Masthead

କଂଗ୍ରେସର ବଡ଼ ଘୋଷଣା, ୧୦ ଲକ୍ଷ ଯାଏଁ ମାଗଣା ଚିକିତ୍ସା ସୁବିଧା

ଲକ୍ଷ୍ନୌ (ବଡ଼ ଖବର ବ୍ୟୁରୋ): ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ଼ ଘୋଷଣା । ୧୦ ଲକ୍ଷ ଯାଏଁ ମାଗଣା ଚିକିତ୍ସା । ପୂର୍ବରୁ ବିଭିନ୍ନ ଘୋଷଣା କରିଥିଲା କଂଗ୍ରେସ । ଏବେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବଡ଼ବଡ଼ ଘୋଷଣା କରି ଚାଲିଛି କଂଗ୍ରେସ। ଯଦି କଂଗ୍ରେସ ଉତ୍ତର ପ୍ରଦେଶରେ କ୍ଷମତାକୁ ଆସିବ, ତା’ହେଲେ ଦଳ ପକ୍ଷରୁ ସମସ୍ତଙ୍କୁ ୧୦ ଲକ୍ଷ ଟଙ୍କା ଯାଏଁ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦିଆଯିବ। ଏ ସମ୍ପର୍କରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଭଦ୍ରା ନିଜେ ଘୋଷଣା କରିଛନ୍ତି।

ଗୋଟିଏ ଟ୍ୱିଟରେ ସେ କହିଛନ୍ତି, “ମହାମାରୀ କରୋନା ଓ ବର୍ତ୍ତମାନ ପ୍ରଦେଶରେ ବ୍ୟାପିଥିବା ଜ୍ୱର ସମୟରେ ସରକାରୀ ଅବହେଳା ଯୋଗୁ ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବ୍ୟବସ୍ଥାର ନଗ୍ନ ଚିତ୍ର ସମସ୍ତେ ଦେଖିଛନ୍ତି। କଂଗ୍ରେସ ସରକାର ଗଠନ କରିବା ମାତ୍ରେ ସବୁ ରୋଗର ଚିକିତ୍ସା ମାଗଣାରେ କରାଯିବ। କଂଗ୍ରେସ ସରକାର ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ମାଗଣା ଚିକିତ୍ସା ଓ ମେଡିକାଲ ସୁବିଧା ଯୋଗାଇ ଦେବେ।”

ସେପଟେ କଂଗ୍ରେସ ଶାସନକୁ ଆସିଲେ ଋଣ ଛାଡ଼ ହେବା ସହ ୨୦ ଲକ୍ଷ ବେକାର ଯୁବକ ଯୁବତୀଙ୍କୁ ରୋଜଗାର ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପ୍ରିୟଙ୍କା ଗାନ୍ଧି । କେବଳ ଏତିକି ନୁହେଁ ଲୋକଙ୍କୁ ବିଜୁଳି ବିଲ୍ ମଧ୍ୟ ଛାଡ଼ କରିବ ଦଳ । ସେହିଭଳି କୋଭିଡ୍ ପୀଡ଼ିତ ମାନଙ୍କୁ ୨୫ହଜାର ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ପ୍ରିୟଙ୍କା ଗାନ୍ଧି । ଯଦି ଦଳ କ୍ଷମତାକୁ ଆସେ ତେବେ ଏସବୁ ପ୍ରତିଶ୍ରୁତି ପୂରଣ କରିବା ସହିତ ଆଉ ୩ଟି ସ୍କିମ୍ ମଧ୍ୟ ଘୋଷଣା କରିଥିଲେ ।

ଆସନ୍ତା ବିଧାନ ସଭା ନିର୍ବାଚନରେ ମହିଳାମାନଙ୍କୁ ୪୦ ପ୍ରତିଶତ ଟିକେଟ୍ ସଂରକ୍ଷଣ ସହିତ, ଦ୍ୱାଦଶ ଓ ସ୍ନାତକ ପାସ୍ କରିଥିବା ଛାତ୍ରୀମାନଙ୍କୁ ସ୍ମାର୍ଟ ଫୋନ୍ ଏବଂ ବିଦ୍ୟୁତ୍ ଚାଳିତ ସ୍କୁଟି ଯୋଗାଇ ଦିଆଯିବ ସହ ଆଗାମୀ ଦିନରେ ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଇସ୍ତାହାର ଯୋଗାଇ ଦିଆଯିବ ବୋଲି ପ୍ରିୟଙ୍କା ଘୋଷଣା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା