Before Header

ଆଜି ପ୍ରଥମାଷ୍ଟମୀ, ପୁରପଲ୍ଲୀରେ ଉତ୍ସାହର ମାହୋଲ

0 540

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):ଆଜି ପ୍ରଥମାଷ୍ଟମୀ । ଶ୍ରୀମନ୍ଦିରରେ ପୋଢୁଆଁ ହେବେ ବଡ଼ ଠାକୁର ବଳଭଦ୍ର । ଏନେଇ ଶ୍ରୀଜିଉଙ୍କ ମାମୁଘର ନିଆଳିରୁ ଶ୍ରୀମନ୍ଦିରକୁ ଆସିଛି ପୋଢୁଆଁ ଭାର। ପ୍ରଥମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ହେଉଛି ସ୍ୱତନ୍ତ୍ର ନୀତି। ମାର୍ଗଶିର ମାସର ପ୍ରଥମ ତିଥି ବା ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ କୁହାଯାଏ । ଏହି ଦିନ ଘରର ପ୍ରଥମ ସନ୍ତାନଙ୍କୁ ପୂଜା କରିବା ସହ ଆଦର କରାଯାଇଥାଏ । ପ୍ରଥମ ସନ୍ତାନକୁ ଚନ୍ଦନ ସିନ୍ଦୁର ଲଗାଇ ତାଙ୍କୁ ନୂଆ ବସ୍ତ୍ର ପିନ୍ଧାଇ ବନ୍ଦାପନା କରାଯାଏ । ଏହି ବର୍ଷ ଆସିଥିବା ପ୍ରଥମ ଚାଉଳରେ ଏଣ୍ଡୁରି, କାକରା, ଖେଚେଡ଼ି କରାଯାଇ ମା’ଲକ୍ଷ୍ମୀଙ୍କୁ ଭୋଗ ଲଗାଯାଏ । ମା’ମାନେ ବଡ଼ ପୁଅ ଝିଅର ଦୀର୍ଘାୟୁ ମନାସି ଘରେ ଦେବିଙ୍କ ପୂଜା କରିଥାନ୍ତି ।

Leave A Reply

Your email address will not be published.