Masthead

ବିଜେଡି ପାଇଁ ଘର ଭିତରେ ଫାଟ!

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ସବୁ କିଛିକୁ ଭୁଲି ଯାଇ ରାଜନୌତିକ ମଇଦାନକୁ ଓହ୍ଲାଇଲେ ପୂର୍ବତନ ପ୍ରଶାସନିକ ଅଧିକାରୀ ସୁଜାତା ରାଉତ କାର୍ତ୍ତିକେୟନ ପାଣ୍ଡିଆନ । ବିଜୁ ଜନତା ଦଳ ପାଇଁ ଘର ଭିତରେ କଲେ ସଂର୍ଘଷ । ସ୍ୱାମୀ ବିଫଳ ହେବା ସତ୍ତ୍ୱେ ନିଜେ ନିଜର ରାଜନୀତିରେ ଶ୍ରୀଗଣେଶ କରିଛନ୍ତି । ଆଜି ବିଧିବଦ୍ଧ ଭାବରେ ନବୀନଙ୍କ ଉପସ୍ଥିତିରେ ଶଙ୍ଖ ଫୁଙ୍କିଛନ୍ତି ସୁଜାତା । ୨୪ବର୍ଷ ନବୀନଙ୍କ ସହ ରହି ଯେମିତି ଓଡ଼ିଶାବାସୀଙ୍କ କାର୍ଯ୍ୟ କରୁଥିଲି ଏବେ ବିଜେଡିରେ କର୍ମୀ ଭାବରେ ନବୀନଙ୍କ ସହ ରହି ଲୋକଙ୍କ ସେବା କରିବି କହିଛନ୍ତି ବିଜେଡି ନେତ୍ରୀ ସୁଜାତା ପାଣ୍ଡିଆନ । ବିଶେଷସୂତ୍ରରୁ ପ୍ରକାଶ କି କୁଆଡେ ଆଜିର ମିଶ୍ରଣ ପର୍ବକୁ ନେଇ ନାଖୁସ ରହିଛନ୍ତି ବିଜେଡି ଏବଂ ରାଜନୀତିରୁ ସନ୍ୟାସ ନେଇଥିବା ନବୀନଙ୍କ ଗେହ୍ଲା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ । କାହିଁକି ନା ସେ କୁଆଡେ ଚାହୁଁନଥିଲେ କି ତାଙ୍କ ସହ ଜୁନ ମାସ ୨୦୨୪ରେ ଯାହା ଘଟିଲା ଅଥବା ତାଙ୍କୁ ନିଷ୍ପତ୍ତି ନେବାକୁ ପଡିଲା ସେଭଳି ସ୍ଥିତି ତାଙ୍କ ଧର୍ମପତ୍ନୀଙ୍କ ସହ ଘଟୁ । ଯେହେତୁ ସେ ଭଲ ଭାବରେ ବୁଝିସାରିଛନ୍ତି କି ବିଜେଡି ହେଉ ଅବା ଓଡ଼ିଶାବାସୀ କେବେ ତାଙ୍କ ଦୁହେଁ ଦମ୍ପତ୍ତିଙ୍କୁ ଆପଣାଇବେ ନାହିଁ । ଯାହା ପାଇଁ ଦୀର୍ଘ ଦୁଇବର୍ଷ ହେବ ସ୍ତ୍ରୀ ସୁଜାତା ସରକାରୀ ଚାକିରିରୁ ସ୍ୱଚ୍ଛାକୃତ ଅବସର ନେଇଥିଲେ ମଧ୍ୟ ତାଙ୍କୁ ରାଜନୀତି ଠାରୁ ଦୂରାଇ ରଖିଥିଲେ ଭୈରବ ।

ହେଲେ ଶେଷରେ ସୁଜାତାଙ୍କ ଇଚ୍ଛା ଆଗରେ ଭୈରବଙ୍କ କଟକଣା ଆଉ କାମ କରିନଥିଲା । ଗୁରୁବାର ସେ ସ୍ୱାମୀଙ୍କ ବେଡି ଭାଙ୍ଗି, ଲକ୍ଷ୍ମଣ ରେଖା ଅତିକ୍ରମ କରି ବିଜେଡିରେ ହୋଇଯାଇଛନ୍ତି ସାମିଲ । ଯାହା ପାଇଁ କୁଆଡେ ଆଜି ତାଙ୍କ ମିଶ୍ରଣ ପର୍ବ ସମୟରେ ସ୍ୱାମୀ ସାମ୍ନାକୁ ଆସିଲେ ନାହିଁ କି ନବୀନ ନିବାସ ଠାରୁ ନେଇ ଶଙ୍ଖ ଭବନରେ ଉପସ୍ଥିତ ନଥିଲେ । ସ୍ତ୍ରୀ ପାଇଁ ସ୍ୱାମୀ ଭାବରେ ଯେଉଁ ଦାୟିତ୍ୱ ନିର୍ଭାହ କରିବାର ସବୁଠାରୁ ଆବଶ୍ୟକ ପଡୁଥିଲା ତାହା ମଧ୍ୟ ଦେଖାଯାଇନାହିଁ । କାହିଁକି ନା ପାଣ୍ଡିଆନଙ୍କ ଭୂମିକା ବିଜେଡିରେ ହେଉ ଅବା ନବୀନ ନିବାସରେ ସନ୍ୟାସ ନେବା ପରେ ବି ଆଜି କେମିତି ତାଙ୍କର ରୋବାବ ରହିଛି ତାହା ଆଉ କାହାକୁ ଅଚ୍ଛପା ନାହିଁ । ତେଣୁ ସେଦୃଷ୍ଟି କୋଣରୁ ଏଭଳି ନାନା ଚର୍ଚ୍ଚା ଆରମ୍ଭ ହୋଇଯାଇଛି । କାହିଁକି ନା ଯେତେବେଳେ ବିଜେପି ସରକାର ବିରୋଧରେ ବିଜେଡି ନେତା ମାନେ ଆନେ୍ଦାଳନ କରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଉଭୟ ପାଣ୍ଡିଆନ ଦମ୍ପତ୍ତି ତାଙ୍କୁ ସାକ୍ଷତ କରିବା ହେଉ ଅବା ନବୀନ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମୟରେ ହସ୍ପିଟାଲରେ ନେତାଙ୍କୁ ଭେଟାଇ ନ ଦେବା ସହ ନେତାଙ୍କୁ ଏକାଠି ବସାଇ କ୍ଲାସ କରିବା ଘଟଣା ସାମ୍ନାକୁ ଆସିଛି ।

ତେବେ ଏଭଳି ସ୍ଥିତିରେ ଯଦି ସ୍ୱାମୀ-ସ୍ତ୍ରୀ ଏକ ହୋଇ ବିଜେଡିର ସାଥରେ ଥିଲେ ତେବେ ଆଜି ଯେତେବେଳେ ଏତ ବଡ ଖୁସିର ଦିନରେ କାହିଁକି ସ୍ୱାମୀ ଭୈରବ ରହିଲେ ନାହିଁ ତାହାକୁ ନେଇ ପ୍ରଶ୍ନ? ନାଁ ପାଣ୍ଡିଆନ ଦମ୍ପତ୍ତିଙ୍କ ଭିତରେ ବିଜେଡି ଏବଂ ରାଜନୌତିକ ଇଚ୍ଛାଶକ୍ତି ପାଇଁ ଦେଖାଦେଇଛି ଫାଟ ତାହାକୁ ନେଇ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଛି । ହୁଏତ ତାଙ୍କ ଉପରେ ଲାଗିଥିବା ଆରୋପକୁ ମଧ୍ୟ ତାଙ୍କର ରାଜନୀତି ଇଚ୍ଛାଶକ୍ତି ଆଗରେ ତାକୁ ବିଷ ପରିପାନ କରିନେଇଛନ୍ତି । କାହିଁକି ନା ୨୦୨୪ ନିର୍ବାଚନରେ ପ୍ରଶାସନିକ ଦାୟିତ୍ୱରେ ଥିବା ସ୍ୱତେ ବିଜେଡି ପାଇଁ କାର୍ଯ୍ୟ କରୁଥିବାର ଅଭିଯୋଗରେ ବିଭାଗରୁ ଅନ୍ୟତ୍ର ବଦଳି ହେବା ଏବଂ ଶେଷରେ ବିଜେଡି ସାଧାରଣ ନିର୍ବାଚନରେ ପରାଜୟ ପରେ ପରେ ସ୍ୱାମୀ ରାଜନୀତିରୁ ସନ୍ୟାସ ନେବା ପରେ ନିଜେ ପ୍ରଶାସନିକ ଦାୟିତ୍ୱରୁ ଅବସର ନେଇଯିବା ଭଳି ଘଟଣାକୁ ଆଜି ଏଡାଇ ଯାଇ ଆଗକୁ ବଢିଯାଇଛନ୍ତି ସୁଜାତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ 🔴 ବିଜେଡି ପାଇଁ ଘର ଭିତରେ ଫାଟ! 🔴 ତାମିଲନାଡୁ ଟ୍ରାଜେଡି, ମୃତ୍ୟୁ ସଂଖ୍ୟା ୧୦କୁ ବୃଦ୍ଧି 🔴 ଶଙ୍ଖ ଧରିଲେ ସୁଜାତା କାର୍ତ୍ତିକେୟନ 🔴 ସୁଜାତା ମିଶିବା ପରେ ବିଜେଡି ଦୁଇଫାଳ! 🔴 ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ 🔴 ଭେନେଜୁଏଲାରେ ବ୍ୟାକ୍ ଟୁ ବ୍ୟାକ୍ ଭୂମିକମ୍ପ, ସୁନାମୀ ଆଲର୍ଟ 🔴 ୨୦ ଜିଲ୍ଲାରେ ଝଡ଼ବର୍ଷା! 🔴 ଶଙ୍ଖ ଧରିବେ ସୁଜତା 🔴 ଭୁଶୁଡିଲା ନିର୍ମାଣଧୀନ ଗୋଦାମ,ଫସିଗଲେ ୬୦ରୁ ଅଧିକ ଶ୍ରମିକ 🔴 ଆଇସିସିର ସଦ୍ୟତମ ଦିନିକିଆ (ODI) ରାଙ୍କିଙ୍ଗରେ ବିରାଟ କୋହଲିଙ୍କୁ ପଛରେ ପକାଇ ଶୁଭମନ ଗିଲ୍ ଦଖଲ କଲେ ଦ୍ୱିତୀୟ ସ୍ଥାନ