Masthead

ଆଗକୁ ବଢ଼ିପାରେ ତାତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ଦିନ ତାପମାତ୍ରା ବଢୁଛି । ଆଗକୁ ତାତି ଆହୁରି ବଢ଼ିପାରେ । ଆସନ୍ତା ତିନି ଦିନରେ ତାପମାତ୍ରା ୨ରୁ ୪ ଡିଗ୍ରୀ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ତାତି ବଢ଼ିଲେ ବି ରାଜ୍ୟର ବିକ୍ଷିପ୍ତ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ଆଶଙ୍କା ଅଛି । ବୁଧବାର ବାଲେଶ୍ୱର, ଭଦ୍ରକ, ଗଜପତି, ଗଞ୍ଜାମ, ମାଲକାନଗିରି, ରାୟଗଡ଼ା ଓ କୋରାପୁଟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ।

୨୬ ତାରିଖ (ଗୁରୁବାର) ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ଆଶଙ୍କା ଅଛି । ୨୭ ତାରିଖରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ କୁଆପଥର ବର୍ଷା ହୋଇପାରେ । ୪୦ରୁ ୫୦ କିମି ବେଗରେ ପବନ ବି ବହିବାର ଆଶଙ୍କା ଅଛି । ୨୮ରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ୪୦ରୁ ୫୦ କିମି ବେଗରେ ପବନ ସହ କୁଆପଥର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ମଙ୍ଗଳବାର ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ଥିଲା । ଏଠାରେ ଦିନ ତାପମାତ୍ରା ସର୍ବାଧିକ ୩୮.୫ ଡିଗ୍ରୀ ଥିଲା । ଭବାନୀପାଟଣାରେ ୩୮, ଅନୁଗୁଳରେ ୩୬.୧, ଭଦ୍ରକରେ ୩୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି