Masthead

ପ୍ରୋଜେକ୍ଟ କାମ ନିମ୍ନମାନର

ଭୁବନେଶ୍ୱର (ବଡ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଜୀବଜନ୍ତୁଙ୍କ ପାଇଁ ସମସ୍ତ କାର୍ୟ୍ୟ ନିମ୍ନମାନର ହେଉଥିବା ଅଭିଯୋଗ ହେଉଛି । ୨୦୧୭ରେ ନନ୍ଦନକାନନ କର୍ତ୍ତୃପକ୍ଷ ଟେଣ୍ଡର ଜରିଆରେ ଈଝଘଖ କମ୍ପାନୀକୁ ୨ କୋଟିରୁ ଉର୍ଦ୍ଧ୍ବ ଟଙ୍କାର କାର୍ୟ୍ୟାଦେଶ ଦେଇଥିଲେ । ଏଠାରେ ବାଘ ସଫାରୀର ମୁଖ୍ୟ ଫାଟକ, ଟିକେଟ କାଉଣ୍ଟର, ବିଶ୍ରାମଗୃହ, ସଫାରି ବସ୍ ରହଣୀସ୍ଥଳ ଓ ରାସ୍ତା ନିର୍ମାଣ କାର୍ୟ୍ୟକୁ ନେଇ ସମସ୍ତ କାର୍ୟ୍ୟ କରାଯାଉଥିଲା । ଏହି ନିର୍ମାଣାଧୀନ କାର୍ୟ୍ୟ ୨୦୨୦ ସୁଦ୍ଧା ଶେଷ ହୋଇ ନନ୍ଦନକାନନ କାର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯାଇଛି । ମାତ୍ର ଏହି କାର୍ୟ୍ୟ ନିମ୍ନମାନର ହୋଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବାଘ ସଫାରୀର ମୁଖ୍ୟ ଫାଟକ କାର୍ୟ୍ୟ ଶେଷ ହୋଇଥିଲେ ସୁଦ୍ଧା ଫାଟକଟି ନଖୋଲିବାରୁ ଯାନ୍ତ୍ରିକ ତ୍ରୁଟି ଥିବା ଜଣାପଡିଛି । ସେପଟେ ବସ୍ ରହଣୀସ୍ଥଳ କାର୍ୟ୍ୟ, ଟିକେଟ କାଉଣ୍ଟର, ବିଶ୍ରାମଗୃହ ଅବସ୍ଥା କଥା କହିଲେ ନ ସରେ । ନନ୍ଦନକାନନରେ ହୋଇଥିବା ଏହି ନିମ୍ନମାନର କାର୍ୟ୍ୟର ଭିଜିଲାନ୍ସ ତଦନ୍ତ ପାଇଁ ଦାବି ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ