଦିଲ୍ଲୀପ ରାୟଙ୍କ ମଧ୍ୟରେ ବରାବର ଟକ୍କର ଦେଖିବାକୁ ମିଳିବ। ଦିଲ୍ଲୀପଙ୍କ ସ୍ବାଧୀନ ପ୍ରାର୍ଥୀତ୍ବକୁ ବିଜେପି ସମର୍ଥନ କରିବ। ୨୦୦୨ରେ ଦିଲ୍ଲୀପ ରାୟ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ।

ସେତେବେଳେ ବିଜେଡିର ବିରୋଧ ସତ୍ତ୍ୱେ କ୍ରସ ଭୋଟିଂରେ ବାଜି ମାରିଥିଲେ ଦିଲ୍ଲୀପ । ତେଣୁ ଦିଲ୍ଲୀପ ରାୟଙ୍କ ଏଣ୍ଟ୍ରି ରାଜ୍ୟସଭା ଭୋଟ ଗଣିତ ବଡ଼ ରୋଚକ କରିବ ବୋଲି ଆଲୋଚନା ହେଉଛି। ଦିଲ୍ଲୀପ ୩ ଥର ବିଧାୟକ ଓ ୨ ଥର ରାଜ୍ୟସଭା ସାଂସଦ ହେବା ସହ ମନ୍ତ୍ରୀ ମଧ୍ୟ  ହୋଇଛନ୍ତି। ମାର୍ଚ୍ଚ ୧୬ରେ ରାଜ୍ୟସଭା ଭୋଟ୍ ହେବ। ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏଁ ଭୋଟ୍ ଗ୍ରହଣ ହେବ। ଅପରାହ୍ଣରେ ଭୋଟ୍ ଗଣତି କରାଯିବ। ନିର୍ବାଚନ ପାଇଁ ​​​​ଆଜି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ୬ ତାରିଖରେ ପ୍ରାର୍ଥୀ ପତ୍ର ଯାଞ୍ଚ ହେବ। ୯ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ 🔴 ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ 🔴 ରାଜ୍ୟସଭା ପାଇଁ ଆଜି ନାମାଙ୍କନ 🔴 ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ 🔴 ମୋଜତାବା ଖାମେନି ଇରାନର ସର୍ବୋଚ୍ଚ ନେତା 🔴 ଇରାନ-ଆମେରିକା ମହାଯୁଦ୍ଧ, ମୃତ୍ୟୁ ସଂଖ୍ୟା ୧୦୦୦ ଅତିକ୍ରମ 🔴 ଦିଲ୍ଲୀପ ହେଲେ ପ୍ରାର୍ଥୀ, ନବୀନଙ୍କୁ ପଡିବ ମହଙ୍ଗା 🔴 ଆଜି ରଙ୍ଗର ପର୍ବ ହୋଲି 🔴 ଯୁଦ୍ଧରେ ଆୟାତୁଲ୍ଲା ଖାମେନେଇଙ୍କ ପତ୍ନୀଙ୍କ ମୃତ୍ୟୁ 🔴 ଆଜି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ 🔴 ରାଜ୍ୟସଭା ନିର୍ବାଚନ, ମୁଖ୍ୟମନ୍ତ୍ରୀ ଡାକିଲେ ବଡ଼ ବୈଠକ