ଭୁବନେଶ୍ୱରରେ ଟ୍ରେନ୍ ଦୁର୍ଘଟଣା, ସୁରକ୍ଷିତ ଅଛନ୍ତି ଯାତ୍ରୀ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):ଭୁବନେଶ୍ୱରରେ ଦୁଇ ଟ୍ରେନ୍ ମୁହାଁମୁହିଁ । ପୁଣି ସାମ୍ନାକୁ ଆସିଲା ରେଳ ବିଭାଗର ଖାମ ଖିଆଲ୍ ନୀତି । ଭୁବନେଶ୍ୱର ଷ୍ଟେସନରୁ ଖାଲି ଯାତ୍ରୀବାହୀ ଟ୍ରେନ୍ ମଞ୍ଚେଶ୍ୱର ଦିଗରୁ ଆସୁଥିବା ଏକ ଏକ୍ସପ୍ରେସ୍କୁ ଧକ୍କା ଦେଇଛି । ଧକ୍କା ଦେଲା ପରେ ଦୁଇ ଟ୍ରେନ୍ ଝାରପଡା ବ୍ରିଜ୍ ନିକଟରେ ଠିଆ ହୋଇଛି । ସୂଚନା ଅନୁସାରେ କୋଣାର୍କ ଏକ୍ସପ୍ରେସ୍ ଭୁବନେଶ୍ୱରର ଚାରି ନମ୍ବର ପ୍ଲାଟ୍ଫର୍ମରେ ଲାଗିଥିଲା । ଟ୍ରାକ୍ ଚେଞ୍ଜ ବେଳେ ବ୍ରେକରେ କିଛି ଅସୁବିଧା ହେବାରୁ କିଛି ରାସ୍ତା ଗଡିଯାଇଥିଲା ଫଳରେ ଅନ୍ୟ ଟ୍ରେନ୍ ସହିତ ଧକ୍କା ହୋଇଥିଲା । ସେପଟେ ଗୋଟିଏ ଟ୍ରାକରେ ଦୁଇଟି ଟ୍ରେନ୍ କେମିତି ଆସିଲେ ଏନେଇ ପ୍ରଶ୍ନ ଉଠିଛି । କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ତାକୁ ନେଇ ତଦନ୍ତ ଚାଲିଛି । ଏନେଇ କ୍ୟାପିଟାଲ୍ ଥାନାରେ ମାମଲା ରୁଜୁ । ଅନ୍ୟପଟେ ହୋଇଛି ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!