Masthead

ନୀଳକନ୍ଦରକୁ ଯିବେ ନୀଳମଣି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପବିତ୍ର ବାହୁଡ଼ା ଯାତ୍ରା । ଗୁଣ୍ଡିଚା ମନ୍ଦିରରେ ନଅଦିନିଆ ଲୀଳାଖେଳା ପରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନ ଶ୍ରୀମନ୍ଦିରକୁ ବାହୁଡ଼ିବେ । ଏହି ଅବସରରେ ପୁରୀ ବଡ଼ଦାଣ୍ଡ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଛି । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରରେ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମାଇଛନ୍ତି ।ଆଜି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ତଥା  ଦକ୍ଷିଣାଭିମୁଖୀ ଯାତ୍ରା । ବିଶ୍ୱ ପ୍ରସିଦ୍ଧ  ରଥ ଯାତ୍ରାର ଏହା ତୃତୀୟ ଅଙ୍ଗ ।

ରଥ ଯାତ୍ରା ପ୍ରଥମ ଓ ଗୁଣ୍ଡିଚା ମଣ୍ଡପରେ ବାସ ୨ୟ ଅଙ୍ଗ । ଶାସ୍ତ୍ର କୁହେ ରଥ ଯାତ୍ରାରେ ପ୍ରଭୁ ଉତ୍ତରାଭିମୁଖୀ ଯାତ୍ରା  କରନ୍ତି । ବାହୁଡ଼ାରେ ଦକ୍ଷିଣାଭିମୁଖୀ ଯାତ୍ରା । ରଥାରୂଢ଼ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ସହ ଶ୍ରୀମଦନମୋହନ ଓ ରାମକୃଷ୍ଣ  ବାହୁଡ଼ିବେ । ଏହି ଦୁର୍ଲଭ ଦେବ ଦର୍ଶନରେ ଭକ୍ତଙ୍କୁ ଅଶ୍ୱମେଧ ଯଜ୍ଞର ଫଳ ପ୍ରାପ୍ତ ହୁଏ । ଅନ୍ତିମ କ୍ଷଣରେ ବୈକୁଣ୍ଠରେ ବାସ ମିଳେ । ବାହୁଡ଼ା ପାଇଁ ନବମୀ ଦିନ ରାତ୍ରରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।ଶୁକ୍ରବାର ୧୨ଟାରୁ ସାଢ଼େ  ୨ଟା ମଧ୍ୟରେ ଠାକୁରଙ୍କ ବାହୁଡ଼ା ପହଣ୍ଡି  ହୋଇ ଅପରାହ୍ଣ  ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା  ଓ ଅପରାହ୍ଣ ୪ଟାରେ ରଥ ଟଣା ଆରମ୍ଭ  ହେବ ବୋଲି ପ୍ରଶାସନିକ ସୂଚନା ରହିଛି । ବାହୁଡ଼ା ଯାତ୍ରାର ପ୍ରଶାସନିକ ସମୟ  ଅନୁସାରେ, ଠାକୁରଙ୍କ ମଙ୍ଗଳ ଆଳତି ପ୍ରାତଃ  ୪ଟା, ମଇଲମ ୪ଟା ୧୫, ତଡ଼ପଲାଗି ଓ  ରୋଷହୋମ ୪ଟା ୩୦ରେ ସରି ଅବକାଶ  ନୀତି ବଢ଼ିବ ୫ଟାରେ। ସୂର୍ଯ୍ୟପୂଜା ୫ଟା ୧୫,  ଦ୍ୱାରପାଳ ପୂଜା ଓ ବେଶ ଶେଷ  ହେବ ୫ଟା  ୩୦ରେ ।

ଗୋପାଳ ବଲ୍ଲଭ ଓ ସକାଳ ଧୂପରେ  ଠାକୁରଙ୍କୁ ଖେଚୁଡ଼ି ଭୋଗ ଅର୍ପଣ କରାଯିବ  ୬ଟା ୪୫ ମଧ୍ୟରେ । ଏହା ପରେ ୭ଟାରୁ  ପୂର୍ବାହ୍ଣ ସାଢ଼େ ୧୧ଟା ମଧ୍ୟରେ ଦଇତାପତି  ଶ୍ରୀବିଗ୍ରହଙ୍କ ସେନା ପଟା ଲାଗି କରିବେ ।  ଶେଷରେ ଶ୍ରୀଗୁଣ୍ଡିଚା ଦିନ ପରି ପୂଜା ପଣ୍ଡା,  ପତି ମହାପାତ୍ର ଓ ମୁଦିରସ୍ତ ସେବକ ତିନି  ବାଡ଼ରେ ମଙ୍ଗଳାର୍ପଣ କରିବେ । ଏହି ସମୟ  ରହିଛି ୧୧ଟା୪୫ । ପରେ ଠାକୁରଙ୍କ ବାହୁଡ଼ା  ପହଣ୍ଡି ଆରମ୍ଭ ହେବ । ଜଗମୋହନ ଦୁଆରେ  ଶ୍ରୀବିଗ୍ରହ ବିଜେ ହେଲେ ରାଘବ ଦାସ ମଠ  ପ୍ରଦତ୍ତ ଟାହିଆ ଶ୍ରୀମସ୍ତକରେ ଲାଗି କରାଯିବ ।  ପତି ମହାପାତ୍ର ପ୍ରସାଦ ବନ୍ଦାପନା, କର୍ପୁର  ଆଳତୀ, ସାତବତୀ, ସଞ୍ଜ କାହାଳୀ ଓ ଘସା,  ବିଡ଼ିଆ ମଣୋହି କରିବେ । ଏହି ସମୟରେ  ପୁଷ୍ପାଳକ ମହାଜନ ତୂଳୀ ଲାଗି ବଢ଼ାଇବେ ।

ପରେ ଦାରୁଦିଅଁ ଧାଡ଼ି ପହଣ୍ଡିରେ ନିଜ ନିଜ  ରଥରେ ବିଜେ ହେବେ । ଠାକୁରେ ରଥାରୂଢ଼  ହେବା ପରେ ରୁନ୍ଧା କାର୍ଯ୍ୟ ସମ୍ପନ୍ନ ହେବ । ପରେ ଘଣ୍ଟ, ଛତା, କାହାଳୀ ସହ  ଶ୍ରୀମଦନମୋହନ ନନ୍ଦିଘୋଷ ରଥରେ ଓ  ଶ୍ରୀରାମକୃଷ୍ଣ ତାଳଧ୍ୱଜ ରଥରେ ବିଜେ ହୁଅନ୍ତି ।  ରଥରେ ଠାକୁରଙ୍କ ବେଶ ବଢ଼ିବ ୧ଟାରୁ ସାଢ଼େ  ୨ଟା ମଧ୍ୟରେ । ଦୀର୍ଘ ଅପେକ୍ଷା ପରେ ପୁଣିଥରେ ଶ୍ରୀମନ୍ଦିରକୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି । ଏହି ପବିତ୍ର ମୁହୂର୍ତ୍ତକୁ ସାକ୍ଷୀ ରଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ‘ହରିବୋଲ’, ‘ଜୟ ଜଗନ୍ନାଥ’ ଧ୍ୱନି ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ । ମହାପ୍ରଭୁଙ୍କ ଏକ ଝଲକ ଦର୍ଶନ ପାଇଁ ଚାତକ ପରି ଚାହିଁ ରହିଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ । ରଥ ଉପରେ ବିରାଜମାନ କାଳିଆ ସାଆନ୍ତଙ୍କ ଅପରୂପ ବେଶ ଭକ୍ତମାନଙ୍କ ମନକୁ ଭକ୍ତି ଓ ଭାବରେ ପରିପୂର୍ଣ୍ଣ କରିଦେଇଛି ।

​​​​​​​

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ବସ୍‌କୁ ପିଟିଲା ହାଇୱା 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ମୋବଇଲ ପାଇଁ ଏତେ ବଡ଼ ନିଷ୍ପତ୍ତି… 🔴 ଧରାପଡ଼ିଗଲେ ପାଣ୍ଡିଆନ! ଜଣାପଡ଼ିବ ଅସଲ ରୂପ 🔴 ପାଣ୍ଡିଆନଙ୍କ କୋ ଟିମକୁ ପୋଲିସର ସମନ୍, ବନ୍ଧୁ ବାନ୍ଧି ଫସିଗଲେ… 🔴 ମହାପ୍ରଭୁ ଖାଇବେ ପୋଡପିଠା 🔴 ହେଡ୍ କନେଷ୍ଟବଳ ହତ୍ୟା ପରେ ବଡ ଆକ୍ସନ 🔴 ଶୋଇଥିବାବେଳେ ଲୁଟି ନେଲେ ଟଙ୍କା ସହ ଅଳଙ୍କାର 🔴 ନିଟ୍ ପେପର ଲିକ୍, ଫାଷ୍ଟ-ଟ୍ରାକ୍ କୋର୍ଟରେ ହେବ ଶୁଣାଣି 🔴 ହସଖୁସିର ଯାତ୍ରା ହେଲା ଶେଷଯାତ୍ରା 🔴 ବସ୍‌କୁ ପିଟିଲା ହାଇୱା