Masthead

ଓଡ଼ିଶା ଆସୁଛନ୍ତି ଅମିତ୍ ଶାହା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଆଜି ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।  ସକାଳେ ୧୦ଟା ୨୫ରେ ବିଏସ୍ଏଫ୍‌ର ସ୍ୱତନ୍ତ୍ର ବିମାନରେ ଶ୍ରୀ ଶାହ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ । ପରେ ୧୦ଟା ୩୦ରେ ମୁଣ୍ଡଳିରେ ଥିବା କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ଅପରାହ୍ନରେ ପାରାଦ୍ୱୀପ ଯାଇ ଇଫକୋର ସଲଫ୍ୟୁରିକ୍ ଏସିଡ୍ ପ୍ଲାଣ୍ଟ୍ ଉଦଘାଟନ କରିବେ । ପରେ ଇନଫୋ ଭ୍ୟାଲି ଗୌଡ଼କାଶିପୁରରେ ବାଗଚି କ୍ୟାନସର୍ ହସ୍ପିଟାଲ୍ ପଛରେ ହେବାକୁ ଥିବା ରାଷ୍ଟ୍ରୀୟ ଫରେନସିକ୍ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ ।

କେନ୍ଦ୍ରୀୟ ଫରେନସିକ୍ ବିଜ୍ଞାନ ପ୍ରୟୋଗଶାଳାର ଗୃହ ନିର୍ମାଣ ପ୍ରକଳ୍ପ ଅନଲାଇନରେ ଶିଳାନ୍ୟାସ କରିବେ । ଅପରାହ୍ନ ୫ଟା ୫ରେ ଭୁବନେଶ୍ୱର ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ଓଡ଼ିଶା ପୁଲିସ ପକ୍ଷରୁ ‘ନ୍ୟାୟ ସଂହିତା’ ପ୍ରଦର୍ଶନୀ ଉଦ୍ଘାଟନ କରିବେ । ଏହା ସହିତ ଶ୍ରୀ ଶାହ ବିଭିନ୍ନ ବିଭାଗ ସହ ଜଡିତ ୧୧୫୯ କୋଟି ଟଙ୍କାର ୬୯ଟି ପ୍ରକଳ୍ପ ଉଦଘାଟନ ଓ ୨୧୧୬ କୋଟି ଟଙ୍କାର ୧୩୦ଟି ପ୍ରକଳ୍ପର ଶିଳାନ୍ୟାସ କରିବେ । ଓମଫେଡ୍ ସହ ଜଡିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରି ରାତି ୭ଟା ୩୦ରେ ସେ ନୂଆଦିଲ୍ଲୀ ଫେରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା