Masthead

ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ

(ବଡ଼ ଖବର ବ୍ୟୁରୋ): ବନ୍ୟା ପାଣି ମଝିରେ ମୃତ୍ୟୁ ସହ ସଂଘର୍ଷ । ବିଲ କାମ କରୁଥିବା ବେଳେ ହଠାତ୍ ମାଡି ଆସିଲା ବନ୍ୟା ପାଣି । ପ୍ରାଣ ବଞ୍ଚାଇବା ପାଇଁ ତାଳଗଛ ଉପରକୁ ଚଢ଼ିଗଲେ ଚାଷୀ । ୨୪ ଘଣ୍ଟା ଧରି ଭୋକ ଓ ଭୟ ମଧ୍ୟରେ କାଟିଲେ ସମୟ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଧାମନଗର ବ୍ଲକ ନଦୀଗାଁ ପଞ୍ଚାୟତର ଗୋଣ୍ଡିଚା ସାହିରେ । ଚାଷୀ ଜଣକ ହେଉଛନ୍ତି ସେହି ଗାଁର ତ୍ରିଲୋଚନ ସାହୁ । ବିଲ କାମ କରିବାକୁ ଯାଇଥିବା ବେଳେ ବନ୍ୟା ପାଣି ବଢ଼ିଯିବାରୁ ଫସିଥିଲେ ତ୍ରିଲୋଚନ । ଜୀବନ ବଞ୍ଚାଇବା ପାଇଁ ଉପାୟ ନପାଇ ତାଳଗଛକୁ ଚଢ଼ିଯାଇଥିଲେ। ଗତକାଲି ସକାଳ ପ୍ରାୟ ୧୦ଟାରୁ ସେ ତାଳଗଛ ଉପରେ ରହିଥିଲେ। ପରିବାର ଲୋକେ ତାଙ୍କର କୌଣସି ଖୋଜଖବର ନପାଇ ଚିନ୍ତାରେ ପଡ଼ିଥିଲେ।

ତ୍ରିଲୋଚନଙ୍କ ପୁଅ ସରୋଜ ସାହୁ ଧାମନଗର ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଫୋନ୍ ଯୋଗେ ବାପା ନିଖୋଜ ଥିବା ଓ ବିଲ ମଝିରେ ଫସି ରହିଥିବା ନେଇ ଜଣାଇଥିଲେ। ଖବର ପାଇବା ପରେ ମନ୍ତ୍ରୀ ତୁରନ୍ତ ଉଦ୍ଧାର ପାଇଁ ଟିମ୍ ଗଠନ କରି ଧାମନଗର ଏସଡିପିଓଙ୍କୁ ଦାୟିତ୍ୱ ଦେଇଥିଲେ। ରାତି ତମାମ ଖୋଜାଖୋଜି କରିଥିଲେ । ହେଲେ ପତ୍ତା ମିଳିନଥିଲା। ଆଜି ସକାଳ ପ୍ରାୟ ୯ଟା ସମୟରେ ଓଡ୍ରାଫ ଟିମ୍ ଓ ପ୍ରଶାସନର ମିଳିତ ଉଦ୍ୟମରେ ତ୍ରିଲୋଚନଙ୍କୁ ତାଳଗଛ ଉପରୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ