Masthead

ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଓଡ଼ିଶା ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ଗଣତନ୍ତ୍ରରେ ମହିଳାଙ୍କ ଯୋଗଦାନ ନେଇ ବିଧାନସଭାରେ ଆଲୋଚନା ପାଇଁ ଦିନକ ପାଇଁ ଏହି ଅଧିବେଶନ ଡକାଯାଇଛି । ଏଥିପାଇଁ ସବୁ ଦଳ ପ୍ରସ୍ତୁତ ରହିଛନ୍ତି । ସଂସଦରେ ମହିଳା ସଂରକ୍ଷଣ ସମ୍ପର୍କିତ ବିଲ୍ କାଟ ଖାଇବା ପରେ ବିରୋଧୀ ଦଳଙ୍କୁ କାଠଗଡ଼ାକୁ ଟାଣିବା ଯୋଜନାରେ ରହିଛି ବିଜେପି । ଅନ୍ୟପଟେ ମହିଳା ସଂରକ୍ଷଣ ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ ଦଳ ବି ଅସ୍ତ୍ର ସଜାଇ ବସିଛନ୍ତି ।

​​​​​​​ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ବିଜେପିର ବିଧାୟକ ଦଳ ବୈଠକ। ସାଢେ ୯ଟାରେ ବିଧାନସଭା ୫୪ନଂ ହଲରେ ବସିବ ବୈଠକ।  ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବ ଆଲୋଚନା। ଏହି ବୈଠକରେ ସାମିଲ ହେବେ ସମସ୍ତ ମନ୍ତ୍ରୀ ବିଧାୟକ।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ରହିବେ। ସଂସଦରେ ମହିଳା ସଂରକ୍ଷଣ ବିଲ କାଟ୍ ଖାଇବା ପାରେ ଓଡ଼ିଶା ବିଧାନସଭାରେ ବସିବାକୁ ଯାଉଛି ସ୍ୱତନ୍ତ୍ର ଅଧିବେଶନ। ଗୁରୁବାର ପୂର୍ବାହ୍ନ ୧୧ଟାରୁ ଅଧିବେଶନ ଆରମ୍ଭ ହେବ । ସିଧା ବିଷୟବସ୍ତୁକୁ ନେଇ ଆଲୋଚନା ଆରମ୍ଭ କରାଯିବ । ଏହି ଅଧିବେଶନ ପାଇଁ ଗୁରୁବାର ସକାଳ ସାଢ଼େ ୯ଟାରେ ବିଧାନସଭା ପରିସରରେ ବିଜେପି ବିଧାୟକ ଦଳ ବୈଠକ ଡକାଯାଇଛି । ସମସ୍ତ ବିଧାୟକ ଉପସ୍ଥିତ ରହିବାକୁ କୁହାଯାଇଛି । ବିଜେପିର ଆଭିମୁଖ୍ୟ କିଭଳି ରହିବ, ସେ ନେଇ ବୈଠକରେ ବିଧାୟକମାନଙ୍କୁ ଅବଗତ କରାଯିବ । ସଂସଦରେ ମହିଳା ସଂରକ୍ଷଣ କାଟ୍ ଖାଇବା ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଆଣିପାରନ୍ତି ସରକାରୀ ଦଳ ।

ସମ୍ବିଧାନର ଧାରା ୧୭୪ ଉପଧାରା ଏକ ଆଧାରରେ ଏହି ଅଧିବେଶନ ଡକାଯାଇଛି। ଏନେଇ ବିଧାନସଭା ସଚିବଙ୍କ ପକ୍ଷରୁ ଚିଠି ଜାରି କରାଯାଇଥିଲା। ଦେଶର ମୋଟ ଜନସଂଖ୍ୟାର ୫୦ ଭାଗ ହେଉଛନ୍ତି ମହିଳା। ଏଣୁ ମହିଳାଙ୍କୁ ସେମାନଙ୍କୁ ଭାଗିଦାରୀ ମିଳିବା ଉଚିତ୍ ବୋଲି ଦାବି କରୁଛି ବିଜେପି। ଏଣୁ ସ୍ବତନ୍ତ୍ର ଅଧିବେଶରେ ଡାକି ଆଲୋଚନା ପାଇଁ ନିଷ୍ପତ୍ତି ହୋଇଛି। ଦିନିକିଆ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ୩୦ ପ୍ଲାଟୁନ୍ ଫୋର୍ସ ମୁତୟନ ହେବା ସହିତ ତ୍ରିସ୍ତରୀୟ ବଳୟରେ ରହିବ ବିଧାନସଭା। STU, ଡଗ୍  ସ୍କ୍ୱାଡ୍, ବମ୍ ସ୍କ୍ୱାଡ୍ ସହ ଅଗ୍ନିଶମ ବିଭାଗକୁ ମଧ୍ୟ ଦାୟିତ୍ୱ ଦିଆଯାଇଛି। ଲୋୟର ପିଏମ୍ଜିରେ ବିଏନ୍ଏସ୍ ୧୬୩ ଧାରା ଜାରି କରାଯାଇଛି। ବିଧାନସଭାକୁ ଲାଗିଥିବା ସମସ୍ତ ଅଞ୍ଚଳ ସିସିଟିଭି ସରଭିଲାନ୍ସରେ ରହିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ଅପରାହ୍ନରେ ଝଡ଼ବର୍ଷା, ୫ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ଆଜି ବସିବ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି