Masthead

ସରପଞ୍ଚ ବନ୍ଧା ପକାଇଲେ ଛୁଆଙ୍କ ଆହାର

ହାଟଡ଼ିହି (ବଡ଼ ଖବର ବ୍ୟୁରୋ): ସରପଞ୍ଚ ବନ୍ଧା ପକାଇଲେ ଛୁଆଙ୍କ ଆହାର । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡୋ ପଞ୍ଚାୟତରେ ଦେଖିବାକୁ ମିଳିଛି କରୁଣ ଦୁଃଖ । ସରଳପସୀ ଗାଁର ଗରିବ ଆଦିବାସୀ ପଦିଆ ମୁଣ୍ଡାଙ୍କ ପତ୍ନୀ ଶାନ୍ତି ମୁଣ୍ଡା। ସେ ବର୍ଷକ ତଳେ ମୃତ୍ୟୁ ବରଣ କରିଥିଲେ। ଗରିବ ଲୋକଙ୍କ ଶବ ଶତ୍କାର ନିମନ୍ତେ ସରକାର ଦେଉଥିବା ଦୁଇ ହାଜର ଟଙ୍କାଙ୍କୁ ଆଜି ପର୍ଯ୍ୟନ୍ତ ଦେଉନାହାନ୍ତି ସରପଞ୍ଚ ଅନିରୁଦ୍ଧ ବେହେରା ।

ଶାନ୍ତି ମୁଣ୍ଡା ଚାଲିଯିବା ପରେ ଶାନ୍ତି ମୁଣ୍ଡାଙ୍କ ରାସନ କାର୍ଡଟି ନେଇଯାଇ ଚାଉଳ ପାଞ୍ଚ କେଜିକୁ ବନ୍ଧା କରିଦେଇଛନ୍ତି। ହାଟଡ଼ିହି ବିଡିଓ ବିନିତା ବିଜୟିନୀ କହିଛନ୍ତି, ପଞ୍ଚାୟତରେ ବହୁ ଟଙ୍କା ଖର୍ଚ୍ଚ ପାଇଁ ରହିଛି, ଆଉ ଯେଉଁଠି ନାହିଁ ସେଠି ଆଗୁଆ ହିସାବରେ ମୃତକଙ୍କ ପରିବାରକୁ ଦେଇପାରିବେ । କିନ୍ତୁ ସରପଞ୍ଚ ଦେବାକୁ କୁଣ୍ଠା ବୋଧ କାହିଁକି? ତେବେ ଛୋଟ ପିଲାଙ୍କର ଚାଉଳ ଦେବା ବନ୍ଦ କରି କେତେ ଟଙ୍କା ଲାଭ କଲେ ସରକାରଙ୍କର? ଏହି ବିଷୟରେ ପଞ୍ଚାୟତ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ମୁଁ କିଛି ଜାଣିନି ସରପଞ୍ଚ ଯାହା କରିବା କଥା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ