Masthead

ଟି-୨୦ ବିଶ୍ୱକପ, ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଟି-୨୦ ବିଶ୍ୱକପ ଦ୍ୱିତୀୟ ସେମିଫାଇନାଲ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଇଂଲଣ୍ଡ । ମୁମ୍ୱାଇର ୱାଙ୍ଖେଡ଼ ଷ୍ଟାଡିୟମରେ ହେବ ଏହି ହାଇଭୋଲଟେଜ ମ୍ୟାଚ। ରାତି ୭ଟାରେ ମ୍ୟାଚ ଆରମ୍ଭ ହେବ । ଆଜିର ମ୍ୟାଚରେ ବିଜୟୀ ଟିମ ସିଧା ଫାଇନାଲ ଖେଳିବ । ପ୍ରଥମ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ନ୍ୟୁଜିଲାଣ୍ଡ ଫାଇନାଲକୁ ପ୍ରବେଶ କରିସାରିଛି । ଆଜିର ମ୍ୟାଚ କେବଳ ମୁକାବିଲା ନୁହେଁ ପୁରୁଣା ପ୍ରତିଶୋଧ ନେବାର ଅବସର ମଧ୍ୟ ଉଭୟ ଦଳ ପାଇଁ ଆଣି ଦେଇଛି ।

ଲଗାତାର ତୃତୀୟ ଥର ପାଇଁ ଭାରତ ଓ ଇଂଲଣ୍ଡ ଟି-୨୦ ସେମିଫାଇନରେ ମୁହାଁମୁହିଁ ହେଉଛନ୍ତି । ଏହାପୂର୍ବରୁ ୨୦୨୨ ଓ ୨୦୨୪ ଟି-୨୦ ବିଶ୍ୱକପ ସେମିଫାଇନାଲରେ ଦୁଇ ଦଳ ମୁହାଁମୁହିଁ ହୋଇସାରିଛନ୍ତି । ଟି-୨୦ ସେମିଫାଇନାଲ ମୁକାବିଲାରେ ଦୁଇ ଦଳର ରେକର୍ଡ ୧-୧ରେ ବରାବର ରହିଛି । ଟି-୨୦ ବିଶ୍ୱକପରେ ଉଭୟ ଟିମ ଷଷ୍ଠ ଥର ପାଇଁ ସେମିଫାଇନାଲ ଖେଳୁଛନ୍ତି । ତେଣୁ ଆଜିର ମ୍ୟାଚ ରୋମାଞ୍ଚକର ହେବ ବୋଲି ଦର୍ଶକ ଆଶା ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ 🔴 ବିଜେପି ସରକାରକୁ ପୂରିଲା ୨ ବର୍ଷ 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଗରମ ଓ ଗୁଳୁଗୁଳି ନେଇ ୟେଲୋ ୱାର୍ଣ୍ଣିଂ 🔴 ବିଜେପି ସରକାରକୁ ପୂରିଲା ୨ ବର୍ଷ 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି