ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସୁନ୍ଦରଗଡ଼ ସଂସଦୀୟ କ୍ଷେତ୍ରରେ ହାଇଡ୍ରାମା । ରାଜନୀତିର ସେଣ୍ଟରରେ ରାଉରକେଲା । ହାଇପ୍ରୋଫାଇଲ ନେତାଙ୍କ ଭିତରେ ତିକ୍ତତା! ଦଳ ଗୋଟିଏ ହେଲେ ଭାବନା ଭିନ୍ନ । କେନ୍ଦ୍ର ଆଦିବାସୀ ମନ୍ତ୍ରୀଙ୍କ ପ୍ରତିକ୍ରିୟା ଲଗାଇଲା ନିଆଁ । ଜୁଏଲ ଓରାମଙ୍କ ହାତ କାଟିଦେବି ଓ ଜାଳିଦେବି ପ୍ରତିକ୍ରିୟାକୁ ନେଇ ନୂଆ ଦିଗ । କିଏ ସେହି ନେତା ଯିଏ ଜୁଏଲଙ୍କ ବାଟ ଓଗାଳୁଛି? କିଏ ସେହି ସାଂସଦ ଯିଏ କେନ୍ଦ୍ରମନ୍ତ୍ରୀ ହେବାକୁ ଚାହୁଁଛି? ଜୁଏଲଙ୍କ ଭାଷାରେ କହିବାକୁ ଗଲେ ରାଉରକେଲାରେ ଜଣେ ହିଁ ବର୍ତ୍ତମାନ ସାଂସଦ ଅଛନ୍ତି । ସେ ହେଉଛନ୍ତି ଦିଲୀପ ରାୟ । ଯାହାଙ୍କୁ କିଛି ଦିନ ପୂର୍ବରୁ ଦଳ ରାଜ୍ୟସଭା ପଠାଇଛି । ଅର୍ଥାତ ଜୁଏଲଙ୍କ ଟାର୍ଗେଟରେ ଦିଲ୍ଲୀପ କି? ସତରେ କ’ଣ ଜୁଏଲ ଓରାମଙ୍କ ରାସ୍ତାରେ କଣ୍ଟା ହେବାକୁ ଚାହୁଁଛନ୍ତି ଦିଲ୍ଲୀପ ରାୟ । ଜୁଏଲଙ୍କ ପ୍ରତିକ୍ରିୟାରୁ ଏବେ ଏହା ହିଁ ସ୍ପଷ୍ଟ ଜଣାପଡୁଛି । ଜୁଏଲ ଓ ଦିଲ୍ଲୀପ ହେଉଛନ୍ତି ଦୁଇ ଜଣ ଅଭିଜ୍ଞ ସଂପନ୍ନ ନେତା ।
ରାଉରକେଲାରେ ଉଭୟଙ୍କ ଲୋକପ୍ରିୟତା ରହିଛି । ଏହାସହ ରାଜ୍ୟ ବିଜେପି ପାଇଁ ଅବଦାନ ମଧ୍ୟ ଅଛି । ଯଦି ଜୁଏଲଙ୍କ ଇଶାରା ଦିଲୀପଙ୍କ ଆଡ଼କୁ ଗଲା ଭଳି ସ୍ପଷ୍ଟ ବାରି ହୋଇପଡୁଛି । ଆଉ ଯଦି ସେଭଳି ହୋଇଥାଏ ତାହେଲେ ସାଂଘାତିକ । ହାଇକମାଣ୍ଡଙ୍କ ପାଇଁ ଏହା ଏକ ଚିନ୍ତାର ବିଷୟ ହୋଇପାରେ । ବିବାଦକୁ ନେଇ କେନ୍ଦ୍ର ଆଦିବାସୀ ମନ୍ତ୍ରୀ ଜୁଏଲ ଓରାମ ରାଜ୍ୟ ବିଜେପି ନେତୃତ୍ୱଙ୍କୁ ଏ ବିଷୟରେ ଜଣାଇ ସାରିଛନ୍ତି । ଦରକାର ପଡ଼ିଲେ କେନ୍ଦ୍ର ନେତୃତ୍ୱଙ୍କୁ ଜଣାଇବି ବୋଲି କହିଛନ୍ତି । ଏହି ପ୍ରସଙ୍ଗରେ ଯଦିଓ ସେ ଦୁଇ ପାଦ ଆଗରେ ଅଛନ୍ତି ହେଲେ ଦିଲୀପଙ୍କ ନୀରବତା ମଧ୍ୟ ଅନେକ କିଛି କଥା କହୁଛି । ଯେ ସେ ଇଶାରାକୁ ସ୍ପଷ୍ଟ କରି ପାର୍ଟି ଫୋରମକୁ ନ ଯିବେ ଏ କଥା କିଏ କହିବ । ଆଉ ଏହି ଦୁଇ ନେତାଙ୍କ ଭିତରେ ଯଦି ଏଭଳି ଆରୋପ ପ୍ରତ୍ୟାରୋପ ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷରେ ଚାଲେ ତାହେଲେ ଦଳ ପାଇଁ କ୍ଷତିକାରଣ ଏଥିରେ ସନେ୍ଦହ ନାହିଁ । ଭିତରେ ଭିତରେ ଚାଲିଥିବା ଏହିି ତିକ୍ତତା ଆଗାମୀ ଦିନରେ କେଉଁ ରୂପ ନେଉଛି ତାହା ଦେଖିବାର କଥା ।
