Masthead

ଜମିଜମା ବିବାଦରୁ ଦୁଇପରିବାର ମଧ୍ୟରେ ଗଣ୍ଡଗୋଳ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଜମିଜମା ବିବାଦରୁ ଦୁଇପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ । ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚୁପାଲି ପଞ୍ଚାୟତର କାଳସିମୁଳି ଗ୍ରାମରେ ଜମିଜମା ବିବାଦକୁ ନେଇ ଦୁଇପରିବାର ମଧ୍ୟରେ ଗଣ୍ଡଗୋଳ । ଉଭୟ ପକ୍ଷର ୬ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଦୁଇଟି ଆମ୍ବୁଲାନ୍ସରେ ଇଡ୍କୋ ହସପିଟାଲ୍ ଓ ସିରିୟସ୍ ଥିବା ପେସେଣ୍ଟକୁ ବସ୍ତା ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, କାଳସିମୁଳି ଗ୍ରାମର ମାୟାଧର ବେହେରା ଓ ଲମ୍ବୋଧର ବେହେରାଙ୍କ ମଧ୍ୟରେ ଆଗରୁ ଜମିଜମାକୁ କେନ୍ଦ୍ରକରି ବିବାଦ ରହିଥିବା ବେଳେ ତାହା ଉଗ୍ରରୂପ ନେଇଛି । ବିଲମଝିରେ ଉଭୟ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ଫଳରେ ଉଭୟ ପରିବାରରୁ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମାୟାଧର ବେହେରା, ତାଙ୍କ ସ୍ତ୍ରୀ ସୌଭାଗିନୀ ବେହେରା ଓ ପୁଅ ଜଗଦୀଶ୍ ବେହେରାଙ୍କୁ ସ୍ଥାନୀୟ ଇଡ୍କୋ ହସପିଟାଲକୁ ପଠା ଯାଇଥିବା ବେଳେ ଅଧିକ କ୍ଷତାକ୍ତ ହୋଇଥିବା ଲମ୍ବୋଦର ବେହେରା, ତାଙ୍କ ସ୍ତ୍ରୀ ମମତା ବେହେରା, ଓ ପୁଅ ଚନ୍ଦ୍ରକାନ୍ତ ବେହେରାଙ୍କୁ ବସ୍ତା ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି। ଥାନାରେ କୌଣସି ପକ୍ଷ ମାମଲା ଦାୟର୍ କରିନଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ