Masthead

ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ

ପୁରୀ (ବଡ଼ ଖବର ବ୍ୟୁରୋ): ଆଜି ଠାରୁ ପୁରୀରେ ଆରମ୍ଭ ବ୍ରିକ୍ସ ରାଷ୍ଟ୍ର ସମୂହର ସମ୍ମିଳନୀ। ୧୧ଟି ଦେଶର ପ୍ରତିନିଧି ଏହି ସମ୍ମିଳନୀରେ ସାମିଲ ହେବେ। ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ ଏବଂ ବୈଷୟିକ ଦିଗ ପ୍ରତି ପ୍ରସଙ୍ଗକୁ ନେଇ ଏହି ସମ୍ମିଳନୀରେ ଆଲୋଚନା ହେବ। ପୁରୀର ଏକ ହୋଟେଲରେ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ପୋଲିସ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସମ୍ମିଳନୀ ହେବାକୁ ଥିବା ଅଞ୍ଚଳକୁ ସମ୍ପୂର୍ଣ୍ଣ ସିସିଟିଭି ସର୍ଭେଲାନ୍ସରେ ରଖାଯାଇଛି। ବ୍ରିକ୍ସ ରାଷ୍ଟ୍ର ସମୂହ ପ୍ରତିନିଧି ଦଳ କୋଣାର୍କ ଗସ୍ତ ଥିବାରୁ ସେଠାରେ ମଧ୍ୟ କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶାରେ ପ୍ରଥମ ଥର ପାଇଁ ଏହି ବ୍ରିକ୍ସ ରାଷ୍ଟ୍ର ସମୂହ ସମ୍ମିଳନୀ ଆୟୋଜନ ହେଉଥିବାରୁ ଏହାକୁ ସଫଳ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି।

ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦରରେ ବ୍ରିକ୍ସ ରାଷ୍ଟ୍ରସମୂହର ପ୍ରତିନିଧି ଦଳଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱାଗତ କରାଯାଇଛି । ଆଜି ବିପର୍ଯ୍ୟୟ ପ୍ରତିରୋଧୀ କ୍ଷମତା, ନୂତନ ଜ୍ଞାନକୌଶଳ, ସହଯୋଗ ଓ ସ୍ଥାୟିତ୍ୱ ବିକାଶ ନେଇ ଆଲୋଚନା ହେବ । ଗୋଷ୍ଠୀଭିତ୍ତିକ ଡିଆର୍‌ଆର୍‌ ଶାସନ ବ୍ୟବସ୍ଥା, ବିପର୍ଯ୍ୟୟ ସମ୍ଭାବ୍ୟ ବିପଦ ପାଇଁ ସୁଦୃଢ଼ ଅର୍ଥ ବ୍ୟବସ୍ଥା, ବହୁମୁଖୀ ବିପଗ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା, ପ୍ରକୃତି ଆଧାରିତ ଓ ସ୍ୱଦେଶୀ ସମାଧାନ, ଡିଆରଆର କ୍ଷେତ୍ରରେ ବିଜ୍ଞାନ, ପ୍ରଯୁକ୍ତି ଓ ନୂତନ ଜ୍ଞାନକୌଶଳ ଉପରେ ଆଲୋଚନା ହେବ । ଜୁନ୍‌ ୪ରେ ଉଦ୍‌ଘାଟନୀ କାର୍ଯ୍ୟକ୍ରମ ହେବ । ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେବେ । ଏହି ଅଧିବେଶନରେ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ସ୍ଥାୟୀ ଅର୍ଥ ବ୍ୟବସ୍ଥା, ସମାବେଶୀ ପ୍ରାରମ୍ଭିକ ସତର୍କ ସୂଚନା ବ୍ୟବସ୍ଥା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ । ଏଥିସହ ସଦସ୍ୟମାନେ କୋଣାର୍କ ପରିଦର୍ଶନ କରିବେ । ୫ ତାରିଖରେ ବୈଷୟିକ ଅଧିବେଶନ ହେବ । ଏଥିରେ ଜଳବାୟୁ ପ୍ରତିରୋଧ ଭିତ୍ତିଭୂମି, ପାରମ୍ପରିକ ଓ ପ୍ରକୃତି ଆଧାରିତ ସମାଧାନର ସମନ୍ୱୟ, ଡିଆରଆରରେ ବିଜ୍ଞାନ ଓ ପ୍ରଯୁକ୍ତିର ଭୂମିକା ଉପରେ ଆଲୋଚନା ହେବ । ଏଥିସହ ରାମଚଣ୍ଡୀରେ ନୌକା ଉଦ୍ଧାର କାର୍ଯ୍ୟକଳାପର କ୍ଷେତ୍ର ପରିଦର୍ଶନ କରିବେ ସଦସ୍ୟ ।

ପୁରୀର ବଳିଆପଣ୍ଡାସ୍ଥିତ ତାଜ୍‌ ହୋଟେଲ ପରିସରରେ ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ହୋଟେଲକୁ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ଯୋଗେଶ ବାହାଦୂର ଖୁରାନିଆ । ଏହି ସମୟରେ ଟ୍ରାଫିକ, ଭିଆଇପିଙ୍କ ଯାତାୟାତ ଓ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଟିକିନିଖି ଏସ୍‌ପି ପ୍ରତୀକ ସିଂଙ୍କଠାରୁ ବୁଝିଛନ୍ତି । ବୈଠକ ସମୟରେ ହୋଟେଲ ଚତୁଃପାଶ୍ୱର୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖାଯିବ । ଏଥିଲାଗି ବରିଷ୍ଠ ଅଧିକାରୀମାନଙ୍କ ସହ ୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିବେ । ସମ୍ମିଳନୀରେ ସାମିଲ ହେବାକୁ ଥିବା ସଦସ୍ୟମାନେ କୋଣାର୍କ ଓ ଚିଲିକା ଗସ୍ତ କରିବାର କାର୍ଯ୍ୟକ୍ରମ ଥିବାରୁ ସେମାନଙ୍କ ସୁରକ୍ଷାକୁ ପୁଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ଡିଜିପିଙ୍କ ସମୀକ୍ଷା ସମୟରେ କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ୍‌ ନାୟକ, ଏସପି ପ୍ରତୀକ ସିଂଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ । ସମ୍ମିଳନୀ ନେଇ ପୁରୀ ସହର ପ୍ରସ୍ତୁତ ହୋଇଛି । ସହରର ବିଭିନ୍ନ ସ୍ଥାନରେ ପ୍ରଚାର ପ୍ରସାର ପାଇଁ ବ୍ୟାନର ପୋଷ୍ଟର ଲଗାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ 🔴 ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡି.କେ. ଶିବକୁମାର 🔴 ପୁଣି ଘନେଇଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ 🔴 ୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ 🔴 ସୌମ୍ୟ ହତ୍ୟାକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ମାଆ ହେଲା ବାଘୁଣୀ ଜିନ୍ନତ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି 🔴 ମଧ୍ୟ ପ୍ରାଚ୍ୟରେ ପୁଣି ବିଗିଡିବ କି ସ୍ଥିତି ? 🔴 ୫ଦିନରେ ୪ ଡିଗ୍ରୀ ଯାଏ ବଢ଼ିପାରେ ତାତି 🔴 ମଣିଷକୁ ଖାଇଲା ବାଘ ! 🔴 ଆଜିଠୁ ପୁରୀରେ ବ୍ରିକ୍ସ ସମ୍ମିଳନୀ 🔴 ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଡି.କେ. ଶିବକୁମାର 🔴 ପୁଣି ଘନେଇଲା ମଧ୍ୟପ୍ରାଚ୍ୟରେ ଯୁଦ୍ଧ 🔴 ୮୪ ବର୍ଷର ବୃଦ୍ଧଙ୍କୁ ଜେଲ ଦଣ୍ଡ 🔴 ସୌମ୍ୟ ହତ୍ୟାକାଣ୍ଡ ମାମଲା, ମୁଖ୍ୟ ଅଭିଯୁକ୍ତ ଗିରଫ 🔴 ମାଆ ହେଲା ବାଘୁଣୀ ଜିନ୍ନତ 🔴 ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି 🔴 ମଧ୍ୟ ପ୍ରାଚ୍ୟରେ ପୁଣି ବିଗିଡିବ କି ସ୍ଥିତି ? 🔴 ୫ଦିନରେ ୪ ଡିଗ୍ରୀ ଯାଏ ବଢ଼ିପାରେ ତାତି 🔴 ମଣିଷକୁ ଖାଇଲା ବାଘ !