Masthead

ବେଆଇନ କାଠ ଜବତ, ମାଫିଆ ଫେରାର

ଅନୁଗୁଳ(ବଡ ଖବର ବ୍ୟୁରୋ): ଅନୁଗୁଳରେ ଦିନକୁ ଦିନ ବଢୁଛି କାଠ ମାଫିଆଙ୍କ ଦୌରାତ୍ମ୍ୟ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ନୂତନ ଜଙ୍ଗଲ ସୃଷ୍ଟି କରୁଥିବା ବେଳେ ମାଫିଆ ମାନେ ଜଙ୍ଗଲ କାଟି ମାଲାମାଲ ହେଉଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବନାଞ୍ଚଳରେ । ଘଡ ଗାଁ ନିକଟରେ ବନବିଭାଗ ମୂଲ୍ୟବାନ ଶାଳକାଠ ବୋଝେଇ ପିକଅପ୍ ଭ୍ୟାନ୍ ଜବତ କରିଥିବା ବେଳେ ମାଫିଆ ଓ ଡ୍ରାଇଭର ଫେରାର ହୋଇଯାଇଛନ୍ତି । ସୂଚନା ଅନୁଯାଇ ମାଫିଆମାନେ ନିକଟସ୍ଥ ଜଙ୍ଗଲରୁ ଶହେରୁ ଅଧିକ ଶାଳବହ୍ଲା ଟେଣ୍ଟୁଲୋଇ ଗାଁକୁ ଚାଲାଣ କରୁଥିଲେ । ଅନ୍ୟପଟେ ବନାଞ୍ଚଳ ଅଧିକାରୀ ପ୍ରତାପ ଚନ୍ଦ୍ର ରାଉଳ କାଠ ଓ ଗାଡିକୁ ଜବତକରି ତଦନ୍ତ କରାଯାଉଥିବା ନେଇ ସୂଚନା ଦେଇଛନ୍ତି । ମାଫିଆ ଓ ଜଙ୍ଗଲ ବିଭାଗ ସଲାସୁତରାରେ ଜଙ୍ଗଲ ଲୁଟ୍ ହେଉଥିବା ସ୍ଥାନୀୟବାସିନ୍ଦା ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପ୍ରତ୍ୟେକ ଚୋରିରେ ମାଫିଆ ଧରା ନପଡିବା ବନବିଭାଗର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ