Masthead

ଆକ୍ସନ୍‌ ମୋଡ୍‌ରେ ବ୍ରହ୍ମପୁର ପୁଲିସ, ୨୪ ଘଣ୍ଟାରେ ତିନୋଟି ଏନକାଉଣ୍ଟର

ଗଞ୍ଜାମ (ବଡ଼ ଖବର ବ୍ୟୁରୋ): ବହୁଚର୍ଚ୍ଚିତ ପ୍ଲଟ ବ୍ୟବସାୟୀ ସୁଧୀର ପାତ୍ର ଅପହରଣ ଓ ହତ୍ୟା ମାମଲାରେ ଫେରାର ଅଭିଯୁକ୍ତ ବଡ଼ଗଡ଼ ଥାନା ଅନ୍ତର୍ଗତ ନଉଗାଁର ରଞ୍ଜନ ମଲ୍ଲିକ ଓ ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ସିକିରି ପାଢ଼ୀ ସାହିର ସରୋଜ ପଣ୍ଡାଙ୍କୁ ପୁଲିସ ଏନକାଉଣ୍ଟର କରିଥିବା ସୂଚନା ମିଳିଛି। ଆହତ ଅଭିଯୁକ୍ତଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଚାରିଜଣ ଅଭିଯୁକ୍ତଙ୍କୁ ପୁଲିସର ସ୍ୱତନ୍ତ୍ର ଟିମ ରାଜସ୍ଥାନରୁ ଟ୍ରଂଜିଟ ରିମାଣ୍ଡରେ ନେଇ ଆସୁଥିବା ବେଳେ ଅଭିଯୁକ୍ତ ଚମ୍ପଟ ମାରିବାକୁ ଉଦ୍ୟମ କରିଥିଲେ। ପୁଲିସ ଦୁଇଜଣଙ୍କୁ ଏନକାଉଣ୍ଟର କରିଥିଲା ।

ବ୍ରହ୍ମପୁର ବଡ଼ବଜାର ଥାନା ଅମ୍ବିକା  ନଗର ଛକ ବିଚ୍‌ ରାସ୍ତାରେ ଗତକାଲି  ରାତି ୯ଟାରେ ମଙ୍ଗଳା ବେହେରା  ନାମକ ଜଣେ ଯୁବକକୁ ହାଣିଥିଲେ  ଦୁର୍ବୃତ୍ତ । ଅପରାଧ ଘଟିବାର ମାତ୍ର ୫ ଘଣ୍ଟା ଭିତରେ ଅଭିଯୁକ୍ତ  ଜଗନ୍ନାଥ ସାହୁ ଓରଫ ଜଗାକୁ  ଏନ୍‌କାଉଣ୍ଟର କରିଛି ପୁଲିସ୍‌ ।  ରାତିରେ ପୁଲିସ ଟିମ୍‌ ଜଗାକୁ କାବୁ  କରିଥିଲା । ତାକୁ ସାଙ୍ଗରେ ନେଇ ବାଉରି ସୁକୁଣ୍ଡା ଅଞ୍ଚଳକୁ ଅନ୍ୟ  ଅଭିଯୁକ୍ତକୁ ଧରିବାକୁ ଯାଇଥିଲା  ପୁଲିସ । ରାତି ପ୍ରାୟ ୨ଟା ୩୦ରେ  ଜଗା ପୁଲିସକୁ ଚକ୍‌ମା ଦେଇ  ଖସିଯିବା ସହ ବୋମା ଫିଙ୍ଗିଥିଲା ।  ଆତ୍ମରକ୍ଷା ପାଇଁ ପାଲଟା ଜବାବ୍‌  ଦେଇଥିଲା ପୁଲିସ ଟିମ୍‌ । ଜଗାର  ଦୁଇ ଆଣ୍ଠୁରେ ବାଜିଛି ଗୁଳି । ଜଗାକୁ  ଗୁରୁତର ଅବସ୍ଥାରେ ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲରେ ଭର୍ତ୍ତି  କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଏସ୍‌ପି ଡା.ସରବଣା  ବିବେକ ଏମ୍‌ । ରାତିରେ ଏଏସ୍‌ପି ଆଲୋକ କୁମାର  ଜେନା, ଏସ୍‌ଡିପିଓ ପ୍ରିୟସ ରଞ୍ଜନ ଛୋଟରାୟ ଓ  ବଡ଼ବଜାର ଥାନା ଆଇଆଇସି ଆଶିଷ କୁମାର ସ୍ୱାଇଁ  ଏମ୍‌କେସିଜିରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 ପିୟୁସିସି ଜରିମାନା ହ୍ରାସ କଲେ ରାଜ୍ୟ ସରକାର