Masthead

କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡିକୁ ଝଟକା। ବିଜେଡିର ଅଯୋଗ୍ୟତା ଆବେଦନକୁ ଖାରଜ କଲେ ବାଚସ୍ପତି ସୁରମା ପାଢ଼ୀ। ଗତ ମାର୍ଚ୍ଚରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସଭା ନିର୍ବାଚନ। ୮ ବିଧାୟକଙ୍କ ବିରୋଧରେ କ୍ରସ ଭୋଟିଂ ଅଭିଯୋଗ ହୋଇଥିଲା। ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ବାଳ, ରମାକାନ୍ତ ଭୋଇ, ନବ ମଲ୍ଲିକ, ସୁବାସିନୀ ଜେନା, ଚକ୍ରମଣି କହଁର, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ଙ୍କ ବିରୋଧରେ ଅଭିଯୋଗ ଆଣିଥିଲା ବିଜେଡି। ସଂପୃକ୍ତ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଆବେଦନ କରିଥିଲା ବିଜେଡି। ବିଜେଡିର ଆବେଦନକୁ ଖାରଜ କରିଦେଇଛନ୍ତି ବାଚସ୍ପତି।

କଂଗ୍ରେସ ବିଧାୟକଙ୍କ ସଦସ୍ୟ ପଦ ରଦ୍ଦ ଆବେଦନ ମଧ୍ୟ ଖାରଜ ହୋଇଯାଇଛି। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ପାଇଁ ୩ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ବାଚସ୍ପତିଙ୍କ ନିକଟରେ କଂଗ୍ରେସ ଆବେଦନ କରିଥିଲା। ସୋଫିଆ ଫିର୍ଦ୍ଦୋଷ, ରମେଶ ଜେନା, ଦାଶରଥୀ ଗମାଙ୍ଗଙ୍କ ସଦସ୍ୟତା ରଦ୍ଦ ପାଇଁ ଆବେଦନ କରା ଯାଇଥିଲା। ବିଜେଡି ସହ କଂଗ୍ରେସର ଆବେଦନକୁ ମଧ୍ୟ ଖାରଜ କରିଛନ୍ତି ବାଚସ୍ପତି ସୁରମା ପାଢୀ ।

ବିଜେଡି ପିଟିସନ ଖାରଜ ପରେ ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପ୍ରତିକ୍ରିୟା ।  ଏହା ବିଜେଡିର ମୁର୍ଖାମୀ ଥିଲା; ବାଚସ୍ପତି ସଠିକ୍‌ ପଦକ୍ଷେପ ନେଇଛନ୍ତି ।  ରାଜ୍ୟସଭା ନିର୍ବାଚନରେ ଦଳୀୟ ହ୍ୱିପ୍‌ କାମ କରେନି’
ଆଇନ ଅନୁସାରେ କ୍ରସ୍‌ ଭୋଟିଂ କଲେ ସଭ୍ୟପଦ ଯାଏ ନାହିଁ । ଚର୍ଚ୍ଚାରେ ରହିବାକୁ ଏଭଳି କରିଛି ବିଜେଡି ।  ବିଜେଡି ଏବେ ମୁର୍ଖଙ୍କ ଦ୍ୱାରା ପରିଚାଳିତ ହେଉଛି; ସଂଗଠନ ଅବସ୍ଥା ଠିକ୍‌ ନାହିଁ ।  ବିଧାୟକ ଓ ସାଂସଦଙ୍କ ସଂଖ୍ୟା କମି କମି ଯାଉଛି; ଆଗକୁ ଆହୁରି ଛାଡ଼ିବେ ।  ଏପର୍ୟ୍ୟନ୍ତ ବାଚସ୍ପତିଙ୍କ ପକ୍ଷରୁ କୌଣସି ଲେଟର ପାଇନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ବିନା ଫିଟନେସରେ ଗାଡ଼ି ଚଳାଉଥିଲେ ସାବଧାନ 🔴 ଏଥର UPI କଲେ କଟିବ ଟଙ୍କା! 🔴 ‘ଖୁବଶୀଘ୍ର ପିଲାଙ୍କୁ ମିଳିବ ନୂଆ ସଠିକ୍ ବହି’ 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି