Masthead

ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ତାମିଲନାଡୁ ଗ୍ୟାସ ଟ୍ରାଜେଡି। ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଆଉ ଜଣେ ଓଡ଼ିଆ ଯୁବତୀ। ମୃତ ଯୁବତୀ ବାଂଶପାଳ ବ୍ଲକ ରାଇଡିହା ଗ୍ରାମର ଦୀପାଞ୍ଜଳୀ ଜୁଆଙ୍ଗ। ଗୁରୁବାର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହିର ବୃନ୍ଦା ଜୁଆଙ୍ଗଙ୍କ ଝିଅ ରିତା ଜୁଆଙ୍ଗଙ୍କ ମୃତ୍ୟୁ ଘଟିଥିଲା। ସୂଚନାଯୋଗ୍ୟ ଯେ, ତାମିଲନାଡୁର ତିରୁଭଲ୍ଲୁର ଜିଲ୍ଲାରେ ସିଫୁଡର ଏକ ରପ୍ତାନି ୟୁନିଟରେ ରବିବାର ଆମୋନିଆ ଗ୍ୟାସ ଲିକ୍ ହୋଇଥିଲା। ଏହି ଲିକ୍ ପେରିଆପାଲାୟମ ନିକଟସ୍ଥ କନିଗାଇପୈରରେ ଥିବା ସେଣ୍ଟ ପିଟର୍ସ ପଲ୍ ସିଫୁଡ୍ ଏକ୍ସପର୍ଟଙ୍କ ଫ୍ୟାକ୍ଟ୍ରିରେ ହୋଇଥିଲା। ଏହି କାରଖାନାରେ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୯ ଜଣ ଶ୍ରମିକ ଚିକିତ୍ସାଧୀନ ଅଛନ୍ତି।

ଆଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିଥିଲା । ହେଲେ ପ୍ରାଥମିକ ଭାବେ କେନ୍ଦୁଝରରେ ୫ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଯାହାଙ୍କର ମୃତଦେହ ଗାଁ ମାଟିକୁ ଅଣାଯାଇଥିଲା । ଏହାପରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କ ପରେ ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣାରେ ମୋଟ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ଆଉ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଳକ୍ କାଞ୍ଜିପାଣି ଥାନା ତଳରାଇଡିହା ଗାଁ ଦୀପାଞ୍ଜଳୀ ଜୁଆଙ୍ଗ। ଗୁରୁବାର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନାଳି ସାହିର ବୃନ୍ଦା ଜୁଆଙ୍ଗଙ୍କ ଝିଅ ରିତା ଜୁଆଙ୍ଗଙ୍କ ମୃତ୍ୟୁ ଘଟିଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 କାଠ ମାଫିଆଙ୍କ କବ୍ଜାରେ କୁଳଡିହା ଅଭୟାରଣ୍ୟ,ସୁରକ୍ଷା ନେଇ ଉଠିଲା ପ୍ରଶ୍ନ 🔴 ସିକ୍କିମରେ ପ୍ରବଳ ବର୍ଷାକୁ ନେଇ ବଡ଼ ଭୂସ୍ଖଳନ, ଅନେକ ଘର କ୍ଷତିଗ୍ରସ୍ତ 🔴 ଦୁଇ ବରିଷ୍ଠ ଅଧିକାରୀ ନିଲମ୍ବିତ 🔴 ଏସିଆନ୍ ଗେମ୍ସରେ ଶୁଟିଂରୁ ଭାରତକୁ ପ୍ରଥମ ସ୍ୱର୍ଣ୍ଣ, ଇତିହାସ ରଚିଲେ ସୁରୁଚି-କମଲଜିତ 🔴 ମହାବଳ ବାଘକୁ ଘରେ ତାଲା 🔴 ଜାତୀୟ ହୋମିଓପାଥିକ କର୍ମଶାଳାରେ ୬୫ ସଫଳ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 🔴 ନେପାଳରେ ବିମାନ ଅଘଟଣ, ବଞ୍ଚିଗଲେ ୧୬ ଯାତ୍ରୀ 🔴 ଆଫଗାନିସ୍ତାନରେ ଏୟାରଷ୍ଟ୍ରାଇକ୍‌, ଚିନ୍ତା ପ୍ରକାଶ କଲା ରୁଷ ଦୂତାବାସ