Masthead

ବିଦ୍ରୋହରେ ଜଳୁଛି କାଠମାଣ୍ଡୁ, ପ୍ରଧାନମନ୍ତ୍ରୀଙ୍କ ଗାଦି ଟଳମଳ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  Gen-Zଙ୍କ ବିଦ୍ରୋହରେ ଜଳୁଛି କାଠମାଣ୍ଡୁ। ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଗାଦି ଟଳମଳ। ସୋସିଆଲ ମିଡିଆ ଉପରେ ବ୍ୟାନ୍ ହଟିବା ପରେ ବି ନେପାଳରେ ଥମୁନି ହିଂସା । ଏହା ଭିତରେ ଇସ୍ତଫା ଦେଇସାରିଲେଣି ୩ ମନ୍ତ୍ରୀ । ଅନ୍ୟପଟେ ଦେଶ ଛାଡ଼ି ପଳାଇବାକୁ ସଜ ହେଲେଣି ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ଏନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି । ସରକାରଙ୍କ ମନୋଭାବ ଲୋକତାନ୍ତ୍ରିକ ମୂଲ୍ୟବୋଧ ବଦଳରେ ଏକଛତ୍ରବାଦ ଦିଗକୁ ଯାଉଥିବାରୁ ସେ ଇସ୍ତଫା ଦେଉଛନ୍ତି ବୋଲି କହିଛନ୍ତି । ସେପଟେ ନେପାଳ କଂଗ୍ରେସ ମହାସଚିବ ଗଗନ ଥାପା ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଦାବି କରିଛନ୍ତି ।

ଇସ୍ତଫାପତ୍ରରେ ନେପାଳର କଂଗ୍ରେସ ସାଂସଦ ଲେଖିଛନ୍ତି ଯେ, ସରକାର ଗଣତାନ୍ତ୍ରିକ ଅଧିକାରକୁ ମାନ୍ୟତା ଦେବା ବଦଳରେ ଦମନ, ହିଂସା ଓ ବଳ ପ୍ରୟୋଗର ରାସ୍ତା ଆପଣାଉଛନ୍ତି।ସରକାରଙ୍କ ଏହା ଲୋକତାନ୍ତ୍ରିକ ମନୋଭାବ ନୁହେଁ ଏକଛତ୍ରବାଦ ମନୋଭାବ। ଯେଉଁମାନଙ୍କ ସହ ମିଶି ରାଷ୍ଟ୍ର ଗଠନ କରିବା କଥା ସେମାନଙ୍କ ବିରୋଧରେ ସରକାର ହିଂସାତ୍ମକ ଆଚରଣ କରୁଛନ୍ତି। ଯାହା ସମ୍ପୂର୍ଣ୍ଣ ଭାବେ ଅନୁଚିତ୍ । ଏଥିପାଇଁ ମୁଁ ଇସ୍ତଫା ଦେଉଛି । ସେପଟେ ନେପାଳ କଂଗ୍ରେସ ମହାସଚିବ ଗଗନ ଥାପା ପ୍ରଧାନମନ୍ତ୍ରୀ କେପି ଓଲିଙ୍କ ଇସ୍ତଫା ଦାବି କରିଛନ୍ତି। ସେ କହିଛନ୍ତି ଯେ, ଅକାରଣରେ ନିର୍ଦ୍ଦୋଶ ଯୁବକଙ୍କ ମୃତ୍ୟୁ ହୋଇଛି । ପ୍ରଧାନମନ୍ତ୍ରୀ ଏଥିପାଇଁ ଦାୟୀ। ନୈତିକତା ଦୃଷ୍ଟିରୁ ସେ ତୁରନ୍ତ ଇସ୍ତଫା ଦେବା ଉଚିତ୍। ନେପାଳ କଂଗ୍ରେସ ଦେଶର ଏଭଳି ସ୍ଥିତିକୁ କେବଳ ମୁକସାକ୍ଷୀ ହୋଇ ଦେଖିପାରିବ ନାହିଁ। ଦଳୀୟ ବୈଠକରେ ଏହି ପ୍ରସଙ୍ଗ ଉଠିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା