Masthead

ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା । ଚାରିଆଡ଼େ ପାଣି, ଯୋଗାଯୋଗର ସମସ୍ତ ରାସ୍ତା ବନ୍ଦ। ଏଭଳି ଦୁର୍ଦ୍ଦିନରେ ଓଡ୍ରାଫ ଟିମ୍‌ର ମାନବିକତା ଓ ସାହସର ଏକ ଉଦାହରଣ ସାମ୍ନାକୁ ଆସିଛି। ପ୍ରାୟ ୧୦ କିଲୋମିଟର ବନ୍ୟାଜଳ ମଧ୍ୟରେ ବୋଟ୍‌ ଯାତ୍ରା କରି ଜଣେ ଗର୍ଭବତୀଙ୍କୁ ଭଦ୍ରକ ମେଡିକାଲରେ ପହଞ୍ଚାଇ ତାଙ୍କ ଜୀବନ ରକ୍ଷାରେ ସହାୟତା କରିଛି ଓଡ୍ରାଫ ଟିମ୍‌ । ପରେ ମହିଳା ଜଣକ ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି ।

ଘଟଣାଟି ଚାନ୍ଦବାଲି ବ୍ଲକ ନାନ୍ଦପୁର ଗାଁର। ଗାଁଟି ବନ୍ୟା ପାଣି ଘେରରେ ଥିବା ବେଳେ ନମିତ ପଣ୍ଡାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ତୁରନ୍ତ ଚିକିତ୍ସା ଆବଶ୍ୟକ ହୋଇଥିଲେ ମଧ୍ୟ ରାସ୍ତାଘାଟ ଜଳମଗ୍ନ ହୋଇଥିବାରୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନେବା ସମ୍ଭବ ହୋଇନଥିଲା । ଓଡ୍ରାଫ ଟିମ୍‌ ଓ ପ୍ରଶାସନିକ ସହଯୋଗରେ ଗର୍ଭବତୀଙ୍କୁ ବୋଟ୍‌ ଯୋଗେ ବନ୍ୟା ପାଣି ମଧ୍ୟରେ ପ୍ରାୟ ୧୦ କିଲୋମିଟର ନେଇ ଭଦ୍ରକ ମେଡିକାଲରେ ପହଞ୍ଚାଯାଇଥିଲା । ମେଡିକାଲରେ ଡାକ୍ତରମାନଙ୍କ ଚିକିତ୍ସା ପରେ ନମିତା ଏକ ସୁସ୍ଥ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।

ବର୍ତ୍ତମାନ ଉଭୟ ମା’ ଓ ନବଜାତ ଶିଶୁ ସୁସ୍ଥ ଥିବା ଜଣାପଡ଼ିଛି । ନମିତା ଙ୍କ ସ୍ୱାମୀ ଚିତ୍ତରଞ୍ଜନ ପଣ୍ଡା ବେଙ୍ଗାଲୁରୁରେ ଏକ ଘରୋଇ କମ୍ପାନୀରେ କାର୍ୟ୍ୟରତ ଥିବା ସୂଚନା ମିଳିଛି । ବନ୍ୟା ଭଳି ଦୁର୍ବିପାକ ସମୟରେ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇ ଓଡ୍ରାଫ ଟିମ୍‌ର ଏହି ଉଦ୍ଧାର କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଜଳବନ୍ଦୀ ଅଞ୍ଚଳରେ ଗର୍ଭବତୀଙ୍କୁ ସୁରକ୍ଷିତ ଭାବେ ମେଡିକାଲରେ ପହଞ୍ଚାଇ ମା’ ଓ ଶିଶୁଙ୍କ ଜୀବନ ରକ୍ଷାରେ ସହଯୋଗ କରିବା ନିଶ୍ଚିତ ଭାବେ ଓଡ୍ରାଫ ଟିମ୍‌ର ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି 🔴 ୩ କୋଟି ଟଙ୍କା ହଡ଼ପ ଅଭିଯୋଗ, ପୂର୍ବତନ SRAଙ୍କ ୬ଟି ସ୍ଥାନରେ ଭିଜିଲାନ୍ସ ରେଡ୍ 🔴 ବନ୍ୟା ପାଣି ଘେରରେ ଜନନୀ ଯନ୍ତ୍ରଣା 🔴 ହତ୍ୟା ପରେ ଆତ୍ମସମର୍ପଣ 🔴 ବାରବାଙ୍କ ଘାଟିରେ ଭୂସ୍ଖଳନ 🔴 ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା 🔴 ରାଜ୍ୟରେ ହେବ ‘ବୟୋଜ୍ୟେଷ୍ଠ ଉତ୍ସବ’ 🔴 ମୟୂରଭଞ୍ଜ ବିଜେଡିରେ ଅସନ୍ତୋଷ 🔴 ଗଜାନନଙ୍କ ପ୍ରତିମା ଖସି ଚାଲିଗଲା ଜୀବନ 🔴 ପୁଣି ଲଘୁଚାପ, ୫ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ୧୦୫ ବର୍ଷ ବୟସରେ ମିଳିଲା ବଡ ଆଶ୍ୱସ୍ତି