Masthead

ଶସ୍ତା ହେଲା ଇଲିଶି, ମତ୍ସ୍ୟଜୀବୀଙ୍କ ଜାଲରେ ଟନ୍ ଟନ୍ ମାଛ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଇଲିଶି ପ୍ରେମୀଙ୍କ ପାଇଁ ଆସିଛି ଖୁସି ଖବର। ଦିଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ୁଛି ଟନ୍ ଟନ୍ ଇଲିଶି। ଭଲ ପରିମାଣରେ ଇଲିଶି ଧରାପଡ଼ିବା ପରେ ବଜାରରେ ଏହାର ଦର ମଧ୍ୟ ତଳକୁ ଖସିଥିବା ଦେଖିବାକୁ ମିଳିଛି। ଫଳରେ ଦୀର୍ଘଦିନ ଧରି ଇଲିଶି କିଣିବାକୁ ଅପେକ୍ଷା କରିଥିବା ଗ୍ରାହକଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି। ପ୍ରତି କିଲୋଗ୍ରାମ୍ ଇଲିଶି ପାଇଁ ପ୍ରାୟ ୬୦୦ ଟଙ୍କାରୁ ୧୩୦୦ ଟଙ୍କା ପର୍ୟ୍ୟନ୍ତ ଦର ରହିଛି । ବିଶେଷକରି ବଡ଼ ଆକାରର ଇଲିଶି ପାଇଁ ବ୍ୟବସାୟୀଙ୍କ ମଧ୍ୟରେ ଅଧିକ ଚାହିଦା ରହିଛି ।ଦିଘାରେ ଇଲିଶିର ଏହି ବମ୍ପର ଆମଦାନୀ ପରେ ଏବେ ଓଡ଼ିଶା ଓ ପଶ୍ଚିମବଙ୍ଗର ବିଭିନ୍ନ ବଜାରକୁ ମାଛ ପଠାଯାଉଛି ।

ସମୁଦ୍ରରେ ଇଲିଶିର ଉପସ୍ଥିତି ବଢ଼ିବା ସହ ମତ୍ସ୍ୟଜୀବୀଙ୍କ ଜାଲରେ ମଧ୍ୟ ଅଧିକ ମାଛ ପଡ଼ୁଛି। ଏହାକୁ ନେଇ ଦିଘା ମାଛ ମୁହାଣ ଓ ଆଖପାଖ ବଜାରରେ ବ୍ୟବସାୟୀଙ୍କ ମଧ୍ୟରେ ମଧ୍ୟ ଚଳଚଞ୍ଚଳତା ବଢ଼ିଛି। ଅଧିକ ଯୋଗାଣ ହେତୁ ଆଗାମୀ ଦିନରେ ଇଲିଶି ଦର ଆହୁରି କମିବ ବୋଲି ଆଶା କରୁଛନ୍ତି ଗ୍ରାହକ। ବିଶେଷକରି ବର୍ଷା ଋତୁରେ ଇଲିଶିର ଚାହିଦା ଅଧିକ ଥିବାରୁ ଏଭଳି ଖବର ମାଛପ୍ରେମୀଙ୍କୁ ଖୁସି କରିଛି। ଏବେ ଦିଘା ମୁହାଣରୁ ଆସୁଥିବା ତାଜା ଇଲିଶି କିଣିବା ପାଇଁ ବଜାରରେ ଗ୍ରାହକଙ୍କ ଭିଡ଼ ଜମୁଛି। ତେବେ ଦର ଓ ମାଛର ଆକାର ଅନୁଯାୟୀ ବଜାର ମୂଲ୍ୟରେ ପାର୍ଥକ୍ୟ ରହିପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ଏସୀୟ କ୍ରୀଡ଼ାରେ ଭାରତର ଆଉ ଏକ ଗୋଲ୍ଡ , କବାଡ଼ିରେ ଚମକିଲା ମହିଳା ଟିମ୍ 🔴 ବଢୁଛି ସୁବର୍ଣ୍ଣରେଖା ନଦୀର ଜଳସ୍ତର! 🔴 ପୁଣି ଏକ ଡଲଫିନର ମୃତଦେହ ଉଦ୍ଧାର, ଦୁଇ ଦିନରେ ମିଳିଲା ୨ଟି