Masthead

ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ

ପୁରୀ (ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷିତ ମୁହୂର୍ତ୍ତର ଅବସାନ ଘଟିଛି । କୋଟି କୋଟି ଭକ୍ତଙ୍କ ଆରାଧ୍ୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଶେଷରେ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ ପହଞ୍ଚିଛି । ଏହା ପୂର୍ବରୁ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଥିଲା । ଏବେ ମହାପ୍ରଭୁଙ୍କ ନନ୍ଦିଘୋଷ ପହଞ୍ଚିବା ସହ ଭକ୍ତମାନଙ୍କ ଦୀର୍ଘ ଅପେକ୍ଷାର ଅନ୍ତ ଘଟିଛି । ଶରଧାବାଲି ଓ ବଡ଼ଦାଣ୍ଡରେ ‘ଜୟ ଜଗନ୍ନାଥ’ ଧ୍ୱନିରେ ସୃଷ୍ଟି ହୋଇଛି ଭକ୍ତି ଓ ଆନନ୍ଦର ଅପୂର୍ବ ପରିବେଶ । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଲକ୍ଷ ଲକ୍ଷ ଭକ୍ତ ଅଧୀର ଅପେକ୍ଷା କରିଥିଲେ ।
ନନ୍ଦିଘୋଷ ରଥ ଗୁଣ୍ଡିଚାରେ ପହଞ୍ଚିବା ମାତ୍ରେ ଭକ୍ତମାନଙ୍କ ମୁହଁରେ ଖୁସିର ଝଲକ ସ୍ପଷ୍ଟ ଦେଖିବାକୁ ମିଳିଥିଲା ।

ଅନେକଙ୍କ ବିଶ୍ୱାସ, ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ଜୀବନର ସମସ୍ତ ଦୁଃଖ, କଷ୍ଟ ଓ କ୍ଳେଶକୁ ଦୂର କରି ମନକୁ ଶାନ୍ତି ଓ ଆନନ୍ଦରେ ଭରିଦିଏ । ଭକ୍ତି, ବିଶ୍ୱାସ ଓ ଆଧ୍ୟାତ୍ମିକ ଭାବନାର ଏହି ଅଦ୍ଭୁତ ସଙ୍ଗମ ପୁଣି ଥରେ ପ୍ରମାଣ କରିଛି ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଲୀଳା ଅନନ୍ତ ଓ ଅପାର । ତାଙ୍କ ଅପୂର୍ବ ରୂପର ଦର୍ଶନ ପାଇ ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି । ସଭିଙ୍କ ତୁଣ୍ଡରେ ଏବେ ଗୋଟିଏ ଧ୍ୱନି—”ଜୟ ଜଗନ୍ନାଥ” । ଦ୍ୱିତୀୟ ଦିନରେ ପୁରୀରେ ପୁଣି ଆରମ୍ଭ ହେଲା ରଥଟଣା । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ତାଳଧ୍ବଜ ରଥକୁ ଶ୍ରଦ୍ଧାଳୁମାନେ ଟାଣି ନେଉଛନ୍ତି । ସକାଳୁ ଶ୍ରୀଜିଉମାନଙ୍କ ରଥରେ ମଙ୍ଗଳାର୍ପଣ ନୀତି ଭକ୍ତି ଓ ଶ୍ରଦ୍ଧାର ସହ ସମ୍ପନ୍ନ ହୋଇଥିଲା । ବୈଦିକ ମନ୍ତ୍ରୋଚ୍ଚାରଣ ଓ ପାରମ୍ପରିକ ରୀତିନୀତି ମଧ୍ୟରେ ସେବାୟତମାନେ ଏହି ନୀତି ସମ୍ପାଦନ କରିଥିଲେ । ଏହାପରେ ମହାପ୍ରଭୁଙ୍କ ଆଗାମୀ ନୀତିକାନ୍ତି ଅନୁଯାୟୀ ରଥଟଣା ଆରମ୍ଭ ହୋଇଛି ।ଗତକାଲି ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥଟଣା କାର୍ୟ୍ୟ ଆରମ୍ଭ ହୋଇଥିଲା ।

ପରେ ଦେବୀ ସୁଭଦ୍ରାଙ୍କ ରଥକୁ ଟଣାଯାଇଥିଲା । ଶେଷରେ ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଗଡ଼ିଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ରଥ ମାର୍କେଟ ଛକ ନିକଟରେ ଅଟକି ରହିଥିଲା । ସେହିପରି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମରିଚକୋଟ ଛକ ନିକଟରେ ଅଟକିଥିବା ବେଳେ ମହାବାହୁଙ୍କ ନନ୍ଦିଘୋଷ ରଥ ଅଳ୍ପ କିଛି ବାଟ ଅର୍ଥାତ ମାତ୍ର ହାତେ ରାସ୍ତା ଗଢ଼ି ବଡ଼ଦାଣ୍ଡରେ ଅଟକି ରହିଥିଲା । ଆଜି ପୁଣିଥରେ ରଥଟଣା ହୋଇ ଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବ ତିନି ରଥ ।ପ୍ରତିକୂଳ ପାଗ ସତ୍ତ୍ୱେ ରଥଯାତ୍ରାର ନୀତିକାନ୍ତିରେ କୌଣସି ବଡ଼ ବିଳମ୍ବ ହୋଇନାହିଁ ଏବଂ ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହୋଇଛି । ଏ ବର୍ଷ ରଥଯାତ୍ରାରେ ପ୍ରାୟ ୧୨ ଲକ୍ଷ ଭକ୍ତ ତିନି ରଥ ଟାଣିବା ପାଇଁ ବଡ଼ଦାଣ୍ଡରେ ଏକାଠି ହୋଇଥିଲେ । ଶନିବାର ମହାପ୍ରଭୁ ଶ୍ରୀଜୀଉମାନେ ଶ୍ରୀଗୁଣ୍ଡିଚା ମନ୍ଦିରରେ ପ୍ରବେଶ କରିବେ ବୋଲି ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ ର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ 🔴 କୋଟି କୋଟି ଭକ୍ତଙ୍କ ଭିତରେ ନିଜକୁ ହଜାଇ ଦେବେ ମହାପ୍ରଭୁ 🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ! 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ସୁପ୍ରିମକୋର୍ଟଙ୍କ ବଡ ଶୁଣାଣି, ପଞ୍ଚମ କିମ୍ବା ଷଷ୍ଠ ଶ୍ରେଣୀରୁ ତୃତୀୟ ଭାଷା ଆରମ୍ଭ କରି ନବମ ଶ୍ରେଣୀ ପୂର୍ବରୁ ଶେଷ କରିବାକୁ ପରାମର୍ଶ 🔴 କୋଟି କୋଟି ଭକ୍ତଙ୍କ ଭିତରେ ନିଜକୁ ହଜାଇ ଦେବେ ମହାପ୍ରଭୁ 🔴 କିରୋସିନ ଢାଳି ଯୁବତୀଙ୍କ ଆତ୍ମାହୁତି 🔴 ୟୁକ୍ରେନ ଉପରେ ୩ ହଜାର କିଲୋର ବୋମାମାଡ 🔴 ସୃଷ୍ଟି ହେଲା ଲଘୁଚାପ, ବର୍ଷା ନେଇ ରେଡ ଆର୍ଲଟ 🔴 ବହିତ୍ରୁଟି ପ୍ରସଙ୍ଗ ମାମଲାରେ ଗିରଫ ହେଲେ ମନୋଜ ପାଢୀ 🔴 ମୁକୁଳିବେ ଦାରା ସିଂହ!