Masthead

ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ଲୀଳାମୟୀ ଠାକୁରଙ୍କ ଲିଳାମୟୀ ରଥଯାତ୍ରା । ଓଡିଶାର ଶ୍ରୀକ୍ଷେତ୍ର ପୁରୀରେ ବିଶ୍ଵାପ୍ରସିଦ୍ଧ ଘୋଷଯାତ୍ରା ପାଳନ ସହ ସାରା ବିଶ୍ୱରେ ପାଳନ ହେଉଛି ପ୍ରଭୁଙ୍କ ଯାତ୍ରା । କିନ୍ତୁ ଖୋର୍ଦ୍ଧା ଜିଲ୍ଲାର ବୃହତ ହ୍ରଦ ଚିଲିକାର ଟାପୁର କାଙ୍କନ ଶିଖରରେ ନୀଳ ଜଳରାଶିରେ ଶ୍ରୀଜିଉଙ୍କର ପାଳିତ ହେଉଛି ମହାପ୍ରଭୁଙ୍କ ଜଳକ୍ରୀଡା ରଥଯାତ୍ରା । ପୌରାଣିକ କୁହେ ଶ୍ରୀକ୍ଷେତ୍ର ନିବାସୀ ମହାପ୍ରଭୁ ଶ୍ରୀଜିଉଙ୍କୁ ତତ୍କାଳୀନ ମୁସଲମାନ ଶାସନ ସମୟରେ ବଡ଼ ଦେଉଳ ଉପରେ ଆକ୍ରମଣ କରିବା ପୂର୍ବରୁ ଗଜପତି ମହାରାଜା ରାମଚନ୍ଦ୍ର ଦେଵଙ୍କ ନିର୍ଦ୍ଦେଶ କ୍ରମେ ସେବାୟତ ମାନେ ସମୁଦ୍ର ପଥଦେଇ ଚିଲିକା ସ୍ଥିତ କାଙ୍କନ ଶିଖରୀରେ ପ୍ରଭୁଙ୍କୁ ଧରି ପହଞ୍ଚି ଥିଲେ । ଗୁପ୍ତ ରହଣି ସମୟ ମହାପ୍ରଭୁଙ୍କ ଗୁପ୍ତ ଲୀଳାମୟୀ କ୍ଷେତ୍ର ନାମରେ ନାମିତ ହୋଇଅଛି ।

ଦୀର୍ଘ ୧୨ ବର୍ଷ ହେଲା ଏଠାରେ ପାଳନ ହୋଇଆସୁଛି ରଥଯାତ୍ରା । ଚିଲିକାର ନୀଳ ଜଳରାଶି ମଧ୍ୟରେ ଏହା ଏକ ନିଆରା ପରିବେଶରେ ପରୀଭ୍ରମଣ ଆକର୍ଷିତ କରିବା ସହ ଜଳପଥରେ ରଥଯାତ୍ରା ହେବା ବିଶ୍ୱର ଏକମାତ୍ର ସ୍ଥାନ । ପୁରୀ ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ଦର୍ଶନ ଦେଉଥିବା ବେଳେ ବୃହତ ହ୍ରଦ ଚିଲିକା ନୀଳ ଜଳରାଶିରେ ଗୁପ୍ତ ଲୀଳାକ୍ଷେତ୍ର କାଙ୍କନ ଶିଖରୀ ଟାପୁରେ ତିନୋଟି ଡଙ୍ଗାକୁ ରଥ ଭାବରେ ପ୍ରସ୍ତୁତ କରାଯାଏ । ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ରଥ ଏକାଠି କରି କାଙ୍କନ ଶିଖର ଦ୍ୱୀପର ଚତୁର୍ପାଶ୍ୱ ପରିକ୍ରମଣ କରି ଶ୍ରଦ୍ଧାଳୁଙ୍କୁ ଅର୍ଶୀବାଦ ପ୍ରଦାନ କରିଥାଆନ୍ତି ମହାବାହୁ । ମହାପ୍ରଭୁଙ୍କର ଏହି ଚିଲିକା ନୀଳ ଜଳରାଶିରେ ପରିକ୍ରମା ସମୟରେ ଘଣ୍ଟ-କାହାଳିର ଧ୍ୱନିରେ ପ୍ରକମ୍ପିତ ହୋଇଉଠେ କାଙ୍କନ ଶିଖରୀ । ଏଠାରେ ନିଆରା ଓ ଅନ୍ୟାନ୍ୟ ପରମ୍ପରା ଦେଖିବାକୁ ମିଳିଥାଏ । ଦ୍ୱୀପକୁ କ୍ରମାଗତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି 🔴 PUCC ବୀମା ନଥିଲେ ଧରିବ ଇ ଡିଟେକ୍ସନ 🔴 ଆହୁରି ତୀବ୍ର ହେଲା ଇରାନ୍-ଆମେରିକା ଯୁଦ୍ଧ 🔴 ୯ ତାରିଖରୁ ରାଜ୍ୟରେ ବଢ଼ିବ ବର୍ଷା 🔴 ସର୍ପାଘାତ ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ 🔴 ଛାତ୍ର ଦୁର୍ଘଟଣା ସହାୟତାକୁ ନେଇ ନୂଆ ନିର୍ଦ୍ଦେଶାବଳୀ 🔴 ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା 🔴 ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ 🔴 ଭୋଟର ଲିଷ୍ଟରୁ ରାଘବ ଚଢ଼ାଙ୍କ ନାଁ ଗାଏବ 🔴 ମାଫିଆଙ୍କ ଟାର୍ଗେଟରେ କଇଁଛ 🔴 ଉତ୍ତର ଓଡ଼ିଶାରେ ପୁଣି ବନ୍ୟା ସ୍ଥିତି