Masthead

୨୨ ବର୍ଷ ବିନା ଦୋଷରେ ଜେଲ

ରାଇଘର (ବଡ଼ ଖବର ବ୍ୟୁରୋ): ୨୨ ବର୍ଷ ବିନା ଦୋଷରେ ଜେଲ ।  ନ୍ୟାୟ ପାଇବା ପାଇବା ପାଇଁ ଲାଗିଗଲା ୨୨ ବର୍ଷ । ପୁଣି ବିନା ଦୋଷରେ । ନବରଙ୍ଗପୁରର ଅର୍ଜୁନ ଜାନି । ୨୨ ବର୍ଷ ପରେ ସୁପ୍ରିମକୋର୍ଟ ଅର୍ଜ୍ଜୁନଙ୍କୁ ନିର୍ଦ୍ଦୋଶ ସାବ୍ୟସ୍ତ କରିଛନ୍ତି । ନବରଙ୍ଗପୁର ଜିଲ୍ଲାର ଅର୍ଜୁନ ଜାନିଙ୍କ ମାମଲାର ନ୍ୟାୟ ବ୍ୟବସ୍ଥାରେ ବିଳମ୍ବକୁ ନେଇ ପୁଣିଥରେ ପ୍ରଶ୍ନ ଉଠାଇଛି। ଏକ ଟ୍ରିପଲ୍ ମର୍ଡର ମାମଲାରେ କେବଳ ସନ୍ଦେହ ଆଧାରରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ପାଇଥିବା ଅର୍ଜୁନ ଜାନି ଦୀର୍ଘ ୨୨ ବର୍ଷ ଜେଲରେ ରହିବା ପରେ ଶେଷରେ ସୁପ୍ରିମକୋର୍ଟଙ୍କଠାରୁ ନ୍ୟାୟ ପାଇଛନ୍ତି।

ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ନିର୍ଦ୍ଦୋଶ ଘୋଷଣା କରି ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ କୌଣସି ପ୍ରତ୍ୟକ୍ଷଦର୍ଶୀ ସାକ୍ଷୀ ନଥିଲେ। କେବଳ ପରିସ୍ଥିତିଜନିତ ପ୍ରମାଣ ଓ ସନ୍ଦେହ ଆଧାରରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଜେଲରେ ପ୍ରାୟ ୧୨ ବର୍ଷ କାଟିବା ପରେ ଅର୍ଜୁନ ଜାନି ଓଡ଼ିଶା ହାଇକୋର୍ଟରେ ଅପିଲ କରିଥିଲେ। କିନ୍ତୁ ଅପିଲ ଦାଖଲରେ ୩,୫୫୭ ଦିନର ବିଳମ୍ବ ଦର୍ଶାଇ ହାଇକୋର୍ଟ ତାଙ୍କ ପିଟିସନକୁ ଖାରଜ କରିଦେଇଥିଲେ। ପରେ ଅର୍ଜୁନ ଜାନି ସୁପ୍ରିମ କୋର୍ଟର ଦ୍ୱାରସ୍ଥ ହୋଇଥିଲେ।

 

Fearless judges bedrock of judiciary, can't be penalised for error of  judgment: Supreme Court | India News - The Times of India

ସେତେବେଳକୁ ସେ ୨୨ ବର୍ଷ ଧରି କାରାଗାରରେ ରହିସାରିଥିଲେ। ଏତେ ଦୀର୍ଘ ସମୟ ଜେଲରେ ରହିବା ପରେ ମଧ୍ୟ ତାଙ୍କ ଅପିଲର ମେରିଟ୍ ଉପରେ ବିଚାର ନକରାଯିବାକୁ ନେଇ ସୁପ୍ରିମକୋର୍ଟ ଗଭୀର ଅସନ୍ତୋଷ ପ୍ରକାଶ କରିଥିଲେ। ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ଚାଲିଥିବାବେଳେ ପ୍ରାୟ ତିନି ମାସ ପୂର୍ବରୁ ଅର୍ଜୁନ ଜାନି ଜାମିନରେ ମୁକ୍ତି ପାଇଥିଲେ। ପରବର୍ତ୍ତୀ ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କୁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଘୋଷଣା କରି ଖଲାସ କରିଛନ୍ତି। ମାମଲାର ଶୁଣାଣି ସମୟରେ ଅର୍ଜୁନ ଜାନିଙ୍କର କୌଣସି ନିକଟ ସମ୍ପର୍କୀୟ ନଥିବା, ତାଙ୍କର ସ୍ଥାୟୀ ବାସସ୍ଥାନ ମଧ୍ୟ ନଥିବା ବିଷୟ ସାମ୍ନାକୁ ଆସିଥିଲା।

ଏହାକୁ ଦୃଷ୍ଟିରେ ରଖି ତାଙ୍କ ପୁନର୍ବାସ ଦିଗରେ ପଦକ୍ଷେପ ନେବା ପାଇଁ ଆଇନ ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ପରସ୍ପର ସମନ୍ୱୟ ରକ୍ଷା କରି ତାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଦିଗରେ ଆବଶ୍ୟକ ସହଯୋଗ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଦୀର୍ଘ ୨୨ ବର୍ଷ ବିନା ଦୋଷରେ କାରାବାସ ଭୋଗିବା ପରେ ଅର୍ଜୁନ ଜାନିଙ୍କ ପୁନର୍ବାସ, କ୍ଷତିପୂରଣ ଓ ସମ୍ମାନଜନକ ଜୀବନଯାପନ ନେଇ ଏହି ରାୟ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟାନ୍ତ ସୃଷ୍ଟି କରିଛି। ଏହା କେବଳ ଜଣେ ନିର୍ଦ୍ଦୋଶ ବ୍ୟକ୍ତିଙ୍କୁ ନ୍ୟାୟ ଦେଇନାହିଁ ବରଂ ନ୍ୟାୟ ପ୍ରକ୍ରିୟାରେ ବିଳମ୍ବ ଯୋଗୁଁ ସାଧାରଣ ଲୋକଙ୍କ ଅଧିକାର କ୍ଷୁର୍ଣ୍ଣ ନ ହେବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ମଧ୍ୟ ଦେଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ 🔴 ଖସିଲା ସିଲିଂ, ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି 🔴 ଛାତ୍ରାବାସ ରାଗିଙ୍ଗ ଘଟଣା, ୭ଜଣ ପିଲାଙ୍କ ନାମରେ ମାମଲା ରୁଜୁ 🔴 ୨୨ ବର୍ଷ ବିନା ଦୋଷରେ ଜେଲ 🔴 ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ,ଓଡିଶାକୁ ଆସିବ ବଡ ପୁଞ୍ଜି 🔴 ‘ଇରାନ ପରମାଣୁ ଅସ୍ତ୍ର ରଖିପାରିବନି’ 🔴 ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ସୌମ୍ୟ ହତ୍ୟା ମାମଲା,୧୧ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଂଚ 🔴 ‘ଦେଶାତ୍ମକ ବୋଧ ସଙ୍ଗୀତକୁ ବି ଛାଡିଲେନି ଗୁରୁଚଣ୍ଡାଳ’ ପୁଣି ପାଠ୍ୟପୁସ୍ତକରେ ତ୍ରୁଟି 🔴 ଘୁରି ବୁଲୁଛି ନକଲି ଟେମ୍ପୁଲ୍‌ ସ୍କ୍ୱାଡ୍‌ ନିଯୁକ୍ତିପତ୍ର 🔴 ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତରର ଫଟୋ 🔴 ଖସିଲା ସିଲିଂ, ବର୍ତ୍ତିଗଲେ ନବଜାତକ ଏବଂ ପ୍ରସୂତି