Masthead

ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଅଯୋଧ୍ୟା ରାମ ମନ୍ଦିର ଦାନ ବାକ୍ସ ଦାନ ଅର୍ଥ ହେରଫେର ମାମଲା । ଦାନ ବାକ୍ସରେ ଥିବା କୋଟି କୋଟି ଟଙ୍କାର ଅର୍ଥ, ସୁନାରୂପାର ହିସାବରେ ହେରଫେର ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ତେବେ ଚୋରି କେବେ ହୋଇଛି ଏବଂ କିଏ କରିଛି ତାହା ଏବେ ଅସ୍ପଷ୍ଟ ରହିଛି । ପ୍ରମାଣ ପାଇଁ ମନ୍ଦିରର ସିସିଟିଭି ଯାଞ୍ଚ କରାଯାଇଛି । ସମସ୍ୟାର ସମାଧାନ ସହିତ ଦୋଷୀଙ୍କୁ ଧରିବା ପାଇଁ ଯୋଗୀ ଆଦିତ୍ୟନାଥ ତଦନ୍ତ ତିନ ଜଣିଆ ସ୍ୱତନ୍ତ୍ର ଏସଆଇଟି ଟିମ୍ ଗଠନ କରିଛନ୍ତି । ଏହି ଟିମ୍ ମନ୍ଦିର ଟ୍ରଷ୍ଟ କର୍ମଚାରୀ ଏବଂ ଦାନ ଗଣନା ପ୍ରକ୍ରିୟାର ସମ୍ପୂର୍ଣ୍ଣ ଯାଞ୍ଚ କରୁଛି । ତଦନ୍ତକାରୀ ଅଧିକାରୀମାନେ ସିସିଟିଭି ଫୁଟେଜ୍ , ବ୍ୟାଙ୍କ ରେର୍କଡ ଏବଂ ଅନ୍ୟାନ୍ୟ ଡିଜିଟାଲ ପ୍ରମାଣ ଯାଞ୍ଚ କରୁଛନ୍ତି ।

ଏସଆଇଟି ପାଇଁ ଡିଜିଟାଲ ପ୍ରମାଣ ସଂଗ୍ରହ କରିବା ସବୁଠୁ ବଡ ଚ୍ୟାଲେଞ୍ଜ ହୋଇଛି କାରଣ ମନ୍ଦିରର ସିସିଟିଭି ବ୍ୟାକଅପ କେବଳ ୪୫ ଦିନ ପାଇଁ ଉପଲବ୍ଧ ଥଲା ବେଳେ ପୁରୁଣା ଫୁଟେଜ୍ ମିଳୁ ନାହିଁ । ୬ଦିନ ମଧ୍ୟରେ ପ୍ରମାଣ ସଂଗ୍ରହ କରିବା ପାଇଁ ଏସଆଇଟିକୁ ଦାୟିତ୍ୱ ଦିଆଯାଇଛି । ବର୍ତ୍ତମାନ ପୁରୁଣା ଫୁଟେଜ୍ ସବୁ ଡିଲିଟ୍ ହୋଇଯାଇଛି । ଆଉ ଯେଉଁଥି ପାଇଁ ଟିମକୁ ପ୍ରମାଣ ଖୋଜିବା ମୁସ୍କିଲ ହୋଇପଡ଼ିଛି । ତେବେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରେ ପହଞ୍ଚି କହିଥିଲେ ଯେ ଏହି ହେରଫେର ମାମଲାରେ ଏସଆଇଟି ଟିମ୍ ଗଠନ କରାଯାଇଛି । ବହୁତ ଶ୍ରୀଘ୍ର ପ୍ରମାଣ ମିଳିବା ସହ ଦୋଷୀଙ୍କୁ ଦଣ୍ଡ ଦିଆଯିବ । ଦୋଷୀ ଯିଏ ବି ହେଉ ନା କାହିଁକି, ସେ ବଞ୍ଚିବ ନାହିଁ । ଖାଲି ସେତିକି ନୁହେଁ ଯଦି କାହା ପାଖରେ କିଛି ପ୍ରମାଣ ଥାଏ ତେବେ ଏସଆଇଟି ଟିମକୁ ଦେବା ସହ ସହଯୋଗ କରିବା ପାଇଁ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ