Masthead

ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ସାଉଦି ଆରବର ଅଲ୍-ଖାର୍ଜ ସହରରେ ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଜଣେ ଭାରତୀୟଙ୍କ ସମେତ ୨ ଜଣଙ୍କର ମୃତ୍ୟୁ ହୋଇଛି ।ଅନ୍ୟ ମୃତକ ଜଣକ ବାଂଲାଦେଶୀ ନାଗରିକ ହୋଇଥିବା ବେଳେ ଏହି ଆକ୍ରମଣରେ ଅନ୍ୟ ୧୨ ଜଣ ବାଂଲାଦେଶୀ ଆହତ ହୋଇଥିବା ସାଉଦି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।  ସିଭିଲ ଡିଫେନ୍ସ ପ୍ରବକ୍ତା କହିଛନ୍ତି, ଅଲ-ଖାର୍ଜର ଏକ ଆବାସିକ ଅଞ୍ଚଳରେ କ୍ଷେପଣାସ୍ତ୍ର ଖସିବାରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୨ ଜଣ ଆହତ ହୋଇଛନ୍ତି। ଆବାସିକ ଅଂଚଳରେ ଏହି ଆକ୍ରମଣ ହୋଇଥିବାରୁ ଆତଙ୍କ ଖେଳିଯାଇଛି। ସ୍ଥାନୀୟ ଲୋକଙ୍କୁ ଅଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି।

ଆବୁଧାବୀର ଭାରତୀୟ ଦୂତାବାସ ୟୁଏଇରେ ରହୁଥିବା ଭାରତୀୟଙ୍କ ପାଇଁ ଚେତାବନୀ ଜାରି କରିଛି। ଏଥିରେ କୁହାଯାଇଛି ଯେ, ଯେଉଁ ସବୁ ସ୍ଥାନରେ ଘଟଣା ହୋଇଛି, ସେଠାକୁ ଫଟୋ କିମ୍ୱା ଭିଡ଼ିଓ ଉଠାଇବାକୁ ଯାଆନ୍ତୁ ନାହିଁ। ଏଠାର ଭାରତୀୟଙ୍କୁ ଏହା ମଧ୍ୟ କୁହାଯାଇଛି ଯେ, ଏହିପରି ଫଟୋ କିମ୍ୱା ଭିଡ଼ିଓ ସୋସିଆଲ ମିଡ଼ିଆରେ ମଧ୍ୟ ପୋଷ୍ଟ କରିବାରୁ ନିବୃତ୍ତି ରୁହନ୍ତୁ।

ଉଲ୍ଲେଖନୀୟ ଯେ, ଆମେରିକା ଓ ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରିଛନ୍ତି। ଜବାବରେ ଇରାନ ମଧ୍ୟ ପଡୋଶୀ ଦେଶ ଉପରେ ବୋମା ବର୍ଷା କରୁଛି। ଏଥିଯୋଗୁଁ ମଧ୍ୟ ପ୍ରାଚ୍ୟରେ ସ୍ଥିତି ଖୁବ୍ ସଙ୍ଗିନ ହୋଇ ଯାଇଛି। ଇରାନର ସର୍ବୋଚ୍ଚ ନେତା ଆୟତୁଲ୍ଲା ଅଲୀ ଖାମେନିଙ୍କ ହତ୍ୟା ମଧ୍ୟ ହୋଇ ସାରିଛି।

ଭାରତୀୟ ଦୂତାବାସ ଚେତାବନୀ ଦେଇ ବିବୃତ୍ତି ଜାରି କରିଛି। ଏଥିରେ ୟୁଏଇ ପକ୍ଷରୁ କଡ଼ା ଚେତାବନୀ ଜାରି କରାଯାଇଛି। ଏଥିରେ କୁହାଯାଇଛି କେହି ବି କୌଣସି ସ୍ଥାନକୁ ସ୍ଥାନରେ କୌଣସି ଘଟଣାକୁ ଅନଧିକୃତ ଉପାୟରେ କ୍ୟାମେରାରେ ରେକର୍ଡ କରୁଥିବା ଦେଖାଗଲେ , ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ପ୍ରତିବନ୍ଧିତ ଅଞ୍ଚଳ ଓ ଏୟାରପୋର୍ଟ ଭିତରେ ମଧ୍ୟ ଫଟୋ କିମ୍ୱା ଭିଡ଼ିଓ କରିବା ସ୍ପଷ୍ଟ ମନା। ସେଠାରେ ରହୁଥିବା ଭାରତୀୟଙ୍କର ସୁରକ୍ଷା ଓ ତାଙ୍କୁ ଆଇନଗତ ସମସ୍ୟାରେ ପଡ଼ିବାରୁ ରକ୍ଷା କରିବା ପାଇଁ ଦୂତାବାସ କିଛି କଥାକୁ ଦୃଢ ଭାବେ ପାଳନ କରିବାକୁ କହିଛି। ସେଗୁଡ଼ିକ ହେଉଛି –

  • ଯେବେ ବି ଆପଣଙ୍କୁ କୌଣସି ନିର୍ଦ୍ଦେଶର ଆଲର୍ଟ ଶୁଣାଯାଏ, ତ କୌଣସି ସୁରକ୍ଷିତ ସ୍ଥାନକୁ ଚାଲ ଯାଆନ୍ତୁ ଏବଂ ସେଠାରେ ସେପର୍ଯ୍ୟନ୍ତ ରୁହନ୍ତି ଯେପର୍ଯ୍ୟନ୍ତ ଆପଣଙ୍କ ଅଞ୍ଚଳରେ ୱାର୍ଣ୍ଣିଂ ଆଲର୍ଟ ନହଟିଛି।
  • କୌଣସି ଘଟଣା ସ୍ଥାନର ଫଟୋ ସୋସିଆଲ ମିଡ଼ିଆରେ ସେୟାର କରନ୍ତୁ ନାହିଁ। ବିସ୍ଫୋରଣ କିମ୍ୱା ମିସାଇଲ ଖସିବାରେ କୌଣସି କ୍ଷତି ହେଲେ , ଏହାର ଫଟୋ କେଉଁଠି ଲଗାନ୍ତୁ ନାହିଁ।
  • ଯଦି ଆପଣଙ୍କ ଆଖପାଖରେ ବିସ୍ଫୋଟକ ଖସିବାର କିମ୍ୱା ଆପଣଙ୍କୁ ସନ୍ଦିଗ୍ଧ ବସ୍ତୁ ନଜର ଆସେ , ତ ତୁରନ୍ତୁ ଏହାର ସୂଚନା ସଂପୃକ୍ତ ଅଧିକାରୀଙ୍କୁ ଦିଅନ୍ତୁ।
  • କେଉଁଠିକୁ ଯାତାୟାତ କରୁଥିବା ବେଳେ ବିମାନ ବନ୍ଦର ଭିତରର ଫଟୋ କିମ୍ୱା ଭିଡ଼ିଓ ରେକର୍ଡ କର ନାହିଁ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା