ବେଆଇନ କାଠ ଜବତ, ମାଫିଆ ଫେରାର

ଅନୁଗୁଳ(ବଡ ଖବର ବ୍ୟୁରୋ): ଅନୁଗୁଳରେ ଦିନକୁ ଦିନ ବଢୁଛି କାଠ ମାଫିଆଙ୍କ ଦୌରାତ୍ମ୍ୟ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ଜଙ୍ଗଲ ସୃଷ୍ଟି କରୁଥିବା ବେଳେ ମାଫିଆ ମାନେ ଜଙ୍ଗଲ କାଟି ମାଲାମାଲ ହେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ । ଘଡ ଗାଁ ନିକଟରେ ବନବିଭାଗ ମୂଲ୍ୟବାନ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଥିବା ବେଳେ ମାଫିଆ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସୂଚନା ଅନୁଯାଇ ମାଫିଆମାନେ ନିକଟସ୍ଥ ଜଙ୍ଗଲରୁ ଶହେରୁ ଅଧିକ ଶାଳବହ୍ଲା ଟେଣ୍ଟୁଲୋଇ ଗାଁକୁ ଚାଲାଣ କରୁଥିଲେ । ଅନ୍ୟପଟେ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ରାଉଳ କାଠ ଓ ଗାଡିକୁ ଜବତକରି ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି । ମାଫିଆ ଓ ଜଙ୍ଗଲ ବିଭାଗ ସଲାସୁତରାରେ ଜଙ୍ଗଲ ଲୁଟ୍ ହେଉଥିବା ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପ୍ରତ୍ୟେକ ଚୋରିରେ ମାଫିଆ ଧରା ନପଡିବା ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’