Masthead

ହଠାତ ଘର ଭିତରେ ପଶିଗଲା କାର୍‌

ଉଦଳା (ବଡ଼ ଖବର ବ୍ୟୁରୋ): ଘର ଭିତରେ ପଶିଗଲା କାର। ଅଳ୍ପକେ ବର୍ତ୍ତିଗଲେ ୨ ଜଣ । ଉଦଳା ଥାନା ଗୁଡ଼ୁଗୁଡ଼ିଆ ଗ୍ରାମରେ ଘଟିଛି ଏଭଳି ଘଟଣା। ଉଦଳା ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରିୟ ରଞ୍ଜନ ଜେନା ରାଢୋରୁ ଉଦଳା ଅଭିମୁଖେ ନିଜ କାରରେ ଆସୁଥିଲେ। ଗୁଡ଼ୁଗୁଡ଼ିଆ ଛକ ନିକଟରେ ଅଚାନକ ବାଇକ ଆରୋହୀ ଜଗବନ୍ଧୁ ପରିଡା ଗାଡି ସାମ୍ନାକୁ ଆସିବାରୁ ଭାରସାମ୍ୟ ହରାଇ ତାଙ୍କୁ ବଞ୍ଚାଇବାକୁ ଯାଇ କାରକୁ ବାମକୁ କାଟିଦେଇଥିଲେ। ଯାହାଫଳରେ କାର ସହିତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାସ୍ତା ତଳକୁ ଓହ୍ଲାଇ ଯାଇଥିଲେ ଏବଂ ସାମ୍ନାରେ ଥିବା ଏକ ଘର ଭିତରେ କାରଟି ପଶି ଯାଇଥିଲା।

ଏହି ସମୟରେ ଘର ଭିତରେ ଥିବା ୨ ଜଣ ବ୍ୟକ୍ତି ଘରର ବିପରୀତ ପାର୍ଶ୍ଵରେ ଥିବାରୁ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି। କାରଟି ଘର ଭିତରକୁ ପଶି ଯାଇଥିବା ଖବର ପାଇ ସ୍ଥାନୀୟ ଲୋକେ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେପଟେ ବାଇକ ଚାଳକ ଗାଡ଼ିରୁ ପଡି ଆହତ ହୋଇ ଉଦଳା ମେଡିକାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି ହୋଇଛନ୍ତି। ତେବେ ଏଭଳି ବଡ଼ ଦୁର୍ଘଟଣାରେ ଘରେ ଥିବା ୨ ଜଣଙ୍କ ସମେତ କାର୍ୟ୍ୟ ନିର୍ବାହୀ ଅଧିକାରୀ କେହି ଗୁରୁତର ଆହତ ହୋଇ ନାହାନ୍ତି। ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ କାର ଟିକୁ ଘର ଭିତରୁ ବାହାର କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର