ଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦ (DUSU) ନିର୍ବାଚନରେ ABVP ୪ଟି ପ୍ରମୁଖ ପଦରୁ ୩ଟିରେ ବିଜୟୀ ହୋଇଛି। ସଭାପତି, ସମ୍ପାଦକ ଓ ଯୁଗ୍ମ ସମ୍ପାଦକ ପଦ ABVP ହାତକୁ ଯାଇଥିବା ବେଳେ ଉପସଭାପତି ପଦରେ ସ୍ୱାଧୀନ ପ୍ରାର୍ଥୀ ଦିପାଂଶୁ ଶୋକିନ ବିଜୟ ହାସଲ କରିଛନ୍ତି। ସଭାପତି ପଦରେ ABVPର ଯଶ ଡବାସ ବିଜୟୀ ହୋଇଛନ୍ତି। ସେ NSUIର ବିଜୟ ଶଙ୍କର ମୀଣାଙ୍କୁ ୨,୦୫୩ ଭୋଟ୍ରେ ପରାସ୍ତ କରିଛନ୍ତି। ଯଶ ଡବାସଙ୍କୁ ୨୪,୫୭୬ ଭୋଟ୍ ମିଳିଥିବା ସୂଚନା ମିଳିଛି।
DUSUର ୪ଟି କେନ୍ଦ୍ରୀୟ ପଦରେ NSUI କୌଣସି ପଦ ହାସଲ କରିପାରିନାହିଁ। ଚଳିତ ନିର୍ବାଚନରେ ଭୋଟ୍ ଗଣତି ସେପ୍ଟେମ୍ବର ୧୯ରେ ହୋଇଥିଲା। ଏହି ଫଳାଫଳ ସହ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର କେନ୍ଦ୍ରୀୟ ପ୍ୟାନେଲରେ ABVP ୩ଟି ପଦ ହାସଲ କରିଥିବା ବେଳେ ଗୋଟିଏ ପଦ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି।
DUSU ନିର୍ବାଚନ ୨୦୨୬: କେଉଁ ପଦରେ କିଏ ବିଜୟୀ?
- ଅଧ୍ୟକ୍ଷ: ଯଶ ଡବାସ – ୨୨,୪୩୪ ଭୋଟ
- ଉପାଧ୍ୟକ୍ଷ: ଦୀପାଂଶୁ ଶୌକିନ – ୨୮,୮୭୩ ଭୋଟ
- ସଚିବ: ରିୟା ଛାବଡ଼ି – ୧୯,୮୪୬ ଭୋଟ
- ଯୁଗ୍ମ ସଚିବ: ଲକ୍ଷ୍ୟ ରାଜ ସିଂହ – ୧୪,୯୬୫ ଭୋଟ
କେତେ ପ୍ରତିଶତ ମତଦାନ ହୋଇଥିଲା?
