Before Header

ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଶେଷ ୪ ଘଂଟାରେ ଘଟିଥିଲା କ’ଣ?

0 103

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଆଇରନ ଲେଡି ଇନ୍ଦିରା ଗାନ୍ଧୀ । ମୃତୁ୍ୟ ପୂର୍ବରୁ ତାଙ୍କର ଶେଷ ୪ ଘଂଟା ଥିଲା ବେଶ ସଂଘର୍ଷପୂର୍ଣ୍ଣ । ଯାହାକୁ ନେଇ ଏବେ ମୃତୁ୍ୟର ୩୯ ବର୍ଷ ପରେ ଏହାକୁ ନେଇ ଚର୍ଚ୍ଚା ହେଉଛି । ତେବେ କେମିତି ଥିଲା ଏହି ସଂଘର୍ଷ ତାହାକୁ ଲେଖା ମାଧ୍ୟମରେ ପ୍ରକାଶ କରିଛନ୍ତି ଦେଶର ପ୍ରସିଦ୍ଧ ହାର୍ଟ ସର୍ଜନ ପି ବେଣୁଗୋପଳ । ୩୯ ବର୍ଷ ପରେ ଶେଷ ୪ ଘଂଟାର ଚର୍ଚ୍ଚା । ଆଇରନ ଲେଡି ଇନ୍ଦିରା ଗାନ୍ଧୀଙ୍କ ହତ୍ୟାର ଶେଷ ୪ ଘଂଟାରେ ଘଟିଥିଲା କ’ଣ? ପୁଣି ଚର୍ଚ୍ଚାରେ ଇନ୍ଦିରା ଗାନ୍ଧୀ । ଏଥର ଶାସନ ପାଇଁ ନୁହେଁ, ବ୍ୟକ୍ତିଗତ ଜୀବନ ପାଇଁ । ଚର୍ଚ୍ଚା ହେଉଛି ଶେଷ ମୂହୂର୍ତ୍ତର । ମୃତ୍ୟର ୪ ଘଂଟା ପୂର୍ବର କାହାଣୀ । ଚର୍ଚ୍ଚା, ଇନ୍ଦିରାଙ୍କ ହତ୍ୟା ଘଟଣାର ।

ସମୟ ୧୯୮୪ ମସିହା ଅକ୍ଟୋବର ୩୧ । ତାଙ୍କ ଗୁଳିବିଦ୍ଧ ଶରୀରକୁ ନେଇ ଅଣାଗଲା ଦିଲ୍ଲୀ ଏମ୍ସକୁ । ରକ୍ତ ଜୁଡ଼ୁବୁଡ଼ୁ ଦେହ । ବୋହି ଚାଲୁଥିଲା ରକ୍ତର ଗାର । ଲାଲ ରଙ୍ଗରେ ବୁଡ଼ି ଯାଉଥିଲା ହସପିଟାଲର ଚଟାଣ । ଦେଶର ପ୍ରସିଦ୍ଧ ହାର୍ଟ ସର୍ଜନ ପି ବେଣୁଗୋପଳଙ୍କ ଲିଖିତ ପୁସ୍ତକ ହାର୍ଟଫେଲ: ଲାଇଫ ଅଫ ପାୟୋନିୟରିଂ କାର୍ଡିଆକ୍ ସର୍ଜନରେ ରହିଛି ଆଇରନ ଲେଡିଙ୍କ ଶେଷ ମୂହୂର୍ତ୍ତର କଥା । କେମିତି ହୋଇଥିଲା ଅପରେସନ? କେମିତି ବଂଚାଇବା ପାଇଁ କରାଯାଇଥିଲା ଉଦ୍ୟମ? ପୁସ୍ତକରେ ପି ବେଣୁଗୋପାଳ ଲେଖିଛନ୍ତି ଯେ, ସେହି ସମୟରେ ସେ ଏମ୍ସ ହୃଦରୋଗ ବିଭାଗର ମୁଖ୍ୟ ଥିଲେ । ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ତାଙ୍କ ଦୁଇ ବଡିଗାର୍ଡଙ୍କ ଦ୍ୱାରା ଗୁଳିମାଡ଼ର ଶୀକାର ହୋଇଥିଲେ । ଯାହା ପରେ ତାଙ୍କୁ ଦିଲ୍ଲୀର ଏମ୍ସକୁ ଅଣାଯାଇଥିଲା । ଇନ୍ଦିରାଙ୍କ ଉପରକୁ ଚଳାଯାଇଥିଲା ୩୩ଟି ଗୁଳି । ଗୋଟିଏ ନୁହେଁ କି ଦୁଇଟି ନୁହେଁ । ଦେହରେ ବାଜିଥିଲା ୩୦ଟି ଗୁଳି । ଦେହକୁ ଭେଦ କରି ବାହାରି ଯାଇଥିଲା ୨୩ଟି ଗୁଳି । ଶରୀରରେ ରହିଯାଇଥିଲା ୭ଟି । ଚଂଳଚଂଚଳ ହୋଇପଡିଥିଲା ଏମ୍ସ । ଦେଶର ପ୍ରଧାନମନ୍ତ୍ରୀଙ୍କ ଦେହରେ ଗୁଳି ବାଜିଛି, ଏକଥା ଜାଣିବା ପରେ ସବୁ କର୍ମଚାରୀମାନେ ଲାଗି ପଡିଥିଲେ ଚିକିସôା କାମରେ । ବନ୍ଦ ହେଉନଥାଏ ରକ୍ତର ଧାରା । ଦେହ ଭିତରେ ରହିଥିବା ଗୁଳିକୁ ବାହାର କରିବା ପାଇଁ କରାଯାଉଥିଲା ଚେଷ୍ଟା । କିପରି ବାହାରିବ ଗୁଳି? କିପରି ବଂଚିପାରିବେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି । ବ୍ୟବହାର କରାଗଲା ବାଏପାସ ମେସିନ ।

ଘଂଟା ଘଂଟା ଧରି ଉଦ୍ୟମ ଚଳାଇଥାନ୍ତି ଡାକ୍ତର । ହେଲେ ବନ୍ଦ ହେଉନଥାଏ ରକ୍ତ । ବାହାରି ପାରୁନଥାଏ ଗୁଳି । ଲଗାତାର ଚେଷ୍ଟା ପରେ ବି ବିଫଳ ହୋଇଗଲା ପ୍ରୟାସ । ବନ୍ଦ ହୋଇଗଲା ନିଃଶ୍ୱାସ । ୪ଘଂଟା ମୃତୁ୍ୟ ସହ ସଂଘର୍ଷ କରିବା ପରେ ଆଖି ବୁଜିଦେଇଥିଲେ ଆଇରନ ଲେଡି ଇନ୍ଦିରା ଗାନ୍ଧି । ହତାଶ ହୋଇଗଲେ ଡାକ୍ତର । ଇନ୍ଦିରା ଗାନ୍ଧୀଙ୍କ ଶେଷ ୪ ଘଂଟାର ମୃତୁ୍ୟ ସହ ସଂଘର୍ଷକୁ ଟିକିନିକି ଭାବେ ନିଜ ପୁସ୍ତକରେ ଦର୍ଶାଇଛନ୍ତି ପି ବେଣୁଗୋପଳ ।

 

 

Leave A Reply

Your email address will not be published.