ଜମିଜମା ବିବାଦରୁ ଦୁଇପରିବାର ମଧ୍ୟରେ ଗଣ୍ଡଗୋଳ

ବାଲିଆପାଳ(ବଡ଼ ଖବର ବ୍ୟୁରୋ): ଜମିଜମା ବିବାଦରୁ ଦୁଇପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ । ବାଲିଆପାଳ ଥାନା ଅନ୍ତର୍ଗତ ପଞ୍ଚୁପାଲି ପଞ୍ଚାୟତର କାଳସିମୁଳି ଗ୍ରାମରେ ଜମିଜମା ବିବାଦକୁ ନେଇ ଦୁଇପରିବାର ମଧ୍ୟରେ ଗଣ୍ଡଗୋଳ । ଉଭୟ ପକ୍ଷର ୬ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କୁ ଦୁଇଟି ଆମ୍ବୁଲାନ୍ସରେ ଇଡ୍କୋ ହସପିଟାଲ୍ ଓ ସିରିୟସ୍ ଥିବା ପେସେଣ୍ଟକୁ ବସ୍ତା ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, କାଳସିମୁଳି ଗ୍ରାମର ମାୟାଧର ବେହେରା ଓ ଲମ୍ବୋଧର ବେହେରାଙ୍କ ମଧ୍ୟରେ ଆଗରୁ ଜମିଜମାକୁ କେନ୍ଦ୍ରକରି ବିବାଦ ରହିଥିବା ବେଳେ ତାହା ଉଗ୍ରରୂପ ନେଇଛି । ବିଲମଝିରେ ଉଭୟ ପରିବାର ମଧ୍ୟରେ ସଂଘର୍ଷ ଘଟିଥିଲା। ଫଳରେ ଉଭୟ ପରିବାରରୁ ୬ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ମାୟାଧର ବେହେରା, ତାଙ୍କ ସ୍ତ୍ରୀ ସୌଭାଗିନୀ ବେହେରା ଓ ପୁଅ ଜଗଦୀଶ୍ ବେହେରାଙ୍କୁ ସ୍ଥାନୀୟ ଇଡ୍କୋ ହସପିଟାଲକୁ ପଠା ଯାଇଥିବା ବେଳେ ଅଧିକ କ୍ଷତାକ୍ତ ହୋଇଥିବା ଲମ୍ବୋଦର ବେହେରା, ତାଙ୍କ ସ୍ତ୍ରୀ ମମତା ବେହେରା, ଓ ପୁଅ ଚନ୍ଦ୍ରକାନ୍ତ ବେହେରାଙ୍କୁ ବସ୍ତା ହସ୍ପିଟାଲ୍ ସ୍ଥାନାନ୍ତର କରାଯାଇଛି। ଥାନାରେ କୌଣସି ପକ୍ଷ ମାମଲା ଦାୟର୍ କରିନଥିବା ଜଣାପଡିଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ