ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ

କୋଲକାତା (ବଡ଼ ଖବର ବ୍ୟୁରୋ): ବଙ୍ଗଳାରେ ସରିଲା ମମତା ରାଜ୍, ସ୍ବତନ୍ତ୍ର କ୍ଷମତା ବଳରେ କ୍ୟାବିନେଟ୍‌କୁ ବରଖାସ୍ତ କଲେ ରାଜ୍ୟପାଳ । ପଶ୍ଚିମବଙ୍ଗ ରାଜନୀତିରେ ଏକ ବଡ଼ ଧରଣର ସାମ୍ବିଧାନିକ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୨୬ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ପରାଜୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଇସ୍ତଫା ନଦେବାକୁ ଜିଦ୍‌ ଧରିଥିଲେ । ରାଜ୍ୟପାଳ କ୍ୟାବିନେଟ୍‌କୁ ବରଖାସ୍ତ କରିବା ସହ ପୁରୁଣା ବିଧାନସଭାକୁ ଭଙ୍ଗ କରିଛନ୍ତି। ୨୦୨୧ରୁ ଚାଲିଆସୁଥିବା ବିଧାନସଭାର କାର୍ଯ୍ୟକାଳ ଶେଷ ହୋଇଥିବାରୁ ଏବଂ ନୂତନ ବିଧାନସଭା ଗଠନ ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ରାଜ୍ୟପାଳ ଏହି ନିଷ୍ପତ୍ତି ନେଇଛନ୍ତି ।

ସେପଟେ ବଙ୍ଗଳା ପରାଜୟ ପରେ, ମମତା ବାନାର୍ଜୀ କହିଥିଲେ ଯେ, ସେ ଏବେ ଜାତୀୟ ସ୍ତରରେ ବିରୋଧୀ ମେଣ୍ଟକୁ ମଜବୁତ କରିବା ଉପରେ ଧ୍ୟାନ ଦେବେ ।  “ଅଖିଳ ଭାରତୀୟ ମେଣ୍ଟର ନେତାମାନେ ସେମାନଙ୍କର ଏକତା ପ୍ରକାଶ କରିବା ପାଇଁ ମୋତେ ଫୋନ୍ କରିଥିଲେ। ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ମଧ୍ୟ ମୋ ସହିତ କଥା ହୋଇଥିଲେ।” ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ କ୍ଷମତାରେ ଥିବା ସମୟରେ, ମୁଁ ବହୁତ ସହ୍ୟ କରିଥିଲି । ଏବେ ମୁଁ ଏକ ମୁକ୍ତ ପକ୍ଷୀ, ଜଣେ ସାଧାରଣ ଲୋକ। ମୁଁ ଲଢ଼ିବି। ମୁଁ ରାସ୍ତାରେ ରହି ସମସ୍ତ ଅତ୍ୟାଚାର ବିରୁଦ୍ଧରେ ଲଢ଼ିବି।”​​​​​​​

ପଶ୍ଚିମବଙ୍ଗର ପ୍ରଥମ ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହ ମେ 9 ତାରିଖରେ କୋଲକାତାର ବ୍ରିଗେଡ ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ। ପ୍ରାୟ 4,000 ପୋଲିସ କର୍ମଚାରୀଙ୍କୁ ନିୟୋଜିତ କରାଯିବା ସହିତ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ , କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ , ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଏବଂ ଅନେକ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର ଆଶା କରାଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ 🔴 କାଲି ବିଧାନସଭା, ଆଜି ବସିଲା ସର୍ବଦଳୀୟ ବୈଠକ 🔴 ଭୁବନେଶ୍ୱରରେ ବିଗିଡିଲା ବାୟୁର ମାନ 🔴 ଦିଲ୍ଲୀରେ ବିଷାକ୍ତ ହେଲା ବାୟୁ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଭୂକମ୍ପରେ ଥରିଲା ଜାପାନ 🔴 ଦୀପାବଳୀ ପରେ ବଢିବ ଶୀତ 🔴 ବାତ୍ୟା ଓ ବନ୍ୟାରେ ପ୍ରଭାବିତ ଗଞ୍ଜାମ ଲୋକଙ୍କ ପାଇଁ ସହାୟତା ଲୋଡ଼ିଲେ ଜିଲ୍ଲାପାଳ 🔴 ଦୁର୍ନୀତି ବିରୋଧରେ କଠୋର ହେଲେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ 🔴 ୪୬ ଦିନ ପରେ ଖୋଲିଲା କଳିଙ୍ଗା ଘାଟି 🔴 ଦୀପାବଳି ପାଳିବେନି ମୁଖ୍ୟମନ୍ତ୍ରୀ