ବିସ୍ଥାପିତଙ୍କୁ ବିଜୁଳି ମନା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଘର ପାଖରେ ବିଜୁଳିଖୁଣ୍ଟ, ତାର ବି ଟଣା ସରିଛି। କିନ୍ତୁ ଘରକୁ ମିଳିପାରୁନି ବିଜୁଳି । ବିପିଏଲ ପରିବାର ହୋଇଥିଲେ ମଧ୍ୟ ମିଳୁନି ବିଜୁଳି ସଂଯୋଗ। ଏ ହେଉଛି ସରକାରୀ ଯୋଜନାର ନଗ୍ନ ଚିତ୍ର। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ତୋଟାପଡ଼ା ପଞ୍ଚାୟତ ଅନ୍ତର୍ଗତ ମାଣିପୁର ଗାଁରେ ।
ଆମେ କହୁଛୁ ମାଣିପୁର ଗାଁର ଅମୂଲ୍ୟ ଦାସ ଓ ଅଚ୍ଛୁତା ନନ୍ଦ ଦାସଙ୍କ କଥା। ଏହି ଦୁଇ ପରିବାର ଭଦ୍ରକ-ଧାମରା ରେଳପଥ ପାଇଁ ବିସ୍ଥାପିତ ହୋଇଛନ୍ତି । ଗାଁଠାରୁ କିଛି ଦୂରରେ ଘର କରି ରହୁଛନ୍ତି। ଧାନକ୍ଷେତ ପରିବେଷ୍ଟିତ ନିର୍ଜନ ଜାଗାରେ ଘର ହୋଇଥିବାରୁ ଜୀବଜନ୍ତୁଙ୍କ ଭୟ ଲାଗିରହିଛି । ସୂର୍ଯ୍ୟାସ୍ତ ପରେ ଘରେ ପଡ଼ୁଛି ତାଟି କବାଟ । ଡିବିରି ଆଲୁଅରେ ପିଲାମାନେ ପାଠ ପଢୁଛନ୍ତି । ସରକାରଙ୍କ ସୌଭାଗ୍ୟ ଯୋଜନା ଅନୁଯାୟୀ ସେମାନଙ୍କ ଘର ପାଖରେ ପୋତା ଯାଇଥିବା ଖୁଣ୍ଟରେ ବିଦ୍ୟୁତ ସଂଯୋଗ ହୋଇସାରିଛି, ମାତ୍ର ଘରକୁ ସଂଯୋଗ କରାଇ ଦେଉନାହାନ୍ତି ଗ୍ରାମବାସୀ। ‘ଆମର ଛୋଟ ଟ୍ରାନ୍ସଫର୍ମର, ବଡ଼ ଆସିଲେ ତୁମେ ନେବ’ କହି ଗ୍ରାମବାସୀ ସଂଯୋଗ କରାଇ ଦେଉନାହାନ୍ତି । ସରକାରଙ୍କ ତରଫରୁ ମିଳିଥିବା କିଟ୍ ଫେରାଇ ନେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି ଦୁଇ ପରିବାର।
ଏ ବିଷୟରେ ଦୁଇ ପରିବାର, ଜେଇ, ଏସଡିଓ ଏବଂ ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି । କିନ୍ତୁ କିଛି ସୁଫଳ ମିଳିପାରି ନାହିଁ । ଏଠାରେ ପ୍ରଶ୍ନ ଉଠୁଛି ଏବେ ବି ସରକାରୀ ଯୋଜନା କ’ଣ ମୁଷ୍ଟିମେୟଙ୍କ ହାତରେ? କାହିଁକି ସବୁ ଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛନ୍ତି ସରକାରୀ ବାବୁମାନେ ? ଏମିତି ଅନେକ ପ୍ରଶ୍ନ ସାଧାରଣ ଲୋକଙ୍କ ମନରେ ଉଙ୍କି ମାରୁଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’