Masthead

‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ):  ପୁଣି ସାମ୍ନାକୁ ଆସିଲା ପାଠ୍ୟପୁସ୍ତକରେ ତ୍ରୁଟି । ପ୍ରଥମ ଶ୍ରେଣୀ ବହିରେ ରହିଛି ମାଳମାଳ ଭୁଲ! ‘ଝୁଲଣା–୧’ରେ ବର୍ଣ୍ଣମାଳାର ଆରମ୍ଭ ‘ଅ’ ପରିବର୍ତ୍ତେ ‘ଚ’ରୁ ହୋଇଛି ଆରମ୍ଭ । ଏହାପରକୁ ପର ରହିଛି ‘ଟ’, ‘ମ’, ‘ଗ’ ଓ ‘ର’ । ଆଉ ଏସବୁ ପରେ ସ୍ଥାନ ପାଇଛି ‘ଅ’ ଓ ‘ଆ’ । ସେହିପରି ‘ଝ’ ଓ ‘କ’ ଅକ୍ଷରର ସ୍ଥାନରେ ମଧ୍ୟ ଅସଙ୍ଗତି ଦେଖାଯାଇଛି। କେବଳ ବର୍ଣ୍ଣମାଳା ନୁହେଁ, ଦେଶାତ୍ମକ ବୋଧ ସଙ୍ଗୀତରେ ମଧ୍ୟ ରହିଛି ତ୍ରୁଟି । ବହିର ଆରମ୍ଭରେ ସ୍ଥାନ ପାଇଥିବା ‘ବନ୍ଦେ ଉତ୍କଳ ଜନନୀ’ ଗୀତରେ ‘ଘନ ଘନ ବନଭୂମି’ ପରିବର୍ତ୍ତେ ‘ଘନ ବନଭୂମି’ ରହିଛି । ଏଥିସହ ‘ଆମ ଜାତୀୟ ସଙ୍ଗୀତ’ରେ ମଧ୍ୟ ବନାନଗତ ତ୍ରୁଟି ରହିଛି । ଉତ୍କଳ ବର୍ଣ୍ଣାନରେ ରହିଛି ଉଳଳ ।

ପାଠ୍ୟପୁସ୍ତକରେ ଏଭଳି ଭୁଲକୁ ନେଇ ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରଥମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ପ୍ରସଙ୍ଗକୁ ନେଇ ରାଜନୀତି ତେଜିବା ଆରମ୍ଭ ହୋଇଛି । ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ତାଙ୍କ କହିବା ଅନୁଯାୟୀ, ପାଠ୍ୟପୁସ୍ତକରେ ବାରମ୍ବାର ଏଭଳି ତ୍ରୁଟି ଦେଖାଦେବା ଶିକ୍ଷା ବ୍ୟବସ୍ଥା ପ୍ରତି ସରକାରଙ୍କ ଅବହେଳାକୁ ସୂଚାଉଛି। ଏଭଳି ଭୁଲ ଛାତ୍ରଛାତ୍ରୀଙ୍କ ଶିକ୍ଷା ଓ ଭବିଷ୍ୟତ ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।

ଯାହାର ଜବାବ ଦେଇଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ସନ୍ତୋଷ କହିଛନ୍ତି ଯେ, ପାଠ୍ୟପୁସ୍ତକରେ ତ୍ରୁଟି ଥିବା କଥା ସରକାର ସ୍ୱୀକାର କରିଛନ୍ତି ଏବଂ ଏହାର ସଂଶୋଧନ ପାଇଁ ପଦକ୍ଷେପ ମଧ୍ୟ ନିଆଯାଉଛି। ତାଙ୍କ ମତରେ, ନୂଆ ସଂସ୍କାର ଓ ପରିବର୍ତ୍ତନ ଆଣିବା ବେଳେ କିଛି ତ୍ରୁଟି ସାମ୍ନାକୁ ଆସିପାରେ, ଯାହାକୁ ପରବର୍ତ୍ତୀ ସମୟରେ ସୁଧାରାଯିବ। ଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସଂସ୍କାର ଆଣିବାକୁ ସେତେବେଳେ ଗୁରୁତ୍ୱ ଦିଆଯାଇନଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ