ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା

ଖୋର୍ଦ୍ଧା(ବଡ଼ ଖବର ବ୍ୟୁରୋ): ଲୀଳାମୟୀ ଠାକୁରଙ୍କ ଲିଳାମୟୀ ରଥଯାତ୍ରା । ଓଡିଶାର ଶ୍ରୀକ୍ଷେତ୍ର ପୁରୀରେ ବିଶ୍ଵାପ୍ରସିଦ୍ଧ ଘୋଷଯାତ୍ରା ପାଳନ ସହ ସାରା ବିଶ୍ୱରେ ପାଳନ ହେଉଛି ପ୍ରଭୁଙ୍କ ଯାତ୍ରା । କିନ୍ତୁ ଖୋର୍ଦ୍ଧା ଜିଲ୍ଲାର ବୃହତ ହ୍ରଦ ଚିଲିକାର ଟାପୁର କାଙ୍କନ ଶିଖରରେ ନୀଳ ଜଳରାଶିରେ ଶ୍ରୀଜିଉଙ୍କର ପାଳିତ ହେଉଛି ମହାପ୍ରଭୁଙ୍କ ଜଳକ୍ରୀଡା ରଥଯାତ୍ରା । ପୌରାଣିକ କୁହେ ଶ୍ରୀକ୍ଷେତ୍ର ନିବାସୀ ମହାପ୍ରଭୁ ଶ୍ରୀଜିଉଙ୍କୁ ତତ୍କାଳୀନ ମୁସଲମାନ ଶାସନ ସମୟରେ ବଡ଼ ଦେଉଳ ଉପରେ ଆକ୍ରମଣ କରିବା ପୂର୍ବରୁ ଗଜପତି ମହାରାଜା ରାମଚନ୍ଦ୍ର ଦେଵଙ୍କ ନିର୍ଦ୍ଦେଶ କ୍ରମେ ସେବାୟତ ମାନେ ସମୁଦ୍ର ପଥଦେଇ ଚିଲିକା ସ୍ଥିତ କାଙ୍କନ ଶିଖରୀରେ ପ୍ରଭୁଙ୍କୁ ଧରି ପହଞ୍ଚି ଥିଲେ । ଗୁପ୍ତ ରହଣି ସମୟ ମହାପ୍ରଭୁଙ୍କ ଗୁପ୍ତ ଲୀଳାମୟୀ କ୍ଷେତ୍ର ନାମରେ ନାମିତ ହୋଇଅଛି ।

ଦୀର୍ଘ ୧୨ ବର୍ଷ ହେଲା ଏଠାରେ ପାଳନ ହୋଇଆସୁଛି ରଥଯାତ୍ରା । ଚିଲିକାର ନୀଳ ଜଳରାଶି ମଧ୍ୟରେ ଏହା ଏକ ନିଆରା ପରିବେଶରେ ପରୀଭ୍ରମଣ ଆକର୍ଷିତ କରିବା ସହ ଜଳପଥରେ ରଥଯାତ୍ରା ହେବା ବିଶ୍ୱର ଏକମାତ୍ର ସ୍ଥାନ । ପୁରୀ ବଡଦାଣ୍ଡରେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଭକ୍ତଙ୍କ ଦର୍ଶନ ଦେଉଥିବା ବେଳେ ବୃହତ ହ୍ରଦ ଚିଲିକା ନୀଳ ଜଳରାଶିରେ ଗୁପ୍ତ ଲୀଳାକ୍ଷେତ୍ର କାଙ୍କନ ଶିଖରୀ ଟାପୁରେ ତିନୋଟି ଡଙ୍ଗାକୁ ରଥ ଭାବରେ ପ୍ରସ୍ତୁତ କରାଯାଏ । ତାଳଧ୍ୱଜ, ନନ୍ଦିଘୋଷ ଓ ଦର୍ପଦଳନ ରଥ ଏକାଠି କରି କାଙ୍କନ ଶିଖର ଦ୍ୱୀପର ଚତୁର୍ପାଶ୍ୱ ପରିକ୍ରମଣ କରି ଶ୍ରଦ୍ଧାଳୁଙ୍କୁ ଅର୍ଶୀବାଦ ପ୍ରଦାନ କରିଥାଆନ୍ତି ମହାବାହୁ । ମହାପ୍ରଭୁଙ୍କର ଏହି ଚିଲିକା ନୀଳ ଜଳରାଶିରେ ପରିକ୍ରମା ସମୟରେ ଘଣ୍ଟ-କାହାଳିର ଧ୍ୱନିରେ ପ୍ରକମ୍ପିତ ହୋଇଉଠେ କାଙ୍କନ ଶିଖରୀ । ଏଠାରେ ନିଆରା ଓ ଅନ୍ୟାନ୍ୟ ପରମ୍ପରା ଦେଖିବାକୁ ମିଳିଥାଏ । ଦ୍ୱୀପକୁ କ୍ରମାଗତ ଭାବେ ଶ୍ରଦ୍ଧାଳୁଙ୍କ ଆଗମନ ବୃଦ୍ଧି ପାଇବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ