Masthead

ଆଉଟଡୋରରେ ଆଲବମ

ମୁମ୍ବାଇ ( ବଡ଼ ଖବର ବ୍ୟୁରୋ): ଆଗରୁ ଆଲବମ ଗୀତ ଗୁଡିକର କ୍ରେଜ ଦର୍ଶକଙ୍କ ଭିତରେ ଖୁବ ପରିମାଣରେ ଦେଖିବାପାଇଁ ମିଳୁଥିଲା । ସକାଳ ହେଉ କି ସନ୍ଧ୍ୟା ଆଲବମ ଗୀତର ପୋଗ୍ରାମ ଆରମ୍ଭ ହେଲା ମାତ୍ରେ ଟିଭି ସାମ୍ନାରେ ଭିଡ ଜମି ଯାଉଥିଲା । ଏବେ ସମୟ ପରିବର୍ତନ ସହ ଗୀତର ଶୈଳିରେ ବି ପରିବର୍ତ୍ତନ ହୋଇଛି । ଆଲବମ ଗୀତ ଅପେକ୍ଷା ଓଡିଆ ଫିଲ୍ମ ଗୀତ ଗୁଡିକୁ ବହୁତ ମାତ୍ରାରେ ପସନ୍ଦ କରୁଛନ୍ତି ଦର୍ଶକ । କିନ୍ତୁ ସବୁପରେ ବି ଲୋକଙ୍କ ଭିତରେ ଆଲବମ ଗୀତର ନିଶା କମିନି । କିନ୍ତୁ ଏବେ କରୋନାର ଦ୍ୱିତୀୟ ଲହର ଚାଲିଛି । ଗତ ବର୍ଷ ମଧ୍ୟ କରୋନା ପାଇଁ ସିନେମା ହଲ ମାନଙ୍କରେ ଫିଲ୍ମ ରିଲିଜ ହୋଇପାରୁନଥିଲା, କି ଫିଲ୍ମ ସୁଟିଂରେ ମଧ୍ୟ ବାଧା ଉପୁଜୁଥିଲା । ସେହିଭଳି ଏବର୍ଷ ମଧ୍ୟ କରୋନା ଦ୍ୱିତୀୟ ଲହର ପାଇଁ ଓଡିଆ ଫିଲ୍ମ ପ୍ରେକ୍ଷାଳୟରୁ ଉଭେଇ ଯାଇଛି ।

ଯାହା ଓଲିଉଡ ଦୁନିଆକୁ ଏକ ଶକ୍ତ ଧକ୍କା ଲାଗିଛି । ଏପରି ସମୟରେ ଓଲିଉଡ୍ କଳାକାର, ପ୍ରଯୋଜନା ସଂସ୍ଥାମାନେ କିନ୍ତୁ ନିଜକୁ ସୁଟିଂଠାରୁ ଦୂରେଇ ଦେଇନାହାନ୍ତି। ଆଉଟଡୋର୍ ନହେଉ ପଛେ ଇନ୍ଡୋର୍ ସୁଟିଂ ଉପରେ ଗୁରୁତ୍ବ ଦେଇଛନ୍ତି ଚଳଚ୍ଚିତ୍ର ନିର୍ମାଣକାରୀସଂସ୍ଥା। ଫିଲ୍ମ ହେଉ କିମ୍ବା ଧାରାବାହିକ ଅବା ଆଲବମ୍ ସବୁକିଛି କ୍ରୋମା ଆଗରେ ଓ ସେଟ୍ ଭିତରେ ସମ୍ଭବ ହେଉଛି। ସେହିପରି ବର୍ତମାନ କେବଳ ଆଲବମ୍ ସୁଟିଂ ଆଉଟଡୋରରେ ଦେଖିବାକୁ ମିଳିଛି।

ତେବେ ପୁପୁଲ୍ ମହାନ୍ତିଙ୍କ ପ୍ରଯୋଜିତ ଅଶ୍ବନୀ ଓ ଦୀପାଲିଙ୍କ ଅଭିନୀତ ‘ଏମନ ଡାକିଲେ ସେମନ ଶୁଣୁଛି’ ଆଲବମ୍ ତିଆରି ହୋଇଛି। ଏଥିରେ ସଂଗୀତ ଦେଇଛନ୍ତି ଜାପାନୀ। ସେହିଭଳି କଳିଙ୍ଗ ସିନେ ଆର୍ଟସ୍ ପ୍ରଯୋଜନାରେ ଝୁମୁକାରେ ସୁଟିଂ ହୋଇଛି ଆଲବମ୍ ‘ସୁନ୍ଦର ସୁନ୍ଦରୀ ଝଅ’। ଏହାର ନିର୍ଦେଶନା ଦେଇଛନ୍ତି ବିଦ୍ୟାଧର ବାରିକ। ଅଭିନୟ କରିଛନ୍ତି ମୟା ଓ ଇପସିଲା ଓ ଅକ୍ଷୟ। ସମରେଶ ରାଉତରାୟଙ୍କ ପ୍ରସ୍ତୁତ ଅଭିନେତା ବୁଲୁ ଓ ଅଭିନେତ୍ରୀ ଶୁଭଶ୍ରୀଙ୍କ ଅଭିନୀତ ଅଶ୍ବିନୀ ତ୍ରିପାଠୀଙ୍କ ନିର୍ଦେଶିତ ମ୍ୟୁଜିକ୍ ଆଲବମ୍ ‘ପ୍ରେମ ଛିଟା’ ମଧ୍ୟ ରିଲିଜ୍ ହୋଇଛି।ପ୍ୟାରେଣ୍ଟର୍ସ

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା