Masthead

ଲାଲକିଲ୍ଲାରୁ ଯୁବପିଢିଙ୍କ ପାଇଁ ବଡ ଘୋଷଣା, ୧କୋଟି ଯୁବକଙ୍କୁ AI ତାଲିମ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାର ପ୍ରାଚୀରରୁ ଦେଶବାସୀଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢ଼ି ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ବିଶେଷକରି GenZ ଏବଂ Gen Alphaଙ୍କୁ ଧ୍ୟାନରେ ରଖି ସରକାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ବଡ଼ ଦକ୍ଷତା ବିକାଶ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷ ମଧ୍ୟରେ ଦେଶର ୧ କୋଟି ଯୁବକ-ଯୁବତୀଙ୍କୁ AI ଦକ୍ଷତାରେ ତାଲିମ ଦେବା ଲକ୍ଷ୍ୟ ରହିଛି।

ଏହି ପଦକ୍ଷେପ ମାଧ୍ୟମରେ ଯୁବପିଢ଼ିଙ୍କୁ ଭବିଷ୍ୟତର ଚାକିରି ବଜାର ଏବଂ ନୂଆ ପ୍ରଯୁକ୍ତି ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ କୋଚିଂ କ୍ଲାସଗୁଡ଼ିକ ଗରିବ ଏବଂ ମଧ୍ୟବିତ୍ତ ବର୍ଗଙ୍କ ଉପରେ ବୋଝ ସୃଷ୍ଟି କରେ, ଏବଂ ବିଭିନ୍ନ ପରୀକ୍ଷା ପାଇଁ ମାଗଣା ଅନଲାଇନ କୋଚିଂ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି। ମଧ୍ୟବିତ୍ତ ପରିବାର ପାଇଁ କୋଚିଂ କ୍ଲାସ ପାଇଁ ଦୌଡ଼ ଏକ ବଡ଼ ବୋଝ ପାଲଟିଛି; ପ୍ରତ୍ୟେକ ପରିବାର ଅନୁଭବ କରେ ଯେ ଯଦି ସେମାନେ ସେମାନଙ୍କ ପିଲାମାନଙ୍କୁ କୋଚିଂକୁ ପଠାନ୍ତି ନାହିଁ, ତେବେ ସେମାନେ ‘ବିକଶିତ’ କିମ୍ବା ପ୍ରଗତିଶୀଳ ପରିବାର ନୁହଁନ୍ତି।

ତେଣୁ ପ୍ରଧାନମନ୍ତ୍ରୀ ଏହାକୁ ଦୃଷ୍ଟିରେ ରଖି କହିଛନ୍ତି, AIର ବଢ଼ୁଥିବା ପ୍ରଭାବ ମଧ୍ୟରେ ଏହି ଘୋଷଣା ଦେଶର ଯୁବପିଢ଼ିଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଦକ୍ଷ ଯୁବଶକ୍ତିକୁ ଆଧାର କରି ଭାରତକୁ AI କ୍ଷେତ୍ରରେ ଆହୁରି ସଶକ୍ତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..