Masthead

ଏଥର UPI କଲେ କଟିବ ଟଙ୍କା!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨ ହଜାରରୁ ଅଧିକ UPI  ପେମେଣ୍ଟରେ ଟ୍ୟାକ୍ସ? ସୋସିଆଲ୍ ମିଡିଆରେ ଏନେଇ ଜୋର ଧରିଛି ଚର୍ଚ୍ଚା । କିନ୍ତୁ ପ୍ରକୃତ ସତ କ’ଣ? ଦୈନନ୍ଦିନ ଜୀବନରେ ଫୋନ୍-ପେ,ଗୁଗୁଲ ପେ କିମ୍ବା ପେଟିଏମ୍ ଭଳି UPI  ଆପ୍ ବ୍ୟବହାର କରୁଥିବା ଲକ୍ଷାଧିକ ଲୋକଙ୍କ ମଧ୍ୟରେ ଏବେ ଏକ ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି। ୨,୦୦୦ ଟଙ୍କାରୁ ଅଧିକ UPI  କାରବାର ଉପରେ ଲାଗିବ କି ଚାର୍ଜ ? ସଂସଦରେ ଆସିଥିବା ଏକ ବିଲ୍ ସଂଶୋଧନ ପ୍ରସ୍ତାବ ପରେ ଏହାକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି।

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ Payment and Settlement Systems Actରେ ସଂଶୋଧନ ପ୍ରସ୍ତାବ ରଖିଛନ୍ତି। ଏହାର ଉଦ୍ଦେଶ୍ୟ ନିର୍ଦ୍ଦିଷ୍ଟ ବ୍ୟବସାୟିକ UPI  କାରବାର ଉପରେ Merchant Discount Rate (MDR)  ଲାଗୁ କରିବା ପାଇଁ ଆଇନଗତ ବ୍ୟବସ୍ଥାକୁ ସ୍ପଷ୍ଟ କରାଯାଇଛି । ପ୍ରସ୍ତାବ ଅନୁଯାୟୀ, ୨,୦୦୦ ଟଙ୍କାରୁ ଅଧିକ ମୂଲ୍ୟର କିଛି ବ୍ୟବସାୟିକ UPI  ଟ୍ରାଞ୍ଜାକ୍ସନ୍‌ରେ ୦.୩%ରୁ ୦.୫% ପର୍ୟ୍ୟନ୍ତ MDR  ଲାଗୁ ହୋଇପାରେ। ତେବେ ଏହି ବ୍ୟବସ୍ଥା ସମସ୍ତ ବ୍ୟବସାୟୀଙ୍କ ପାଇଁ ନୁହେଁ। ବାର୍ଷିକ ୧.୫ କୋଟି ଟଙ୍କାରୁ ଅଧିକ କାରବାର କରୁଥିବା ବଡ଼ ବ୍ୟବସାୟୀଙ୍କ ଉପରେ ଏହା ପ୍ରଯୁଜ୍ୟ ହୋଇପାରେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ସାଧାରଣ UPI  ବ୍ୟବହାରକାରୀଙ୍କୁ କୌଣସି ନୂଆ ଟ୍ୟାକ୍ସ କିମ୍ବା ଅତିରିକ୍ତ ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଛୋଟ ଦୋକାନୀ, ଫଳ ଓ ପରିବା ବିକ୍ରେତା ଭଳି କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ UPI  ସେବା ପୂର୍ବଭଳି ମାଗଣା ରହିବ।

ଅର୍ଥାତ୍, ୨,୦୦୦ ଟଙ୍କାରୁ ଅଧିକ UPI  ପେମେଣ୍ଟ କଲେ ସିଧାସଳଖ ଗ୍ରାହକଙ୍କ ଉପରେ ଟ୍ୟାକ୍ସ ଲାଗିବ ବୋଲି ଯେଉଁ ଚର୍ଚ୍ଚା ହେଉଛି, ତାହା ସଠିକ୍ ନୁହେଁ। ପ୍ରସ୍ତାବିତ ପରିବର୍ତ୍ତନର କେନ୍ଦ୍ରବିନ୍ଦୁ ସାଧାରଣ ଗ୍ରାହକ ନୁହେଁ, ବରଂ ବଡ଼ ବ୍ୟବସାୟିକ UPI  କାରବାର। କିନ୍ତୁ ବର୍ତ୍ତମାନ ପାଇଁ ସରକାର ଏ ପର୍ୟ୍ୟନ୍ତ ଏହାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିନାହାନ୍ତି, ଏହା କେବଳ ଏକ ଆଇନଗତ ପ୍ରସ୍ତାବ । ତେଣୁ ବର୍ତ୍ତମାନ ପାଇଁ ଆପଣଙ୍କ UPI  କାରବାର ପୂର୍ବପରି ମାଗଣା ଓ ସୁରକ୍ଷିତ ରହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବାରମ୍ବାର ଅଭିଯୋଗ ପରେ ବି ସମାଧାନ ନାହିଁ,ହଷ୍ଟେଲ ଛାଡ଼ି ୮ କିମି ଚାଲିଲେ ଅନ୍ତେବାସୀ 🔴 ପ୍ରେମ ଓ ବ୍ଲାକମେଲରୁ ଡବଲ ମର୍ଡର,ମୁଖ୍ୟ ଅଭିଯୁକ୍ତ ଗିରଫ 🔴 କୋଇଲା ବୋଝେଇ ଟ୍ରେନରେ ନିଆଁ 🔴 ଆଜି ସନ୍ଧ୍ୟା ସୁଦ୍ଧା ଅବପାତ, ଗଞ୍ଜାମ ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି 🔴 ଅକ୍ଟୋବର ପ୍ରଥମ ସପ୍ତାହରେ ଖୋଲାଯାଇପାରେ ଶ୍ରୀଗୁଣ୍ଡିଚା ମନ୍ଦିର 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ