ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି ।ରାଜଧାନୀରେ ରେର୍କଡ ଭାଙ୍ଗିଲା ତାତି । ଅସହ୍ୟ ଗରମ ଓ ଗୁଳୁଗୁଳି ଜନଜୀବନକୁ ସଂର୍ପୂଣ ଅସ୍ତବ୍ୟସ୍ତ କରିଦେଇଛି । ସକାଳ ୬ଟା ବେଳଠୁ ଆରମ୍ଭ ହୋଇଯାଉଛି ଟାଇଁ ଟାଇଁ ଖରା । ପାହାନ୍ତିଆରୁ ଦିନ ୧୨ଟା ଭଳି ଅନୁଭବ ହେଉଛି । ଭୁବନେଶ୍ୱରରେ ବଢୁଛି ହିଟ୍ ଇଣ୍ଡେକ୍ସ । ସାଢେ ୨ ସୁଦ୍ଧା ଭୁବନେଶ୍ୱରରେ ହିଟ୍ ଇଣ୍ଡେକ୍ସ ୫୦ ଡିଗ୍ରି । କିନ୍ତୁ ପ୍ରକୃତ ତାପମାତ୍ରା ୪୧ ଡିଗ୍ରି । ଆର୍ଦ୍ରତା ୩୮ ପ୍ରତିଶତ ରେର୍କଡ । ରାଜଧାନୀରେ ୫୦ ଡିଗ୍ରୀ ଭଳି ଅନୁଭବ ହେଉଛି ଗରମ । ପ୍ରକୃତରେ ୪୧ ଡିଗ୍ରୀ ରହିଛି ତାପମାତ୍ରା । ଏଭଳି ସ୍ଥିତିରେ ଘରୁ ବାହାରିବା ସମ୍ଭବ ହୋଇପାରୁ ନାହିଁ । ପାଣି ପାଗ ବିଭାଗଙ୍କ ମତରେ ଏଭଳି ସ୍ଥିତି ଏକ ଘାତକ ତାତିର ରୂପ ନେଇଛି । ଯାହା ସାଧାରଣ ଲୋକଙ୍କ ପାଇଁ କଷ୍ଟ ଦାୟକ ହୋଇପଡିଛି । ତାପମାତ୍ରାଠାରୁ ଅଧିକ ରହୁଛି ହିଟ୍ ଇଣ୍ଡେକ୍ସ । ବର୍ଷା ପରେ ବି ଲୋଙ୍କୁ ମିଳୁନି ଆଶ୍ୱସ୍ଥି । ବାୟୁ ମଣ୍ଡଳରେ ପ୍ରଚୁର ପରିମାଣରେ ଜଳୀୟବାଷ୍ପ ରହୁଥିବାରୁ ଶରୀରରୁ ବାହାରୁ ଥିବା ଝାଳ ଶୁଖୁ ନାହିଁ । ଯାହା ଫଳରେ ଗରମ ପ୍ରକୋପ ଦୁଇ ଗୁଣା ଅଧିକ ଅନୁଭୁତ ହେଉଛି । ଏହି କାରଣରୁ ୧୦ଟା ପରଠୁ ରାସ୍ତା ଘାଟ ଶୂନ୍ସାନ୍ ହୋଇଯାଉଛି । ସେପଟେ ଉପକୂଳ ଜିଲ୍ଲାରେ ମଧ୍ୟ ପ୍ରବଳ ଗରମ ଗୁଳୁଗୁଳି ଜାରି ରହିଛି ।
ଆଉ କେତେ ଦିନ ଏପରି ଉତ୍ତପ୍ତ ତାତି ସହ୍ୟ କରିବ ମଣିଷ ।
