Masthead

ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଓମାନ ଉପକୂଳରେ ଏକ ଭାରତୀୟ ବାଣିଜ୍ୟିକ ଜାହାଜ ସେଟ୍ଟେବେଲ୍ଲୋ ଉପରେ ଆକ୍ରମଣ ପରେ ୩ ଭାରତୀୟ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଅପରେସନ୍ ଜାରି ରହିଛି । ଭାରତୀୟ ଜାହାଜ ଉପରେ ଆକ୍ରମଣକୁ ନିନ୍ଦା କରିବା ସହ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି, ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ରନଧୀର ଜୈସ୍ବାଲ । ଆକ୍ରମଣ ସମୟରେ ସେଟ୍ଟେବେଲ୍ଲୋରେ ୨୪ ଜଣ ଭାରତୀୟ ନାଗରିକ ଥିଲେ। ସେମାନଙ୍କ ମଧ୍ୟରୁ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି କିନ୍ତୁ ୩ ଜଣଙ୍କର କିଛି ପତ୍ତା ମିଳୁନି । ସେମାନଙ୍କୁ ଖୋଜି ବାହାର କରିବାପାଇଁ ଉଦ୍ୟମ ଜାରି ରହିଛି ।

ଟେନ ମାରିଟାଇମ୍ ଟ୍ରେଡ୍ ଅପରେସନ୍ସ (ୟୁକେଏମ୍ଟିଓ) ମୁତାବକ, ଜାହାଜର ଇଞ୍ଜିନ ରୁମ୍‌ରେ ନିଆଁ ଲାଗିଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ପ୍ରଥମେ ଜଣାପଡ଼ିଥିଲା । ଭାରତ ଏହି ଆକ୍ରମଣକୁ ଘୋର ନିନ୍ଦା କରିଛି । ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଓମାନ ସ୍ଥିତ ଭାରତୀୟ ଦୂତାବାସ ସ୍ଥିତି ଉପରେ ନଜର ରଖିଛି ଏବଂ ନିଖୋଜ ଭାରତୀୟଙ୍କ ସନ୍ଧାନ ଲାଗି ରେସ୍କୁ କାମରେ ଓମାନ କର୍ତ୍ତୃପକ୍ଷଙ୍କ ସହ ସକ୍ରିୟ ଭାବେ କାମ କରୁଛି । ଜାହାଜ ଉପରେ ଆମେରିକା ଆକ୍ରମଣ କରିଥିବା ସନ୍ଦେହ କରାଯାଉଥିବାବେଳେ ଦିଲ୍ଲୀ ସ୍ଥିତ ଆମେରିକୀୟ ଦୂତାବାସର ଅଧିକାରୀ ତଥା ପ୍ରଭାରୀ ରାଷ୍ଟ୍ରଦୂତ ଜେସନ ମିକ୍ସଙ୍କୁ ସମନ କରିଛି । ନୂଆଦିଲ୍ଲୀରେ ଏକ ୩୦ ମିନିଟ୍ର ବୈଠକରେ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଜେସନ ମିକ୍ସଙ୍କୁ ଏକ ଆପତ୍ତି ପତ୍ର ହସ୍ତାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ 🔴 ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ 🔴 ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ୍ 🔴 ଆସୁଛି ମୌସୁମୀ, ଆଶ୍ବସ୍ତି ପାଇବେ ଓଡ଼ିଶାବାସୀ 🔴 ବଡକୋଦଣ୍ଡାରେ କାମଳ ଭୟ 🔴 ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ 🔴 ଓମାନରୁ ଭାରତକୁ ପାଇପ ଯୋଗେ ଆସିବ ଗ୍ୟାସ୍! 🔴 ମିଳୁନି ପାଣି , ଗରା ବାଲଟିି ଧରି ରାସ୍ତାରେ ମହିଳା 🔴 ନୀତି ଆୟୋଗରେ ବଡ଼ ନିଷ୍ପତ୍ତି 🔴 ସୌମ୍ୟ ହତ୍ୟା ମାମଲା, ଆସିଲା ପୋଷ୍ଟମର୍ଟମ ରିର୍ପୋଟ୍ 🔴 ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ 🔴 ଓମାନ ଉପକୂଳରେ ଜାହାଜ ଆକ୍ରମଣରେ ୩ ଭାରତୀୟ ନିଖୋଜ 🔴 ପୁଣି ହର୍ମୁଜ୍ ପ୍ରଣାଳୀ ବନ୍ଦ କଲା ଇରାନ୍ 🔴 ଆସୁଛି ମୌସୁମୀ, ଆଶ୍ବସ୍ତି ପାଇବେ ଓଡ଼ିଶାବାସୀ 🔴 ବଡକୋଦଣ୍ଡାରେ କାମଳ ଭୟ 🔴 ଶାଶୁ ଏବଂ ଶ୍ୱଶୁରଙ୍କୁ ଜାଳିଦେଲା ଜ୍ୱାଇଁ 🔴 ଓମାନରୁ ଭାରତକୁ ପାଇପ ଯୋଗେ ଆସିବ ଗ୍ୟାସ୍! 🔴 ମିଳୁନି ପାଣି , ଗରା ବାଲଟିି ଧରି ରାସ୍ତାରେ ମହିଳା