Masthead

ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ

ପୁରୀ (ବଡ଼ ଖବର ବ୍ୟୁରୋ): ରଥ ଉପରେ ଅଣସେବାୟତଙ୍କ ଚଢିବା ଘଟଣା । ବେଆଇନ ପ୍ରବେଶକୁ ନେଇ କଡା ଆକ୍ସନ ନେଲେ ଶ୍ରୀମନ୍ଦିର ପ୍ରଶାସକ । ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ଅନଧିକୃତ ବ୍ୟକ୍ତି ଚଢ଼ିଥିବା ଅଭିଯୋଗରେ ପୁରୀ ସିଂହଦ୍ୱାର ଥାନାରେ ଏକ ଲିଖିତ ଏତଲା ଦାୟର କରାଯାଇଛି। ଚଳିତବର୍ଷ ରଥ ଉପରେ ଶ୍ରୀବିଗ୍ରହ ବିଜେ କରିଥିବା ସମୟରେ ନିର୍ଦ୍ଦିଷ୍ଟ ସେବାୟତଙ୍କ ବ୍ୟତୀତ ଅନ୍ୟ କୌଣସି ଅନଧିକୃତ ବ୍ୟକ୍ତି ରଥ ଉପରେ ଚଢ଼ିବା ନେଇ ବାରଣ କରାଯାଇଥିଲା । ସେବାୟତଙ୍କ ଭିନ୍ନ ଅନ୍ୟ କୌଣସି ବ୍ୟକ୍ତି ରଥ ଉପରେ ରହିପାରିବେ ନାହିଁ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନେକବାର ସ୍ପଷ୍ଟ ଭାବେ ନିର୍ଦ୍ଦେଶ ଦିଆଯାଇଥିବା

ସତ୍ତ୍ୱେ ଚଳିତ ରଥଯାତ୍ରାରେ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ ଉପରେ ଜଣେ ଅଣସେବାୟତ ଠିଆ ହୋଇଥିବାର ଫଟୋ ଫେସବୁକ୍ ଏବଂ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଦୃଷ୍ଟିଗୋଚର ହୋଇଥିଲା। ଏହି ବ୍ୟକ୍ତି ଜଣକ ଗେରୁଆ ରଙ୍ଗର ବସ୍ତ୍ର ପିନ୍ଧିଥିଲେ ଏବଂ ଦଇତା ସେବକଙ୍କ ଭଳି ବେଶ ପରିଧାନ କରି ରଥ ଉପରେ ଛିଡ଼ା ହୋଇଥିଲେ। ଉକ୍ତ ଫଟୋରେ ରଥ ଉପରେ ଦେବୀ ସୁଭଦ୍ରା ବିରାଜମାନ ଅଛନ୍ତି। ସମ୍ପୃକ୍ତ ବ୍ୟକ୍ତି ସେବାୟତଙ୍କ ଭଳି ବେଶପୋଷାକରେ ଆସି ପ୍ରଶାସନର ନଜର ଆଢୁଆଳରେ ରହିବା ପାଇଁ ଚେଷ୍ଟା କରିଛନ୍ତି। ରଥ ଉପରେ ଏଭଳି ଅନଧିକୃତ ପ୍ରବେଶ ସମ୍ପୂର୍ଣ୍ଣ ଭାବେ ଏକ ବେଆଇନ କାର୍ୟ୍ୟ। ଏ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ଅବଗତ ହେବା ପରେ ତୁରନ୍ତ ପଦକ୍ଷେପ ନିଆଯାଇ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି।

ଏହାସହ ସେବାୟତଙ୍କ ବେଶରେ ଠକାମି କରି ରଥ ଉପରେ ଚଢ଼ିଥିବା ଯୋଗୁଁ ଏହି ଅନଧିକୃତ ବ୍ୟକ୍ତିଙ୍କ ନାମ ଏବଂ ପରିଚୟ ଖୋଜି ବାହାର କରିବା ସହ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିଂହଦ୍ୱାର ଆଇଆଇସିଙ୍କୁ ଏତଲାରେ ଅନୁରୋଧ କରାଯାଇଛି। ଘଟଣା ସମ୍ପର୍କରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି, “ରଥ ଉପରେ କୌଣସି ବିଶୃଙ୍ଖଳିତ ତଥା ବେଆଇନ୍ କାର୍ଯ୍ୟକଳାପକୁ କଦାପି ସହ୍ୟ କରାଯିବ ନାହିଁ । ଶତାବ୍ଦୀ ପୁରୁଣା ଶ୍ରୀମନ୍ଦିର ପରମ୍ପରାକୁ ଅକ୍ଷୁଣ୍ଣ ରଖିବା ଏବଂ ଶ୍ରୀବିଗ୍ରହମାନଙ୍କ ସେବା-ପୂଜା ନିର୍ବିଘ୍ନରେ ସମ୍ପନ୍ନ ହେବା ଦିଗରେ ଶ୍ରୀମନ୍ଦିର ପ୍ରଶାସନ ସର୍ବଦା ଯତ୍ନବାନ ରହିଆସିଛି। ମନ୍ଦିର ପରମ୍ପରା ଓ ନିୟମ ଭଙ୍ଗ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଗାମୀ ଦିନରେ ମଧ୍ୟ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ।”

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ହୀରାକୁଦରେ ଖୋଲିଲା ୧୪ ଗେଟ୍ 🔴 ରଥରେ ଅଣସେବାୟତ ପ୍ରବେଶ, ଆକ୍ସନ ମୋଡରେ ପ୍ରଶାସନ 🔴 ଝଡ଼ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ