Before Header

ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି; ୨୦୦ଟଙ୍କା ଶସ୍ତା ହେଲା ଉଜ୍ଜ୍ୱଳା ଯୋଜନାର ଏଲପିଜି ସିଲିଣ୍ଡର

0 55

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି  । ଏଲପିଜି ଗ୍ୟାସ ସିଲିଣ୍ଡରକୁ ୨୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ କଲେ ସରକାର । ଉଜ୍ଜଳା ଯୋଜନାରେ ୨୦୦ ଟଙ୍କା ସବ୍‌ସିଡିକୁ ମଞ୍ଜୁର କରାଯାଇଛି। ଗ୍ୟାସ ଉପରେ ସବ୍‌ସିଡିକୁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ମଞ୍ଜୁରୀ ପ୍ରଦାନ କରାଯାଇଛି । ଉଜ୍ଜ୍ୱଳା ଯୋଜନା ଅଧୀନରେ ଥିବା ହିତାଧିକାରୀ ଏହାର ଲାଭ ଉଠାଇ ପାରିବେ । ଅଗଷ୍ଟ ମାସର ପ୍ରଥମ ଦିନ ପେଟ୍ରୋଲିୟମ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦ ଟଙ୍କା ହ୍ରାସ କରିଥିଲେ । ତେବେ ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନଥିଲା। ଏବେ ୨୦୦ ଟଙ୍କା ସବସିଡି ଦ୍ୱାରା ଗ୍ୟାସ ଦର କମିବ । ଯାହା ଗ୍ରାହକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି । ତେବେ ଏହାର ଫାଇଦା କେବଳ ଉଜ୍ଜଳା ଯୋଜନା ହିତାଧିକାରୀଙ୍କୁ ମିଳିବ ।

Leave A Reply

Your email address will not be published.