ସରପଞ୍ଚ ବନ୍ଧା ପକାଇଲେ ଛୁଆଙ୍କ ଆହାର

ହାଟଡ଼ିହି (ବଡ଼ ଖବର ବ୍ୟୁରୋ): ସରପଞ୍ଚ ବନ୍ଧା ପକାଇଲେ ଛୁଆଙ୍କ ଆହାର । କେନ୍ଦୁଝର ଜିଲ୍ଲା ହାଟଡ଼ିହି ବ୍ଲକ ପନ୍ଦାଡୋ ପଞ୍ଚାୟତରେ ଦେଖିବାକୁ ମିଳିଛି କରୁଣ ଦୁଃଖ । ସରଳପସୀ ଗାଁର ଗରିବ ଆଦିବାସୀ ପଦିଆ ମୁଣ୍ଡାଙ୍କ ପତ୍ନୀ ଶାନ୍ତି ମୁଣ୍ଡା। ସେ ବର୍ଷକ ତଳେ ମୃତ୍ୟୁ ବରଣ କରିଥିଲେ। ଗରିବ ଲୋକଙ୍କ ଶବ ଶତ୍କାର ନିମନ୍ତେ ସରକାର ଦେଉଥିବା ଦୁଇ ହାଜର ଟଙ୍କାଙ୍କୁ ଆଜି ପର୍ଯ୍ୟନ୍ତ ଦେଉନାହାନ୍ତି ସରପଞ୍ଚ ଅନିରୁଦ୍ଧ ବେହେରା ।

ଶାନ୍ତି ମୁଣ୍ଡା ଚାଲିଯିବା ପରେ ଶାନ୍ତି ମୁଣ୍ଡାଙ୍କ ରାସନ କାର୍ଡଟି ନେଇଯାଇ ଚାଉଳ ପାଞ୍ଚ କେଜିକୁ ବନ୍ଧା କରିଦେଇଛନ୍ତି। ହାଟଡ଼ିହି ବିଡିଓ ବିନିତା ବିଜୟିନୀ କହିଛନ୍ତି, ପଞ୍ଚାୟତରେ ବହୁ ଟଙ୍କା ଖର୍ଚ୍ଚ ପାଇଁ ରହିଛି, ଆଉ ଯେଉଁଠି ନାହିଁ ସେଠି ଆଗୁଆ ହିସାବରେ ମୃତକଙ୍କ ପରିବାରକୁ ଦେଇପାରିବେ । କିନ୍ତୁ ସରପଞ୍ଚ ଦେବାକୁ କୁଣ୍ଠା ବୋଧ କାହିଁକି? ତେବେ ଛୋଟ ପିଲାଙ୍କର ଚାଉଳ ଦେବା ବନ୍ଦ କରି କେତେ ଟଙ୍କା ଲାଭ କଲେ ସରକାରଙ୍କର? ଏହି ବିଷୟରେ ପଞ୍ଚାୟତ ଅଧିକାରୀଙ୍କୁ ପଚାରିବାରୁ ସେ କହିଛନ୍ତି ମୁଁ କିଛି ଜାଣିନି ସରପଞ୍ଚ ଯାହା କରିବା କଥା କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’