Masthead

ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଚର୍ଚ୍ଚାରେ ପ୍ରସନ୍ନଙ୍କ ଜନ୍ମଦିନ ପାଳନ । ବିଜେପିରେ ମିଶିବେ କି ପ୍ରସନ୍ନ ଆଚାର୍ଯ୍ୟ? ବିଜେଡି ଛାଡ଼ିଦେବେ କି ରେଢାଖୋଲ ବିଧାୟକ? ଭରା ମଞ୍ଚରେ ପ୍ରସନ୍ନଙ୍କ ଜନ୍ମଦିନ ପାଳିନ । ଜନ୍ମଦିନ କେକ୍ କାଟି ଚର୍ଚ୍ଚା ବଢାଇଲେ ଧର୍ମେନ୍ଦ୍ର ପ୍ରଧାନ । ପ୍ରସନ୍ନଙ୍କୁ ପ୍ରଶଂସାରେ ପୋତି ପକାଇଲେ । ବିଜେଡି ସଭାପତି ନବୀନଙ୍କୁ ସମାଲୋଚନା କଲେ । କେନ୍ଦ୍ରୀୟ ବିଦ୍ୟାଳୟର ଭୂମିପୂଜନ କାର୍ଯ୍ୟକ୍ରମ ବଢାଇଲା ତାତି । ବିଜେଡିରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଅତ୍ୟଧିକ ଅଧିପତ୍ୟ ବିସ୍ତାର ପରେ ବିଜେଡିର ଅନେକ ବିଜୁ ପ୍ରେମୀ ଦଳରେ କୋଣଠେସା ହୋଇଆସୁଛନ୍ତି । ସେମାନଙ୍କ ଭିତରୁ ବରିଷ୍ଠ ନେତା ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଅନ୍ୟତମ । ପାଣ୍ଡିଆନଙ୍କ ପରେ ତାଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ ଶଙ୍ଖ ଦଳରେ ମିଶିବା ପ୍ରସନ୍ନଙ୍କୁ ଆଉ ଟିକିଏ ଝଟକା ଦେଇଛି । ଲାଗୁଛି ଯେମିତି ବିଜେଡି ପ୍ରତି ମୋହ ତୁଟିଗଲାଣି । ଯାହା ଫଳରେ ବିଜେଡିର ଅନେକ କାର୍ଯ୍ୟକ୍ରମରେ ଆଉ ଦେଖାମିଳୁନାହିଁ । ଯଦି ଏହାର ଉତ୍ତର ଗଣମାଧ୍ୟମ ମାଗୁଛି ତା ହେଲେ କିଛି ନା କିଛି ବାହାନା କରି ପ୍ରସଙ୍ଗରୁ ଏଡ଼ାଇ ଯାଉଛନ୍ତି । ବିଜେଡିରେ ଅଛନ୍ତି ସତ ହେଲେ ଅସନ୍ତୋଷ ଥିବା ବାରି ହୋଇପଡୁଛି ।

ବିଜେଡିର ଭାଗ୍ୟ ଭବିଷ୍ୟତକୁ ନେଇ ଯେତେବେଳେ ପ୍ରଶ୍ନ ଉଠୁଛି, ସେତେବେଳେ ପ୍ରସନ୍ନ ବିଜେପିରେ ଯୋଗଦେବା ଚର୍ଚ୍ଚା ବଢାଇ ଦେଉଛି । ଆଉ ଏହାର ମୂଳଦୁଆ ଜନ୍ମଦିନର କେକ୍ କଟା କୁହାଯାଇପାରେ । ବିଶ୍ୱସ୍ତ ସୂତ୍ରରୁ କୁହାଯାଉଛି ଯେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ବିଜେପି ଯାଇପାରନ୍ତି । ଆଉ ସେ ପଦ୍ମ ଧରିଲେ ବିଜେପି ମଧ୍ୟ ତାଙ୍କୁ ସମ୍ମାନର ସହ ଗ୍ରହଣ କରିବାରେ କିଛି ଅସୁବିଧା ନାହିଁ । ଯେଉଁ ଧର୍ମେନ୍ଦ୍ର ପ୍ରଧାନ ଏବେ ସମ୍ବଲପୁରର ସାଂସଦ ଅଛନ୍ତି, ତାଙ୍କ ସଂସଦୀୟ କ୍ଷେତ୍ରର ରେଢାଖୋଲର ବିଧାୟକ ଅଛନ୍ତି ପ୍ରସନ୍ନ । ଆଉ ବିଜେପିକୁ ଆସିଲେ ଧର୍ମେନ୍ଦ୍ରଙ୍କ ଶକ୍ତି ଆଉ ଟିକେ ବଢିଯିବ ଏଥିରେ ସନେ୍ଦହ ନାହିଁ । ରାଜନୀତିରେ ଅଉ ନୀତିନୈତିକତା ନ ଥିବା ବେଳେ ପ୍ରସନ୍ନ ବିଜେପିରେ ଯୋଗଦେବା କିଛି ବଡ଼ କଥା ନୁହେଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କଲେଣି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ