Masthead

ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା

ଝାଡ଼ଖଣ୍ଡ(ବଡ଼ ଖବର ବ୍ୟୁରୋ):  ଝାଡ଼ଖଣ୍ଡରେ ତୀବ୍ର ହୋଇଛି ଛାତ୍ର ଆନ୍ଦୋଳନ। ଜେପିଏସସି (JPSC) ପରୀକ୍ଷାକୁ ନେଇ ଅସନ୍ତୋଷ ଛାତ୍ର । ହଜାର ହଜାର ଆନ୍ଦୋଳନରତ ଛାତ୍ର ରାଞ୍ଚିରେ ରଣହୁଙ୍କାର ଦେଇ ବିଧାନସଭା ଅଭିମୁଖେ ମାଡ଼ି ଯାଇଛନ୍ତି। ପୋଲିସର ବ୍ୟାରିକେଡ୍ ହଟାଇ ଆନ୍ଦୋଳନକାରୀମାନେ ବିଧାନସଭା ନିକଟରେ ପହଞ୍ଚିଥିବା ସୂଚନା ମିଳିଛି। ଆନ୍ଦୋଳନକାରୀଙ୍କୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ତେବେ ଛାତ୍ରମାନେ ବ୍ୟାରିକେଡ୍ ହଟାଇ ଆଗକୁ ବଢ଼ିବାରୁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଛି। ଭିଡ଼କୁ ନିୟନ୍ତ୍ରଣ କରିବାକୁ ପୋଲିସ ଆନ୍ଦୋଳନକାରୀଙ୍କ ଉପରକୁ ପାଣି ମାଡ଼ କରିଛି। JPSC ପରୀକ୍ଷାରେ ଅନିୟମିତତାକୁ ନେଇ ଛାତ୍ରମାନଙ୍କ ମଧ୍ୟରେ ରହିଛି ତୀବ୍ର ଅସନ୍ତୋଷ।

ପରୀକ୍ଷା ବାତିଲ୍ କରିବା ସହ ମାମଲାର CBI ତଦନ୍ତ କରାଯିବା ଦାବିରେ ଛାତ୍ରମାନେ ଅଡ଼ି ରହିଛନ୍ତି। ଏହି ଦାବିକୁ ନେଇ ଗତ ୧୭ ଦିନ ଧରି ଚାଲିଛି ଆନ୍ଦୋଳନ। ସରକାରଙ୍କ ସହ ଆଲୋଚନା ହୋଇଥିଲେ ମଧ୍ୟ ଦାବି ପୂରଣ ନହେବାରୁ ଆନ୍ଦୋଳନ ଆହୁରି ତୀବ୍ର ହୋଇଛି। ଏବେ ବିଧାନସଭା ନିକଟରେ ଛାତ୍ରଙ୍କ ଆନ୍ଦୋଳନ ଯୋଗୁଁ ରାଞ୍ଚିରେ ସ୍ଥିତି ଜଟିଳ ରହିଛି। ତେବେ ଜେପିଏସସି ପରୀକ୍ଷାରେ କଥିତ ଅନିୟମିତତାକୁ ନେଇ ତଦନ୍ତ ଚାଲିଥିବା ବେଳେ ଏକାସାଙ୍ଗରେ ୩ ଜଣ ସଦସ୍ୟଙ୍କ ଇସ୍ତଫା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ତିନି ସଦସ୍ୟଙ୍କ ଇସ୍ତଫା ପଛରେ ପ୍ରକୃତ କାରଣ କ’ଣ, ସେନେଇ ଏପର୍ୟ୍ୟନ୍ତ ସ୍ପଷ୍ଟତା ଆସିନାହିଁ , ଡ. ଅଜିତା ଭଟ୍ଟଚାର୍ୟ୍ୟ, ଡ. ଅନିମା ହଁସଦା ଏବଂ ଡ. ଜମାଲ ଅହମଦ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତିନିଜଣ ରାଜ୍ୟପାଳଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି ।

ଏହାପରେ ଆସନ୍ତାକାଲି ଡ. ଅନିମା ହଁସଦା ଏବଂ ବୁଧବାର ଡ. ଜମାଲ ଅହମଦଙ୍କୁ ଜେରା କରାଯିବାର କାର୍ୟ୍ୟକ୍ରମ ରହିଛି । ଆବଶ୍ୟକ ପଡ଼ିଲେ ତିନିଜଣଙ୍କୁ ଦ୍ୱିତୀୟ ଥର ପାଇଁ ମଧ୍ୟ ପଚରାଉଚରା କରାଯାଇପାରେ । ପଚରାଉଚରା ସମୟରେ ପରୀକ୍ଷା ପ୍ରକ୍ରିୟା, ଆୟୋଗ ସ୍ତରରେ ନିଆଯାଇଥିବା ବିଭିନ୍ନ ନିଷ୍ପତ୍ତି ଏବଂ କଥିତ ଅନିୟମିତତା ସମ୍ପର୍କରେ ସିଆଇଡି ତଥ୍ୟ ହାସଲ କରିପାରେ । କେଉଁ ପରିସ୍ଥିତିରେ ନିଷ୍ପତ୍ତି ନିଆଯାଇଥିଲା ଏବଂ ପରୀକ୍ଷା ପରିଚାଳନାରେ କୌଣସି ଅନିୟମିତତା ହୋଇଥିଲା କି ନାହିଁ—ସେସବୁ ଦିଗରେ ତଦନ୍ତ ଆଗକୁ ବଢ଼ିବ । ଅନ୍ୟପଟେ ଜେପିଏସସିର ସମ୍ପ୍ରତି ହୋଇଥିବା ପରୀକ୍ଷାଗୁଡ଼ିକରେ କଥିତ ଗଡ଼ବଡ଼ିକୁ ନେଇ ପ୍ରାର୍ଥୀମାନଙ୍କ ଅସନ୍ତୋଷ ମଧ୍ୟ ଜାରି ରହିଛି । ପରୀକ୍ଷା ପ୍ରକ୍ରିୟାରେ ପାରଦର୍ଶିତା ଏବଂ ନିରପେକ୍ଷ ତଦନ୍ତ ଦାବି କରି ଆନ୍ଦୋଳନ କରୁଛନ୍ତି ବହୁ ପ୍ରାର୍ଥୀ । ସେନେଇ ଆଜି ବିଧାନ ସଭା ନିକଟରେ ହଜାର ହଜାର ଆନ୍ଦୋଳନରତ ଛାତ୍ରଙ୍କ ରଣହୁଙ୍କାର ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଝାଡ଼ଖଣ୍ଡରେ ଛାତ୍ର ରଣହୁଙ୍କାର, ବିଧାନସଭା ନିକଟରେ ହଙ୍ଗାମା 🔴 ହର ହର ମହାଦେବ ଧ୍ୱନିରେ ମୁଖରିତ ଲିଙ୍ଗରାଜ ମନ୍ଦିର, ଭକ୍ତଙ୍କ ଅସମ୍ଭାଳ ସମାଗମ 🔴 ନାଳରେ ଭାସିଗଲେ ଦୁଇ କାଉଡ଼ିଆ 🔴 ୧୧ ଜିଲ୍ଲାରେ ପ୍ରବଳ ବର୍ଷା! 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’?