Masthead

୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ

ବିହାର (ବଡ଼ ଖବର ବ୍ୟୁରୋ):  ଗୋଟିଏ ପରିବାରର ୫ଜଣ ସଦସ୍ୟ ଅସ୍ତ୍ରଶସ୍ତ୍ର ଧରି ଜଣଙ୍କ ଘରେ ପହଞ୍ଚ ଆକ୍ରମଣ କରିଥିଲେ । ଗୁଳିମାଡ଼ ସହ ହାତରେ ଥିବା ଧାରୁଆ ଅସ୍ତ୍ରଶସ୍ତ୍ରରେ ରାୟ ଓ ତାଙ୍କ ପତ୍ନୀଙ୍କୁ ହାଣିପକାଇଥିଲେ । ଯୁବା ଅବସ୍ତାରେ ଏକ ହିସାଂତ୍ମକ ମାମଲାରେ ଅଭିଯୁକ୍ତ ହୋଇଥିଲେ । ଏବେ ତାଙ୍କୁ ୮୪ବର୍ଷ । ବୃଦ୍ଧ ଅବସ୍ତାରେ ୩୩ବର୍ଷ ତଳ ଘଟଣାକୁ ନେଇ କୋର୍ଟ ତାଙ୍କୁ ଦୋଷି ସାବ୍ୟସ୍ତ କରିଛ । ବିହାରର ବୈଶାଳୀ ଜିଲ୍ଲାର ୮୪ ବର୍ଷୀୟ ଦୀପ ରାୟ ଜଣେ ଅପରାଧୀ। ଆଜକୁ ପ୍ରାୟ ୩୩ ବର୍ଷ ତଳେ, ଅର୍ଥାତ୍ ୧୯୯୨ ମସିହା ନଭେମ୍ବର ୧୦ ତାରିଖରେ ଏକ ସାମାନ୍ୟ ବିବାଦକୁ ନେଇ ସେ ଯେଉଁ ରକ୍ତମୁଖା ରୂପ ଧାରଣ କରିଥିଲେ, ତାହାର ପରିଣାମ ଆଜି ତାଙ୍କୁ ଭୋଗିବାକୁ ପଡ଼ିଛି।

ଘଟଣାଟି ଥିଲା – ରାଘବପୁର ଗାଁର ଅଦାଲତ ରାୟ ନିଜ ପତ୍ନୀଙ୍କ ସହ ଘର ଆଗରେ ବସିଥିବା ବେଳେ ଦୀପ ରାୟ ଏବଂ ତାଙ୍କ ପରିବାର ଲୋକେ ମାରଣାସ୍ତ୍ର ଧରି ସେଠାରେ ପହଞ୍ଚିଥିଲେ । କେବଳ ସେତିକି ନୁହେଁ, ରାସ୍ତାରେ କାଚ ଖଣ୍ଡ ବିଛାଇ ଏକ ଜଘନ୍ୟ କାଣ୍ଡ ଭିଆଇଥିଲେ । ବିରୋଧ କରିବାରୁ ଆକ୍ରମଣ ମଧ୍ୟ କରିଥିଲେ। । ୧୯୯୩ରୁ ଆରମ୍ଭ ହୋଇଥିବା ଏହି ଆଇନଗତ ଲଢ଼େଇ ଦୀର୍ଘ ୩୩ ବର୍ଷ ଧରି ଚାଲିଲା। ଏହି ସମୟ ମଧ୍ୟରେ ମାମଲାର ଅନ୍ୟ ୪ ଜଣ ଅଭିଯୁକ୍ତ ମୃତ୍ୟୁବରଣ କରିସାରିଛନ୍ତି। କୋର୍ଟ ତାଙ୍କୁ ହତ୍ୟା ଉଦ୍ୟମ (ଆଇପିସି ଧାରା ୩୦୭) ଭଳି ସଙ୍ଗୀନ ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ଘଟଣା ସମାଜ ପାଇଁ ଏକ ବଡ଼ ଶିକ୍ଷା। ନ୍ୟାୟାଳୟର ପ୍ରକ୍ରିୟା ବିଳମ୍ବ ହୋଇପାରେ, କିନ୍ତୁ ଅପରାଧର ହିସାବ ଦିନେ ନା ଦିନେ ଦେବାକୁ ପଡ଼େ। “କର୍ମ କେବେ ପିଛା ଛାଡ଼େ ନାହିଁ” – ଏହି ପୁରୁଣା କଥାଟି ଆଜି ଦୀପ ରାୟଙ୍କ କ୍ଷେତ୍ରରେ ସତ୍ୟ ପ୍ରମାଣିତ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି