ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକାର ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ‘ହ୍ୱାଇଟ୍ ହାଉସ୍’ ନିକଟରେ ଶନିବାର ସନ୍ଧ୍ୟାରେ ଏକ ବଡ଼ଧରଣର ଗୁଳିକାଣ୍ଡ ଘଟିଛି। ଜଣେ ସନ୍ଦିଗ୍ଧ ବ୍ୟକ୍ତି ସୁରକ୍ଷା ଚୌକି (Security Checkpoint) ନିକଟରେ ପହଞ୍ଚି ସୁରକ୍ଷାକର୍ମୀଙ୍କ ଉପରକୁ ହଠାତ୍ ଗୁଳି ଚଳାଇବା ଆରମ୍ଭ କରିଥିଲା। ଆମେରିକୀୟ ସିକ୍ରେଟ୍ ସର୍ଭିସ୍ ର ସୂଚନା ଅନୁଯାୟୀ, ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସୁରକ୍ଷାକର୍ମୀମାନେ ଆତତାୟୀକୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ ଭିତରେ ହିଁ ଉପସ୍ଥିତ ଥିଲେ। ଆମେରିକା ସମୟ ଅନୁସାରେ ସନ୍ଧ୍ୟା ପ୍ରାୟ ୬ଟାରେ ଏହି ପରିସ୍ଥିତି ସୃଷ୍ଟି ହୋଇଥିଲା । ସନ୍ଦିଗ୍ଧ ବ୍ୟକ୍ତିଜଣକ ୧୭ତମ ଷ୍ଟ୍ରିଟ୍ ଏବଂ ପେନସିଲଭାନିଆ ଆଭେନ୍ୟୁ ଅଞ୍ଚଳରେ ଥିବା ଚେକପଏଣ୍ଟ ନିକଟକୁ ଆସିଥିଲା। ଏହାପରେ ସେ ହଠାତ୍ ନିଜ ବ୍ୟାଗ୍ରୁ ଅସ୍ତ୍ରଶସ୍ତ୍ର ବାହାର କରି ସେଠାରେ ନିୟୋଜିତ ଅଧିକାରୀଙ୍କ ଉପରକୁ ଗୁଳି ବର୍ଷଣ କରିଥିଲା।
ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍ ହ୍ୱାଇଟ୍ ହାଉସ୍ ଭିତରେ ଥିଲେ, ଇରାନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରୁଥିଲେ । ଏହି ଗୁଳିକାଣ୍ଡ ସୁରକ୍ଷା ଉଲ୍ଲଂଘନ ଗମ୍ଭୀର ପ୍ରଶ୍ନ ଉଠାଇଛି । ପ୍ରାୟ ଗୋଟିଏ ମାସ ମଧ୍ୟରେ ହ୍ୱାଇଟ୍ ହାଉସ୍ ବାହାରେ ଏହା ଦ୍ୱିତୀୟ ଆକ୍ରମଣ । କଡ଼ା ସୁରକ୍ଷା ସତ୍ତ୍ୱେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଟାର୍ଗେଟ କରାଯାଉଛି । ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଏପରି ସୁରକ୍ଷା ଉଲ୍ଲଂଘନ କାହିଁକି ବାରମ୍ବାର ଘଟୁଛି । ଶନିବାର ସନ୍ଧ୍ୟାରେ ହ୍ୱାଇଟ୍ ହାଉସ୍ ବାହାରେ ହଠାତ୍ ଗୁଳି ଫୁଟିବା ଶବ୍ଦରେ ରାଜଧାନୀ ୱାଶିଂଟନ୍ ଥରି ଉଠିଥିଲା। ଗୁଳିକାଣ୍ଡ ସମୟରେ ରାଷ୍ଟ୍ରପତି ଟ୍ରମ୍ପ୍ ଇରାନ ସମ୍ପର୍କରେ ଏକ ବୈଠକରେ ଯୋଗ ଦେଇ ହ୍ୱାଇଟ୍ ହାଉସ୍ ଭିତରେ ଥିଲେ । ଆକ୍ରମଣକାରୀ ପ୍ରାୟ ୨୫ ରାଉଣ୍ଡ ଗୁଳି ଚଳାଇଥିବା ଜଣାପଡ଼ିଛି । ଯାହା ଫଳରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ସିକ୍ରେଟ୍ ସର୍ଭିସ ଅଞ୍ଚଳକୁ ଘେରାବନ୍ଦୀ କରିଥିଲା । ହ୍ୱାଇଟ୍ ହାଉସ୍ କମ୍ପ୍ଲେକ୍ସ ପେନସିଲଭାନିଆ ଆଭେନ୍ୟୁ ୧୭ତମ ଷ୍ଟ୍ରିଟ ନିକଟରେ ଗୁଳିକାଣ୍ଡ ହୋଇଛି ।
ରିପୋର୍ଟ ଅନୁସାରେ, ଗୁଳିକାଣ୍ଡର ଜବାବରେ ସିକ୍ରେଟ୍ ସର୍ଭିସ୍ ପାଲଟା ଗୁଳି ଚଳାଇଥିଲେ । ଯେଉଁଥିରେ ଦୁଇ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଆକ୍ରମଣକାରୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି । ଆକ୍ରମଣକାରୀ ୨୧ ବର୍ଷୀୟ ନାସିର ବେଷ୍ଟ ଭାବରେ ଚିହ୍ନଟ କରାଯାଇଛି । କୁହାଯାଉଛି ଯେ ଉଭୟ ଆକ୍ରମଣକାରୀ ହ୍ୱାଇଟ୍ ହାଉସ୍ ଭିତରକୁ ପ୍ରବେଶ କରିବାକୁ ଚାହୁଁଥିଲେ । ଆକ୍ରମଣରେ ଜଣେ ପଥଚାରୀ ମଧ୍ୟ ଆହତ ହୋଇଛନ୍ତି । ହ୍ୱାଇଟ୍ ହାଉସ୍ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ, ଆକ୍ରମଣକାରୀ ଗୁଳି ଚଳାଇବାରେ ସକ୍ଷମ ହୋଇଥିଲେ, ଯାହା ସୁରକ୍ଷା ପରିସ୍ଥିତି ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି ।
