Masthead

ବିକଶିତ ଭାରତ ଗଠନରେ ଯୁବଶକ୍ତି ଆମର ମୁଖ୍ୟ ଯୋଦ୍ଧା: ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ । ଜାତୀୟ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।  ସ୍ବାଧୀନତା ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମ୍ବୋଧନ । ସ୍ବାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ । ଦେଶ ସ୍ୱାଧୀନ ହୋଇ ୮୦ବର୍ଷରେ ପହଞ୍ଚିଛି । ଗଲା ଏକବର୍ଷ ଭାରତ ପାଇଁ ଏକ କାଳ ଖଣ୍ଡ ଥିଲା। ରନ୍ଧନ ଗ୍ୟାସ ଆଉ କେବଳ ରନ୍ଧନ ପାଇଁ ହୋଇ ରହିନାହିଁ। କେଉଁଠି ବି ତାଙ୍କୁ ଆଉ ଲାଞ୍ଚ ଦେବାକୁ ପଡୁନି । ମୋଦିଙ୍କ ନେତୃତ୍ୱରେ ଦେଶ ଆଜି ସୁରକ୍ଷିତ । ସ୍ୱାସ୍ଥ୍ୟ ସେବାରେ ଲୋକଙ୍କ ଭିତରେ ଆଉ ସରକାରୀ ଓ ବେସରକାରୀ ହସ୍ପିଟାଲ ଭିତରେ ତାରତମ୍ୟ ନାହିଁ । ଆମ ଯୁବ ଶକ୍ତି ହିଁ ବିକଶିତ ଭାରତ ଗଠନ ପାଇଁ ମହାଶକ୍ତି ପାଲଟିଛନ୍ତି। ରେଡ୍ ଟେରରିଷ୍ଟର ସମାପ୍ତି ହିଁ ହୋଇପାରିଛି । ଇତିହାସ ପାଲଟି ଯାଇଛନ୍ତି। ଆମ ଓଡ଼ିଶା ରେଡ୍ ଟେରରିଷ୍ଟରେ ସାମିଲ ଥିଲା କିନ୍ତୁ ଗଲା ୩୦ରେ ମୁକ୍ତ ହୋଇଛି। ଯାହା ବିକଶିତ ହୋଇ ପାରୁନଥିଲା ତାହା ଏବେ ଦ୍ୱିଗୁଣିତ ବିକଶିତ ହେବାରେ ଲାଗିଛି । ଆମ ସରକାର ସମସ୍ତ ବର୍ଗଙ୍କର ଉନ୍ନତି କରି ଆସୁଛନ୍ତି । ସ୍ୱାଧୀନତାର ଆଠ ଦଶନ୍ଧି ପରେ ବି ଗ୍ରାମକୁ ରାସ୍ତା, ପାଣି, ବିଜୁଳି ନଥିଲା । ସେଥିପାଇଁ ଆମ ସରକାର ମିଶନ ପାୱାର କରିଛନ୍ତି । ଦେଶର ପ୍ରଥମ ରାଜ୍ୟ ଭାବରେ କେଜିରୁ ପିଜି ନିସ୍କୁଳ କରିଛନ୍ତି ସରକାର । ୪୫ହଜାର ଶିକ୍ଷା ପାଇଁ ସରକାର ବ୍ୟବସ୍ଥା କରୁଛନ୍ତି । ନବମ ଓ ଦଶମ ଶ୍ରେଣୀର ପିଲାଙ୍କୁ ନିଷ୍କୁଳ ପାଠ୍ୟ ପୁସ୍ତକ ପ୍ରଦାନ ହେବ । ଆଉ ଚାରୋଟି ନୂତନ ମେଡିକାଲ କଲେଜ ପାଇଁ ବ୍ୟବସ୍ଥା କରୁଛନ୍ତି । ୩୧ଶହ ଟଙ୍କାରେ ଧାନ କିଣିବା ଆରମ୍ଭ କରିଛନ୍ତି ଆମ ସରକାର । ଧାନ କିଣାରେ କୃଷକଙ୍କର ସମସ୍ୟା ଆସୁଥିବା ନଜିର ରହିଛି ।

ତେଣୁ ସରକାର ପି ପାସ ଜରିଆରେ ଧାନ କିଣିବେ କୌଣସି ସମସ୍ୟା ଅଗ୍ରିଷ୍ଟିକ ପାଇଁ ହେବ ନାହିଁ । ଚାଷୀଙ୍କର ବନ୍ୟାରେ ଅନେକ କ୍ଷତି ହୋଇଛି ଆମେ ଯଥା ସମ୍ଭବ ତାଙ୍କୁ ତାଙ୍କ କ୍ଷତିପୂରଣ ଦେବାକୁ ଉଦ୍ୟମ କରିବୁ। ୧କୋଟିରୁ ଅଧିକ ସୁଭଦ୍ରା ସହ ୨୬ଲକ୍ଷ ଲକ୍ଷପତି ଦିଦି ସୃଷ୍ଟି କରି ପାରିଅଛୁ। ରାଜନୈତିକ ସ୍ତରରେ ମହିଳାଙ୍କ ପାଇଁ ନାରୀଶକ୍ତି ବନ୍ଦନମ ଆଣିଛନ୍ତି । ତାହାକୁ କିପରି ଖୁବ୍ ଶୀଘ୍ର କାର୍ୟ୍ୟକାରୀ ହେବ ସେଥିପାଇଁ କେନ୍ଦ୍ରସରକାର କାର୍ୟ୍ୟ କରୁଛନ୍ତି । ଦୁଇବର୍ଷରେ ୨୧କୋଟି ଲକ୍ଷ ଟଙ୍କାର ନିବେଶ ପ୍ରସ୍ତାବ ଆସିଛି। ଓଡ଼ିଶାରେ ଦ୍ଵିତୀୟ ବିକଶିତ ଶିଳ୍ପ ଗଠନ ପାଇଁ କାର୍ୟ୍ୟ କରୁଛନ୍ତି ସରକାର । ଆମ ଲକ୍ଷ୍ୟ ଓଡ଼ିଶାରେ ନିଯୁକ୍ତିର ଭଣ୍ଡାର କରିବୁ । କେହି ଯେମିତି ବାହାରକୁ ଯିବେ ନାହିଁ । ଏହି ସମୟ ସହି ସମୟ କହି ନିବେଶକ ମାନେ ଓଡ଼ିଶା ମୁହାଁ ହେଉଛନ୍ତି । ୬.୫ ପ୍ରତିଶତ ଅର୍ଥ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରୁଛନ୍ତି । ରାଜ୍ୟ ସରକାର ସବୁ ଅଞ୍ଚଳକୁ ଯୋଡ଼ି ବା ପାଇଁ ତିନିଟି ରାସ୍ତା ନିର୍ମାଣ ପାଇଁ ନିଷ୍ପତି ହୋଇଛି। ୩୧ ହଜାର କୋଟି ବିନିଯୋଗ କରିବେ ରାଜ୍ୟ ସରକାର । ରୋଜଗାର ସୃଷ୍ଟି ବାଡ ଆହ୍ୱାନ ଯୁବପିଢ଼ିଙ୍କ ପାଇଁ ।

ଦୁଇ ବର୍ଷରେ ୩ଲକ୍ଷ ଏବଂ ପାଞ୍ଚବର୍ଷର ୨୦ଲକ୍ଷ ନିଯୁକ୍ତି ପାଞ୍ଚ ବର୍ଷ ମଧ୍ୟରେ ସୃଷ୍ଟି ପାଇଁ ସରକାର କାର୍ୟ୍ୟ କରୁଛନ୍ତି । ଗତକିଛି ଦିନ ହେବ ଦେଶ ଓ ଦେଶ ବାହାରର ବାହ୍ୟ ଶକ୍ତି ଯୁବପିଢ଼ିଙ୍କୁ ପ୍ରଭାବିତ କରୁଛନ୍ତି । ଆପଣ ସେଥିରେ ଭାସି ଯାଆନ୍ତୁ ନାହିଁ । ଗରିବ କଲ୍ୟାଣ ଓ ସାମାଜିକ ସୁରକ୍ଷା ଆମର ପ୍ରାଧାନ୍ୟ । ବିନା ମୂଲ୍ୟରେ ଆମେ ୧୦କିଲୋ ଲଖେ ଚାଉଳ ଦେଉଛୁ। ସରକାର ଯେତେ ଯୋଜନା କଲେ ବି ସୁଶାସନ ନଥିଲେ କାର୍ୟ୍ୟକାରୀ ହେବ ନାହିଁ । ବର୍ତ୍ତମାନ ସରକାର ଲୋକଙ୍କ ଦୁଆରକୁ ଯାଉଛନ୍ତି । ଜନ ଅଭିଯୋଗ ଶୁଣାଣି ଓ ଦୁର୍ନୀତି ମୂଳ ଉପଡ଼ି ଫିଙ୍ଗିବା । ଦୁର୍ନୀତି ଯିଏ କରିବ ତାଙ୍କୁ ନିସ୍ତାର ନାହିଁ । ସବୁ ସରକାରୀ ଅଧିକାରୀ ଦୁର୍ନୀତି ମୁକ୍ତ ଭାବରେ କାର୍ୟ୍ୟ କରନ୍ତୁ । ସରକାର ଚାକିରି ସୀମିତ। କିନ୍ତୁ ସରକାରୀ ଚାକିରିରେ ସୁଯୋଗ ଦେବା ପାଇଁ ସରକାର ଯୋଜନା କରୁଛନ୍ତି । ସରକାରୀ ଅଧିକାରୀଙ୍କ ମୃତ୍ୟୁ ପରେ ତାଙ୍କ ପରିବାରର ନିଯୁକ୍ତିରେ ଥିବା ବାଧା ଗୁଡ଼ିକ ଆମେ ଉଚ୍ଛେଦ କରୁଛୁ । ଓଡ଼ିଆ ଅସ୍ମିତାକୁ ନେଇ ଲୋକେ ଚିନ୍ତିତ ଥିଲେ । ଆମେ ସେହି ଓଡ଼ିଆ ଅସ୍ମିତା ପାଇଁ ପ୍ରତିବଦ୍ଧ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ.. 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଭିଜିଲାନ୍ସ ଜାଲରେ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ 🔴 ଗର୍ଭବତୀ ମହିଳାଙ୍କୁ ଉଦ୍ଧାର କରିବାକୁ ଯାଇ ନଦୀରେ ଓଲଟିଲା ବୋଟ 🔴 ବୈତରଣୀରେ ପୁଣି ବନ୍ୟା, ବିପଦ ସଙ୍କେତ ଉପରେ ଜଳ ପ୍ରବାହ..