Masthead

ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼

କାମାକ୍ଷାନଗର(ବଡ଼ ଖବର ବ୍ୟୁରୋ): କାମାକ୍ଷାନଗରରେ ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ । ମାଡ଼ ମାରିବା ସହ ଗାଡି ଭଙ୍ଗାରୁଜା ଅଭିଯୋଗ। ଅନନ୍ତପୁର ସାହିରେ ୪ ଜଣ ଜନଗଣନା ଅଧିକାରୀଙ୍କୁ ଗୋଡେଇ ପିଟିଲେ ଦୁଇ ପୁଅ ସହ ବାପା। କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ଘଟଣା ସ୍ଥଳରେ ଉପଜିଲ୍ଲାପାଳ ଓ ପୋଲିସର ତଦନ୍ତ ଆରମ୍ଭ। ଆକ୍ରମଣରେ ୪ଜଣ ଜନଗଣନା କର୍ମଚାରି ଆହତ ହୋଇଥିବା ବେଳେ ଏଥିରେ ୨ଜଣ ମହିଳା କର୍ମଚାରି ଅଛନ୍ତି। ସକାଳେ କାମାକ୍ଷାନଗର ଏନଏସି ୩ନମ୍ବର ୱାର୍ଡ ମହିମାନଗର ସାହିରେ ଘଟିଛି ଘଟଣା।

ଜନଗଣନା କର୍ମଚାରୀ ଙ୍କୁ ମାଡ଼ ମାରିବା ସହ ଜନଗଣନା କରୁଥିବା କର୍ମଚାରୀଙ୍କ ଗାଡି ଭାଙ୍ଗିଦେଇଛନ୍ତି ସମ୍ପୃକ୍ତ ବ୍ୟକ୍ତି। କର୍ମଚାରୀଙ୍କୁ ଗାଳି ଗୁଲଜ କରିବା ସହିତ ଜନଗଣନା କରେଇ ଦେଲେନି। ଆକ୍ରମଣରରେ ମହିଳା କର୍ମଚାରି ମୁହଁରେ ଆଘାତ ଲାଗିବା ସହ ପଥର ଧରି ମାରିବାକୁ ଗୋଡାଇଥିବା କହିଛନ୍ତି। ଖବର ପାଇ ଘଟଣା ସ୍ଥଳ ରେ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, ଏସଡିପିଓ ଓ ଥାନା ଅଧିକାରୀ ପହଞ୍ଚିଥିଲେ। ପୁଲିସ ଆକ୍ରମଣକାରିଙ୍କୁ ଅଟକ ରଖିଛି ଓ ଏହାର ବିଧିବଦ୍ଧ ତଦନ୍ତ ଆରମ୍ଭ କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ଜନଗଣନା କର୍ମୀଙ୍କ ସୁରକ୍ଷା ପାଇଁ ନିର୍ଦ୍ଦେଶ 🔴 ଟ୍ରମ୍ପ ବଢ଼ାଇଲେ ସିଜ୍‌ଫାୟାର 🔴 ଖରା ନେଇ ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ 🔴 ପହଲଗାମ୍ ଆତଙ୍କୀ ହମଲାକୁ ବର୍ଷେ 🔴 ଟ୍ରାକ୍ଟରକୁ ଓଭରଟେକ୍ କରିବା ହେଲା କାଳ 🔴 ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି 🔴 ୫ ଦିନ ଜଳିବ ପଶ୍ଚିମ ଓଡ଼ିଶା 🔴 ଜନ ଗଣନା କରିବାକୁ ଯାଇ ଶିକ୍ଷୟତ୍ରୀ ନିଖୋଜ 🔴 ଆମେରିକାର ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ