Masthead

ଅଧିବେଶନ ଆରମ୍ଭରୁ ବିଜେପି-କଂଗ୍ରେସ ମୁହାଁମୁହିଁ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜିଠୁ ଆରମ୍ଭ ହୋଇଛି ଲୋକସଭାର ସ୍ୱତନ୍ତ୍ର ଅଧିବେଶନ। ଅଧିବେଶନ ଆରମ୍ଭରୁ ହିଁ ମୁହାଁମୁହିଁ ହୋଇଛନ୍ତି ବିଜେପି-କଂଗ୍ରେସ। ଲୋକସଭା ଅଧିବେଶନ ଆରମ୍ଭ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଓ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ମୁହାଁମୁହିଁ ହୋଇଛନ୍ତି ।

ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା କିରଣ ରିଜିଜୁ ୧୮ତମ ଲୋକସଭା ସଦସ୍ୟଙ୍କ ପାଇଁ ଏକ ସ୍ୱାଗତ ବାର୍ତ୍ତା ପୋଷ୍ଟ କରିଥିଲେ। ସେ ଏଥିରେ କହିଥିଲେ, ‘୧୮ ତମ ଲୋକସଭାର ପ୍ରଥମ ଅଧିବେଶନ ରେ ମୁଁ ସମସ୍ତ ନବ ନିର୍ବାଚିତ ସମ୍ମାନିତ ସଦସ୍ୟମାନଙ୍କୁ ସ୍ୱାଗତ କରୁଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମୁଁ ସଦସ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଉପଲବ୍ଧ ରହିବି। ଏହାକୁ ନେଇ କଂଗ୍ରେସ ନେତା ଜୟରାମ ରମେଶ ତାଙ୍କୁ ଟାର୍ଗେଟ୍‌ କରିଛନ୍ତି। କିରଣ ରିଜିଜୁଙ୍କ ଏହି ପୋଷ୍ଟରେ ସେ କମେଣ୍ଟ କରି ଲେଖିଛନ୍ତି, ‘ମିଷ୍ଟର ମିନିଷ୍ଟର, ଆପଣଙ୍କ ଶବ୍ଦ ଅପେକ୍ଷା ଆପଣଙ୍କ ଆକ୍ସନ କଥା କୁହେ । ଯାହା କହୁଛନ୍ତି ତାହା କାମରେ କରି ଦେଖାନ୍ତୁ।’

ଏହାର ଉତ୍ତରରେ କିରଣ ରିଜିଜୁ ଲେଖିଛନ୍ତି, ‘ଅବଶ୍ୟ ଜୟରାମ ରମେଶ ଜୀ, ଆପଣ ଗୃହର ଜଣେ ବୁଦ୍ଧିମାନ ସଦସ୍ୟ । ଯଦି ଆପଣ ସକରାତ୍ମକ ଅବଦାନ ଦିଅନ୍ତି, ତେବେ ଆପଣ ଗୃହ ପାଇଁ ଏକ ମୂଲ୍ୟବାନ ସମ୍ପତ୍ତି ହେବେ। ବିଜେପି ନେତାଙ୍କ ଏହି ଜବାବ ଉପରେ କଂଗ୍ରେସ ନେତା ଜୟରାମ ରମେଶ ନିଟ୍‌ ବିବାଦକୁ ଇଙ୍ଗିତ କରି ଟାର୍ଗେଟ୍‌ କରିଛନ୍ତି। ଧନ୍ୟବାଦ ମିଷ୍ଟର ମିନିଷ୍ଟର, ମୁଁ ଆଶା କରୁଛି ଯେ ମୋର ବୁଦ୍ଧି ପ୍ରମାଣପତ୍ର NTA ଗ୍ରେଡିଂ ଭଳି ହେବ ନାହିଁ। ଏଥିରେ ବି ଗ୍ରେସ୍ ମାର୍କ ଅଛି କି? ବୋଲି ସେ ପ୍ରଶ୍ନ କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ