Masthead

ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଛାତ୍ରଛାତ୍ରୀଙ୍କୁ ଠକେଇ ଅଭିଯୋଗରେ ଜଣେ ଗିରଫ: ବି.ଇଡି ସାର୍ଟିଫିକେଟ୍ ଦେବାର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ଠକିନେବା ଅଭିଯୋଗ। ନବରଙ୍ଗପୁର ଜିଲ୍ଲା ଅମରକୋଟ ଥାନା ଅଞ୍ଚଳରୁ ଏଭଳି ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ଆନ୍ଧ୍ରପ୍ରଦେଶରେ ବି.ଇଡି (B.Ed) ଆଡମିଶନ କରାଇଦେବା ଓ ପରୀକ୍ଷା ଦେବାରେ ସହଯୋଗ କରିବା ନାମରେ ଛାତ୍ରଛାତ୍ରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକିନେଇଥିବା ଅଭିଯୋଗରେ ରମାକାନ୍ତ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ପୁଲିସ୍ ଗିରଫ କରିଛି।

ସୂଚନା ଅନୁଯାୟୀ, ରମାକାନ୍ତ ଗତ ୫ ବର୍ଷ ହେବ ‘ଶ୍ରୀ’ ନାମକ ଏକ ବେସରକାରୀ ଶିକ୍ଷା ସଂସ୍ଥା ଚଳାଇ ଆସୁଥିଲେ। ଏହି ସଂସ୍ଥା ମାଧ୍ୟମରେ ସେ ଆନ୍ଧ୍ରପ୍ରଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ବି.ଇଡି ଆଡମିଶନ କରାଇଦେବା ନାମରେ ବର୍ଷକୁ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ପୂର୍ବରୁ କିଛି ଛାତ୍ରଛାତ୍ରୀ ଏହି ସଂସ୍ଥା ମାଧ୍ୟମରେ ନାମ ଲେଖାଇ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ। ତେବେ ଗତ ୨ ବର୍ଷ ହେବ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନେ ସାର୍ଟିଫିକେଟ୍ ପାଇ ନଥିଲେ। ଏ ନେଇ ରମାକାନ୍ତଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇନଥିଲେ।

ପରେ ଛାତ୍ରଛାତ୍ରୀମାନେ ନିଜସ୍ୱ ଉଦ୍ୟମରେ ଆନ୍ଧ୍ରର ସମ୍ପୃକ୍ତ ବିଶ୍ୱବିଦ୍ୟାଳୟକୁ ଯାଇ ତଥ୍ୟ ସଂଗ୍ରହ କରିବାରୁ ଜାଣିବାକୁ ପାଇଥିଲେ ଯେ, ସେମାନଙ୍କ ଟଙ୍କା ବିଶ୍ୱବିଦ୍ୟାଳୟରେ ଜମା ହୋଇନାହିଁ। ରମାକାନ୍ତ ଛାତ୍ରଛାତ୍ରୀଙ୍କଠାରୁ କୋର୍ସ ଫି’ ବାବଦରେ ସମ୍ପୂର୍ଣ୍ଣ ଟଙ୍କା ନେଇଥିଲେ ମଧ୍ୟ ଶିକ୍ଷା ଅନୁଷ୍ଠାନରେ ଜମା କରିନଥିଲେ। ଏହାଛଡ଼ା, ଚଳିତ ବର୍ଷ ଅନେକ ଛାତ୍ରଛାତ୍ରୀଙ୍କଠାରୁ ଟଙ୍କା ନେଇ ସେ ଆଡମିଶନ ମଧ୍ୟ କରାଇ ନଥିଲେ। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ରମାକାନ୍ତଙ୍କୁ ଗିରଫ କରିଛି। ସେପଟେ ଠକେଇର ଶିକାର ହୋଇଥିବା ଛାତ୍ରଛାତ୍ରୀମାନେ ନିଜ ଟଙ୍କା ଫେରସ୍ତ ପାଇବା ସହ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 କାଚୁଛି ବର୍ଷା, ବହିଲାଣି ପବନ..୨୪ ତାରିଖ ଯାଏ ସ୍କୁଲ ଛୁଟି ଘୋଷଣା! 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା